ଓଡିଶା

odisha

ETV Bharat / business

ଚାଷୀଙ୍କୁ ମିଳିବ ମାସକୁ 3 ହଜାର ଟଙ୍କା ପେନସନ ! - କୃଷକଙ୍କୁ ପେନସନ

60 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଚାଷୀଙ୍କୁ ମାସିକ 3000 ଟଙ୍କା ପେନସନ ମିଳିବ । ପ୍ରଧାନମନ୍ତ୍ରୀ କିଶାନ ପେନସନ ଯୋଜନାରେ ସାମିଲ ପାଇଁ 18ରୁ 40 ବର୍ଷର ଚାଷୀ ଆବେଦନ କରିପାରିବେ । ଏ ନେଇ ଆସନ୍ତା ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇପାରେ ।

ପ୍ରତିକାତ୍ମକ ଫଟୋ

By

Published : Aug 3, 2019, 4:15 PM IST

ନୂଆଦିଲ୍ଲୀ: କୃଷକଙ୍କୁ ମିଳିବ ପେନସନ । 73 ତମ ସ୍ବାଧିନତା ଦିବସରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇପାରେ ପେନସନ ଯୋଜନା । ଏହା ଅନୁଯାୟୀ 60 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଚାଷୀଙ୍କୁ ମାସିକ 3 ହଜାର ଟଙ୍କା ପେନସନ ମିଳିବ । ଡ୍ରାଫ୍ଟ ଜରିଆରେ ଏହି ରାଶିକୁ ଦିଆଯିବ ।

ଅର୍ଥମନ୍ତ୍ରାଳୟ ସହ କୃଷି ମନ୍ତ୍ରାଳୟର ଉଚ୍ଚାଧିକାରୀ ମିଶି ଏହି କାମକୁ ଅନ୍ତିମ ରୂପ ଦେବେ । ଏପଟେ କୃଷି ସଚିବ ରାଜ୍ୟଗୁଡିକୁ ଚିଠି ଲେଖି ଏହି ସ୍କିମକୁ ଲାଗୁ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନା ଜରିଆରେ ଏଲଆଇସି ଫଣ୍ଡ ଦାୟିତ୍ବ ନେବ ।

ମୋଦି ସରକାରଙ୍କ ଅଧିନରେ ମନ୍ତ୍ରୀମଣ୍ଡଳ ସହ ବସିଥିବା ପ୍ରଥମ ବୈଠରେ କୃଷକଙ୍କ ପେନସନ ଯୋଜନାକୁ ମଞ୍ଜୁରୀ ଦିଆଯାଇଥିଲା । ଏହାର ଉଦ୍ଦେଶ୍ୟ ଥିବା 5 କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା । ତେବେ ଏହା ଦ୍ବାରା ରାଜକୋଷ ଉପରେ ବାର୍ଷିକ ପ୍ରାୟ 10,774.5 କୋଟି ଟଙ୍କା ଭାର ପଡିବ ।

କଣ ରହିବ ନିୟମ ?

ପ୍ରଧାନମନ୍ତ୍ରୀ କିଷାନ ପେନସନ ଯୋଜନାରେ ସାମିଲ ହେବା ପାଇଁ ସର୍ବନିମ୍ନ ବୟସ 29 ବର୍ଷ ହେବା ଦରକାର । ଏହାଦ୍ବାରା ସେ ମାସିକ 100 ଟଙ୍କା ହିସାରେ ଯୋଗଦାନ କରିବ । ଆଉ ଯଦି ଲାଭାର୍ଥୀ ବୟସ 29ରୁ ଊର୍ଦ୍ଧ୍ବ ହୁଏ ତେବେ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।

ତେବେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ 18ରୁ 40 ବର୍ଷର କୃଷକ ଆବେଦନ କରିପାରିବେ । ସେମାନେ ମାସିକ ହିସାବରେ ଟଙ୍କା ଭରିବେ । ପରେ 60 ବର୍ଷ ହେଲେ ମାସକୁ 3000 ଟଙ୍କା ମିଳିବ । ଏହି ଟଙ୍କାରେ ଅଧା ଭାଗ ଚାଷୀ ଦେବ । ଆଉ ଅଧା ସରକାର ଭରିବେ । ଆସନ୍ତା ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇପାରେ ।

ABOUT THE AUTHOR

...view details