ଓଡିଶା

odisha

ETV Bharat / business

ଜାତୀୟ ହସ୍ତତନ୍ତ ଦିବସ: ବୁଣାକାରଙ୍କ ପାଇଁ ଋଣ ଯୋଜନା ଘୋଷଣା - ପିଏନବି ବୁଣାକାର

ବୁଣାକାରଙ୍କ ଆବଶ୍ୟକତା ଅନୁସାରେ ମିଳିବ ଋଣ । ଏଥିପାଇଁ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଋଣ ଯୋଜନା ଆରମ୍ଭ କରିଛି ରାଷ୍ଟ୍ରାୟତ ବ୍ୟାଙ୍କ ପିଏନବି । ଅଧିକ ପଢନ୍ତୁ..

ଜାତୀୟ ହସ୍ତତନ୍ତ ଦିବସ : ବୁଣାକାରଙ୍କ ପାଇଁ  ଋଣ ଯୋଜନା  ଘୋଷଣା
ଜାତୀୟ ହସ୍ତତନ୍ତ ଦିବସ : ବୁଣାକାରଙ୍କ ପାଇଁ ଋଣ ଯୋଜନା ଘୋଷଣା

By

Published : Aug 7, 2020, 12:52 PM IST

ନୂଆଦିଲ୍ଲୀ: ଆଜି ଜାତୀୟ ହସ୍ତତନ୍ତ ଦିବସ । ହସ୍ତତନ୍ତ ବୁଣାକାରଙ୍କ କଳା କିର୍ତ୍ତୀ ପାଇଁ ଆଜିର ଦିନଟି । ଏହା ଅବସରରେ ସାର୍ବଜନୀକ କ୍ଷେତ୍ରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବୁଣାକାରଙ୍କ ପାଇଁ ନଗଦ ଉଧାର ବା ଋଣ ସୁବିଧା ଆରମ୍ଭ କରିବାକୁ ଘୋଷଣା କରିଛି । ଏହି ଯୋଜନା ଦ୍ବାରା ବୁଣାକାରଙ୍କ ଋଣ ଆବଶ୍ୟକତା ପୂରଣ ହେବ ବୋଲି ପିଏନବି କହିଛି ।

ପିଏନବି ବୁଣାକାର ମୁଦ୍ରା ଯୋଜନା (PNBWMS) ଅଧୀନରେ ଏକ କ୍ରେଡିଟ କାର୍ଡ ପ୍ଲାନ ପ୍ରଣୟନ କରିଛି। ଏଥିରେ ବୟନ ମନ୍ତ୍ରାଳୟ ଯୋଜନା ଅଧିନରେ ବୁଣାକାରଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ।

ବ୍ୟାଙ୍କ ନିଜ ବିବୃତ୍ତିରେ କହିଛି କି, ବୁଣାକାରଙ୍କୁ ନଗଦ ଉଧାର ବା ଋଣ ମାଧ୍ୟମରେ ସେମାନଙ୍କ ନଗଦ ଆବଶ୍ଯକତା ପାଇଁ ପର୍ଯ୍ଯାପ୍ତ ଓ ସମୟରେ ସାହାଯ୍ୟ ପାଇପାରିବେ । ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଏହି ଯୋଜନା ଆରମ୍ଭ କରାଯାଇଛି ।

ବ୍ୟାଙ୍କ କହିଛି କି, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧିନରେ ମୁଦ୍ରା ଋଣ ଆରମ୍ଭ କରିବା ପରେ ମନ୍ତ୍ରାଳୟ ଶିଶୁ ଏବଂ କିଶୋର ବର୍ଗରେ ବୁଣାକାରଙ୍କ ପୁଞ୍ଜି ଆବଶ୍ୟକତା ପାଇଁ ଏକ ବିକଳ୍ପ ପ୍ରଦାନ କରିବାକୁ ଚାହୁଁଛି।

ABOUT THE AUTHOR

...view details