ଓଡିଶା

odisha

ETV Bharat / business

ଆରବିଆଇ ନିୟମ ଉଲଙ୍ଘନ କରୁଛି ଗୁଗୁଲ ପେ, ଦିଲ୍ଲୀ ହାଇକୋର୍ଟ ପଠାଇଲେ ନୋଟିସ - ଗୁଗୁଲ ପେ

ଆରବିଆଇ ନିୟମର ଉଲଙ୍ଘଂନ କରୁଛି ଗୁଗୁଲ ପେ । ଏଭଳି ଅଭିଯୋଗରେ ଦାଖଲ ଯାଚିକାର ଶୁଣାଣୀ କରି ଗୁଗୁଲ ପେ କୁ ନୋଟିସ ପଠାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ..

ଆରବିଆଇ ନିୟମ ଉଲଙ୍ଘନ କରୁଛି ଗୁଗୁଲ ପେ, ଦିଲ୍ଲୀ ହାଇକୋର୍ଟ ପଠାଇଲେ ନୋଟିସ
ଆରବିଆଇ ନିୟମ ଉଲଙ୍ଘନ କରୁଛି ଗୁଗୁଲ ପେ, ଦିଲ୍ଲୀ ହାଇକୋର୍ଟ ପଠାଇଲେ ନୋଟିସ

By

Published : Aug 24, 2020, 8:10 PM IST

ନୂଆଦିଲ୍ଲୀ: ଆରବିଆଇ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୁଗୁଲ ପେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି।

ଏନେଇ ଦାଖଲ ଯାଚିକାରେ ଆରବିଆଇର ଡାଟା ଲୋକାଲାଇଜେସନ୍, ଷ୍ଟୋରେଜ୍ ଏବଂ ସେୟାର୍ ଷ୍ଟାଣ୍ଡାର୍ଡ ସମ୍ଭନ୍ଧୀୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଗୁଗୁଲ ପେ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଥିଲା।

ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ ପ୍ରତୀକ ଜୈନଙ୍କ ଖଣ୍ଡପୀଠ ଏହି ଆବେଦନ ସମ୍ପର୍କରେ ବିଭାଗ ସହିତ ଗୁଗୁଲ ଇଣ୍ଡିଆ ଡିଜିଟାଲ ସର୍ଭିସେସ ପିଭି ଲିମିଟେଡକୁ ନୋଟିସ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର 24 ପାଇଁ ଧାର୍ଯ୍ୟ କରିଛି।

ଯାଚିକାରେ ଗୁଗୁଲ ଇଣ୍ଡିଆ ଡିଜିଟାଲ ସର୍ଭିସକୁ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ପ୍ରକ୍ରିୟା ଅଧୀନରେ ଏକ ଆପରେ ତଥ୍ୟ (ବିବରଣୀ) ସଂରକ୍ଷଣ ନକରିବା ଏବଂ ଏହାକୁ କୌଣସି ତୃତୀୟ ପକ୍ଷ ସହ ସେୟାର ନକରିବା ପାଇଁ ଶପଥପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।

ABOUT THE AUTHOR

...view details