ମୁମ୍ବାଇ: ଟଙ୍କା ହରେଇବା ଭୟରେ ହାର୍ଟ ଆଟାକରେ ପିଏମସି ଖାତାଧାରକଙ୍କ ମୃତ୍ୟୁ । ମୃତକଙ୍କ ନାଁ ସଞ୍ଜୟ ଗୁଲାଟୀ(51)। ତାଙ୍କର ମୋଟ 4ଟି ଆକାଉଣ୍ଟରେ ପାଖାପାଖୀ 90 ଲକ୍ଷ ଟଙ୍କା ଜମା ଥିଲା ।
ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାସ ପରେ ଆରବିଆଇ ଲଗାଇଥିବା ପ୍ରତିବନ୍ଧକ ବିରୋଧରେ ସେ ଗତକାଲି ଆନ୍ଦୋଳନରେ ବସିଥିଲେ । ପରେ ଘରେ ପହଞ୍ଚିବା କ୍ଷଣି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୂର୍ବରୁ ଜେଟ ଏୟାରୱେଜ ସଙ୍କଟ ଯୋଗୁଁ ତାଙ୍କୁ ଚାକିରୀରୁ ବିଦା କରାଯାଇଥିଲା । ଆଉ ଏବେ ବ୍ୟାଙ୍କରେ ସମସ୍ତ ସଞ୍ଚୟ ଫସିରହିଥିବା ନେଇ ଚିନ୍ତିତ ହୋଇପଡିଥିଲେ ।
ଆରବିଆଇର ନିର୍ଦ୍ଦେଶ ଅନୁସାରେ ଏହି ବ୍ୟାଙ୍କର ଖାତାଧାରକ ନିଜ ଆକାଉଣ୍ଟରୁ ଦୈନିକ ମାତ୍ର ହଜାରେ ଟଙ୍କା ଉଠାଇପାରିବେ । ଏଥି ସହ ବ୍ୟାଙ୍କ କୌଣସି ନୂଆ ଋଣ ଅନୁମୋଦନ କରିପାରିବ ନାହିଁ । ଆରବିଆଇର ଏହି ଆଦେଶ ପରେ ସବୁ ଖାତାଧାରଣଙ୍କ ସମସ୍ୟା ବଢିବାରେ ଲାଗିଥିଲା ।