ଓଡିଶା

odisha

ETV Bharat / business

ଚାଷୀଙ୍କୁ ମାସିକ ମିଳିବ 3000 ଟଙ୍କା - ପିଏମ କିଶାନ ମାନଧନ ଯୋଜନା

ସୁରକ୍ଷିତ ହେଲା ଚାଷୀଙ୍କ ବୃଦ୍ଧାବସ୍ଥା ।  ବଳ-ବୟସ ଯିବା ପରେ  ଆଉ କଷ୍ଟ କରିବାକୁ ପଡିବ ନାହିଁ । କାରଣ  ଅବସର ଜୀବନରେ ମେରୁଦଣ୍ଡ ସାଜିବ ମୋଦିଙ୍କ ପେନସନ ସ୍କିମ । ଅନ୍ନଦାତାଙ୍କୁ ସେମାନଙ୍କ  ପରିଶ୍ରମର ଫଳ ଦେବାକୁ ଗୁରୁବାର  ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ‘ପିଏମ କିଶାନ ମାନଧନ ଯୋଜନା’ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଡିଜାଇନ ଫଟୋ

By

Published : Sep 13, 2019, 2:32 PM IST

ରାଞ୍ଚି: ସୁରକ୍ଷିତ ହେଲା ଚାଷୀଙ୍କ ବୃଦ୍ଧାବସ୍ଥା । ବଳ-ବୟସ ଯିବା ପରେ ଆଉ କଷ୍ଟ କରିବାକୁ ପଡିବ ନାହିଁ । କାରଣ ଅବସର ଜୀବନରେ ମେରୁଦଣ୍ଡ ସାଜିବ ମୋଦିଙ୍କ ପେନସନ ସ୍କମି । । ଅନ୍ନଦାତାଙ୍କୁ ସେମାନଙ୍କ ପରିଶ୍ରମର ଫଳ ଦେବାକୁ ଗୁରୁବାର ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ‘ପିଏମ କିଶାନ ମାନଧନ ଯୋଜନା’ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ-ଇଟିଭି ଭାରତ

ଆର୍ଥିକ କ୍ଷେତ୍ରରେ ଚାଷୀ ମଜବୁତ ହେବାକୁ ଏହି ଯୋଜନାରେ ଯଥେଷ୍ଟ ଫାଇଦା ଉଠାଇବା ଦରକାର । ଏଥିପାଇଁ ଅଧିକ ସଂଖ୍ୟକ ପଞ୍ଜିକରଣ ପାଇଁ ସରକାର ଅପିଲ କରିଛନ୍ତି । ତେବେ ଏହି ଦେଶର କୋଟି କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ 60 ବର୍ଷ ପୂରଣ ପରେ ଏହି ସ୍କିମରେ ସାମିଲ ହୋଇପାରିବେ । ଏହା ପରେ ସେମାନଙ୍କୁ ମାସିକ 3000 ଟଙ୍କା ଲେଖାଁଏ ପେନସନ ଦିଆଯିବ । ଦେଶରେ ପାଖାପାଖୀ 14.5 କୋଟି କୃଷକ ରହିଛି । ଏହି ଯୋଜନା ଜାମ୍ମୁକାଶ୍ମୀର ଓ ଲଦାଖରେ ମଧ୍ୟ କାର୍ଯ୍ୟକାରୀ ହେବ । ଏଥିପାଇଁ ଆଗାମୀ 3 ବର୍ଷ ପାଇଁ 10, 774 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ତେବେ ଏଥିପାଇଁ କଣ ସବୁ ବିଶେଷତ୍ବ ରହିବା ଦରକାର, ଜାଣନ୍ତୁ-

  1. 18ରୁ 40 ବର୍ଷ ବୟସ୍କ ଚାଷୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।
  2. 40 ବର୍ଷ ଟପିବା ପରେ ଏହି ସ୍ମିମରେ ସାମିଲ ହୋଇପାରିବେ ନାହିଁ ।
  3. 2 ହେକ୍ଟର ଜମି ଥିବା ଚାଷୀ ଏହି ସୁବିଧା ପାଇପାରିବ ।
  4. ସ୍କମିର ଫାଇଦା ନେଉଥିବା ଚାଷୀ ବିପିଏଲ(ଦାରିଦ୍ର୍ୟ ସୀମାରେଖା ତଳେ ) ଶ୍ରେଣୀର ହୋଇଥିବା ଦରକାର ।
  5. ଅଧିକ ଜମି ଥିବା ଲୋକେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ ।
  6. ବୟସ ଅନୁଯାୟୀ ମାସକୁ ସର୍ବନିମ୍ନ 55ରୁ ଆରମ୍ଭ କରି ସର୍ବାଧିକ 200 ଟଙ୍କା ପର୍ଯ୍ୟନ୍ତ ଭରିବାକୁ ହେବ ।
  7. ଏହି ସ୍କିମର ପ୍ରଥଛମ 3 ବର୍ଷ 5 କୋଟି କୃଷକ ଏହି ଯୋଜନାର ଲାଭ ପାଇପାରିବେ ।
  8. ଏଥିପାଇଁ 3 ବର୍ଷରେ 10,774 କୋଟି ଟଙ୍କାର ପ୍ରାବନ୍ଧନ ରହିଛି ।
  9. କୃଷକ ନିଜର ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ନେଇ ଜନ ସେବା କେନ୍ଦ୍ର ପଞ୍ଜିକରଣ କରାଇବ ।
  10. ଆବେଦନ ପକ୍ରିୟା ମାଗଣା ରହିଥିବା ବେଳେ ଜନ ସେବା ବାବଦକୁ ମାତ୍ର 30 ଟଙ୍କା ପୈଠ କରିବାକୁ ପଡିବ ।
  11. କୃଷକଙ୍କ ପତ୍ନୀଙ୍କୁ ମଧ୍ୟ ଅଲଗା ପେନସନ ମିଳିବ । ଏଥିପାଇଁ ପ୍ରିମିୟମ ଦେବାକୁ ପଡିବ ।
  12. ଏଲଆଇସି ଏହି ଯୋଜନାର ସଞ୍ଚାଳନ କରିବ ।

ABOUT THE AUTHOR

...view details