ନୂଆଦିଲ୍ଲୀ: ସୀମାରେ ହିଂସାତ୍ମକ ସଂଘର୍ଷ ପରେ ଦେଶର ଜାରି ରହିଛି ଚୀନ ବିରୋଧୀ ଅଭିଯାନ । ଏହି କ୍ରମରେ ଚୀନ ଆପ, ପ୍ରଡକ୍ଟ ସହ ବିଭିନ୍ନ ପ୍ରକଳ୍ପକୁ ବାତିଲ କରାଯାଉଛି । ଏଥିମଧ୍ୟରେ ହିରୋ ସାଇକେଲ ଏକ ବଡ ନିଷ୍ପତ୍ତି ନେଇଛି । କମ୍ପାନୀ ଚୀନ ସହ 900 କୋଟିର ବ୍ୟାପର ଚୁକ୍ତି ରଦ୍ଦ କରିଛି ।
ବୟକଟ ଚୀନ: 900 କୋଟିର ଚୁକ୍ତି ରଦ୍ଦ କଲା ହିରୋ ସାଇକେଲ - Hero Cycles business with China
ଚୀନକୁ ଆଉ ଏକ ଝଟକା । ହିରୋ ସାଇକେଲ ଚୀନର ସହ ବ୍ୟବସାୟ ଯୋଜନାକୁ ବାତିଲ କରି 900 କୋଟିର ଚୁକ୍ତିକୁ ରଦ୍ଦ କରିଛି । ଅଧିକ ପଢନ୍ତୁ..
ଡ୍ରାଗନ ସହ 900 କୋଟିର ଚୁକ୍ତି ରଦ୍ଦ କଲା ହିରୋ ସାଇକେଲ
ପ୍ରକାଶ ଯେ, ନିକଟେର ହିରୋ ସାଇକେଲ ସରକାରଙ୍କୁ କୋଭିଡ ମୁକାବିଲା ପାଇଁ 100 କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଥିଲା । ତେବେ କୋରୋନା ସଙ୍କଟ ମଧ୍ୟରେ ଚୀନ ସହ ଚାଲିଥିବା ବିବାଦ ମଧ୍ୟରେ ଦେଶର ବିଭିନ୍ନ କମ୍ପାନୀ ଚୀନକୁ ବୟକଟ ନେଇ ଚାଲିଥିବା ଅଭିଯାନରେ ସାମିଲ ହୋଇଛନ୍ତି ।
ଆଗାମୀ 3 ମାସରେ କମ୍ପନୀ ଏହି 900 କୋଟିର ବ୍ୟାପର ରଦ୍ଦ କରିବ ବୋଲି ଶନିବାର ସୂଚନା ଦେଇଛି । ଆଗାମୀ ଦିନରେ ହିରୋ ସାଇକେଲ ଜର୍ମାନୀରେ ପ୍ଲାଣ୍ଟ ବସାଇବାକୁ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି ।