ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାର ସ୍ଥିତି ଉପରେ ଚର୍ଚ୍ଚା କରିବାକୁ ନୀତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ସେ ରାଜ୍ୟ ଅର୍ଥନୀତି ଓ ଦେଶର ଅଭିବୃଦ୍ଧିକୁ ବୁଷ୍ଟର ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞ ସହ ଆଲୋଚନା କରୁଛନ୍ତି ।
2019-20 ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) 5 ପ୍ରତିଶତକୁ ଖସିବ ବୋଲି ସରକାରୀ ରିପୋର୍ଟରେ ଅନୁମାନ କରାଯାଇଛି । ଏ ନେଇ ଏହି ବୈଠକରେ ଚର୍ଚ୍ଚା ବିମର୍ଷ କରାଯାଉଛି ।
ଗୃହମନ୍ତ୍ରୀ ଅମିତ ଶାହା ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଓ ଥିଙ୍ଗଟ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ମଧ୍ୟ ଏହି ଉଚ୍ଚସ୍ତରୀୟ ବୈଠରେ ସାମିଲ ରହିଛନ୍ତି ।