ଓଡିଶା

odisha

ETV Bharat / business

ଷ୍ଟାର୍ଟଅପ ପାଇଁ 1 ହଜାର କୋଟି ଘୋଷଣା କଲେ ମୋଦି

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାରମ୍ଭ ଷ୍ଟାର୍ଟଅପ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମିଟିକୁ ସମ୍ଭୋଧିତ କରି ଯୁବପିଢିଙ୍କୁ ଚାକିରୀ ବଦଳରେ ଷ୍ଟାର୍ଟଅପ ଆରମ୍ଭ ପାଇଁ ପରାମର୍ଶ ଦେଇଛନ୍ତି । ଷ୍ଟାର୍ଟଅପର ବିକଶିତ ପାଇଁ 1 ହଜାର କୋଟିର ସିଡ ଫଣ୍ଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ..

By

Published : Jan 16, 2021, 7:42 PM IST

ଷ୍ଟାର୍ଟଅପ ପାଇଁ 1 ହଜାର କୋଟି ଘୋଷଣା କଲେ ମୋଦି
ଷ୍ଟାର୍ଟଅପ ପାଇଁ 1 ହଜାର କୋଟି ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ଷ୍ଟାର୍ଟଅପ ଇଣ୍ଡିଆ ସିଡ଼ ଫଣ୍ଡ ପାଇଁ 1 ହଜାର କୋଟି ଟଙ୍କା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ନୂତନ ଷ୍ଟାର୍ଟଅପ୍‌କୁ ସାହାଯ୍ୟ କରିବ ଏହି ପାଣ୍ଠି । ଅଫ ଦି ୟୁଥ, ବାଏ ଦି ୟୁଥ, ଫର ଦି ୟୁଥ ମନ୍ତ୍ରକୁ ନେଇ ଏକ ଷ୍ଟାଟଅପ ସିଷ୍ଟମ କରିବାକୁ ଯୋଜନା ଥିବା କହିଲେ ମୋଦି ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାରମ୍ଭ ଷ୍ଟାର୍ଟଅପ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମିଟିକୁ ସମ୍ଭୋଧିତ କରି ଯୁବପିଢିଙ୍କୁ ଚାକିରୀ ବଦଳରେ ଷ୍ଟାର୍ଟଅପ ଆରମ୍ଭ ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି ପୂର୍ବରୁ ଯଦି କୌଣସି ଯୁବକ ଷ୍ଟାର୍ଟଅପ ଆରମ୍ଭ କରୁଥିଲେ, ତେବେ ଲୋକ କହୁଥିଲେ ତୁମେ ଚାକିରୀ କାହିଁକି କରୁନ, ଷ୍ଟାର୍ଟଅପ କଣ ? ହେଲେ ଏବେ ଲୋକ କହୁଛନ୍ତି କି ଚାକିରୀ ତ ଠିକ ହେଲେ ଷ୍ଟାର୍ଟଅପ କାହିଁକି ଆରମ୍ଭ କରୁନାହଁ । ସେ କହିଛନ୍ତି କି ଏହି ପରିବର୍ତ୍ତନ ବିମସ୍ଟେକ ଦେଶର ବହୁତ ବଡ ଶକ୍ତି ଅଟେ ।

ସେ କହିଛନ୍ତି କି ଷ୍ଟାର୍ଟଅପ ଇଣ୍ଡିଆ ମୁଭମେଣ୍ଟ ସଫଳତାର ସହ 5 ବର୍ଷ ପୂରଣ କରୁଛି । ଆଜି ହିଁ ଭାରତ କୋରୋନା ଭାଇରସ ବିରୋଧରେ ଐତିହାସିକ ସବୁଠୁ ବଡ ଭ୍ୟାକ୍ସିନ ଡ୍ରାଇଭ ଆରମ୍ଭ କରିଛି । ଏହି ଦିନ ଆମ ବୈଜ୍ଞାନିକ, ଯୁବକ ଓ ଆମ ଉଦ୍ୟୋଗୀଙ୍କ କ୍ଷମତାକୁ ଏବଂ ଆମ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ପରିଶ୍ରମ ଓ ସେବାଭାବର ସାକ୍ଷୀ । ଏବେ ସମୟ ଆସିଛି କି ଆଗାମୀ ଟେକ୍ନୋଲୋଜି ଏସିଆର ଲ୍ୟାବରୁ ବାହାରୁ । ଭବିଷ୍ୟର ଏଣ୍ଟରପ୍ରିନିୟର୍ସ ଆମର ଏଠାରୁ ପ୍ରସ୍ତୁତ ହେଉ । ଏଥିପାଇଁ ପରସ୍ପର ମିଳିମିଶି ସବୁ କାମ କରିବା ଦରକାର ।

ଭାରତ ଦୁନିଆର ସବୁଠୁ ବଡ ଷ୍ଟାର୍ଟଅପ ଇକୋସିଷ୍ଟମ ମଧ୍ୟରୁ ଗୋଟିଏ । ଦେଶରେ 41,000ରୁ ଅଧିକ ଷ୍ଟାର୍ଟଅପ ଅଛି । ଯେଉଁଥିରେ ଆଇଟି କ୍ଷେତ୍ରରେ ପାଖାପାଖି 5700 ଷ୍ଟାର୍ଟଅପ, ସ୍ବାସ୍ଥ୍ୟ କ୍ଷେତ୍ରରେ 3600 ଓ କୃଷିରେ 1700 ଷ୍ଟାର୍ଟଅପ କାମରେ ଲାଗିଛନ୍ତି । ଏହି ଷ୍ଟାର୍ଟଅପ ବ୍ୟବସାୟର ଜନସାଂଖିକ ଚିତ୍ରକୁ ବଦଳାଉଛନ୍ତି ।

ABOUT THE AUTHOR

...view details