ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସାଧାରଣ ବଜେଟ ପୂର୍ବରୁ ଗୁରୁବାର ଅର୍ଥନୀତିଜ୍ଞ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ସହିତ ବୈଠକ କରିଛନ୍ତି । ଏଥିରେ ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା କରିବାକୁ ମିଳିମିଶି କାମ କରିବାକୁ ସେ କହିଛନ୍ତି । ସେପଟେ ଅଢେଇ ଘଣ୍ଟା ଧରି ହୋଇଥିବା ଏହି ବୈଠକରେ ବିଶେଷଜ୍ଞମାନେ 2020-21 ବଜେଟ ପାଇଁ ଅନେକ ପରାମର୍ଶ ଦେଇଛନ୍ତି ।
ସୂଚନା ଅନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା କରିବାକୁ ସମସ୍ତେ ମିଳିମିଶି କାମ କରିବାକୁ କହିବା ସହ ଏହି ବିଚାର ଅଚାନକ ଆସିନଥିବା କହିଛନ୍ତି । ଏହି ଲକ୍ଷ୍ୟ ଦେଶର ଆର୍ଥିକ ବ୍ୟବସ୍ଥାକୁ ଲକ୍ଷ୍ୟ କରାଯାଇ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।