ଓଡିଶା

odisha

ETV Bharat / business

ପିଏମସି ସ୍କାମ: ଅନ୍ଧାରରେ ଲକ୍ଷାଧିକ ଜମାକାରୀଙ୍କ ଦୀପାବଳି - ଅନ୍ଧକାର ଦୀପାବଳୀ

ପିଏମସି ଜମାକର୍ତ୍ତାଙ୍କ ଆକ୍ରୋଶରେ ଉଠୁଛିପଡୁଛି ଦେଶର ଆର୍ଥିକ ରାଜଧାନୀ । ରାତିପାହିଲେ ଆଲୋକର ପର୍ବ ଦୀପାବଳି ହେଲେ ଏପଟେ ଅନ୍ଧାକାର ଭିତରେ ଲକ୍ଷ ଲକ୍ଷ ଜମାକର୍ତ୍ତାଙ୍କ ଭାଗ୍ୟ । କଣ କରିବେ ? କିଛି ବୁଦ୍ଧି ବାଟ ଦିଶୁନି... ଅସହାୟ ହୋଇ କରୁଛନ୍ତି କେବଳ ଗୁହାରୀ ।

pmc bank crisis

By

Published : Oct 26, 2019, 11:55 PM IST

Updated : Oct 27, 2019, 12:05 AM IST

ମୁମ୍ବାଇ: ବଢିବାରେ ଲାଗିଛି ପିଏମସି ଜମାକର୍ତ୍ତାଙ୍କ ଆକ୍ରୋଶ । ଗୋଟିଏ ପଟେ ଆରବିଆଇର କଟକଣା ଅନ୍ୟପଟେ ସରକାରଙ୍କ ଖାମଖିଆଲି ମନୋଭାବ । ଏସବୁ ଯେପରି ଗ୍ରାହକଙ୍କ ଝାଲବୁହା ଟଙ୍କାକୁ ପାଣିରେ ବୁହାଇଦେଇଛି । ଏହାକୁ ବିରୋଧ କରି ଜମାକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଘର ସମ୍ମୁଖରେ ଓ ମୁମ୍ବାଇର ଅନ୍ଧେରୀ ଇଷ୍ଟ ପୁନମ ନଗର ବାହାରେ ନିଜ ଦାବି ନେଇ ଆନ୍ଦୋଳନ କରିଥିଲେ ।

କଳା ଦୀପାବଳୀ

ଆଚ୍ଛେଦିନ ଆଣିବାକୁ ସ୍ବପ୍ନ ଦେଖାଇଲେ ସରକାର । ହେଲେ ଆଜି ଆମ ପରିଶ୍ରମରେ ଅର୍ଜିତ ଟଙ୍କା ସେ ଆଦାୟ କରିପାରୁନାହାନ୍ତି ବୋଲି କ୍ରୋଧରେ ଅଭିଯୋଗ କରିଛନ୍ତି ଜମାକର୍ତ୍ତା ।

ସୂଚନା ଯୋଗ୍ୟ ଯେ, କୋଟି କୋଟି ଟଙ୍କାର ଘୋଟାଲା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ନିୟମରେ କଟକଣା ଲଗାଇଥିଲେ । 6 ମାସ ଭିତରେ ସର୍ବାଧିକ ହଜାରେ ଟଙ୍କା ଉଠାଯିବାକୁ ଘୋଷଣା କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ବିରୋଧଭାବ ବଢିବା ଯୋଗୁଁ ଏହି ଟଙ୍କା ଉଠାଣ ଅବଧି 10 ହଜାର ପରେ 40 ହଜାର ଉଠାଣ ନେଇ ସୀକୃତି ମିଳିଛି । ଏହା ବ୍ୟାତିତ ଜରୁରୀ ପରିସ୍ଥିତିରେ 50 ହଜାର ଟଙ୍କା ଆକାଉଣ୍ଟରୁ ଉଠାଯାଇପାରିବ ।


ପିଏମସି ବ୍ୟାଙ୍କରେ ପାଖାପାଖୀ 17 ଲକ୍ଷ ଜମାକର୍ତ୍ତା ରହିଛନ୍ତି । ଏମାନଙ୍କ ପ୍ରାୟ 4,355 କୋଟି ଟଙ୍କା ଏବେ ଦୁର୍ନୀତି ଭିତରେ ବାଜି ଲାଗିଛି । ଏଥିସହ ବହୁ ଗ୍ରାହକଙ୍କ ଲକ୍ଷାଧିକ ଏଫଡି ଓ ଦରମା ଖାତା ଏଠାରେ ରହିଛି । ଟଙ୍କା ହରେଇବା ଭୟରେ ଏବେ ସୁଦ୍ଧା 3 ଜଣଙ୍କ ଜୀବନ ଗଲାଣି । ଏପଟେ ରାତି ପାହିଲେ ଆଲୋକର ପର୍ବ ଦୀପାବଳି ରହିଥିବା ବେଳେ ହାତ ଖାଲି । ଏପରି ସ୍ଥିତିରେ ନିରାଶ ଜମାକର୍ତ୍ତା ନାରାବାଜି କରିବା ଛଡା ଆଉ କୌଣସି ଉପାୟ ନାହିଁ । ଯଦି ସରକାର ଏ ନେି କୌଣସି ପଦକ୍ଷେପ ଗ୍ରହଣ ନ କରିବେ ତେବେ ବହୁ ଲୋକ ପ୍ରାଣ ହରାଇପାରନ୍ତି ।

Last Updated : Oct 27, 2019, 12:05 AM IST

ABOUT THE AUTHOR

...view details