ଓଡିଶା

odisha

ETV Bharat / business

ବିବାହ କରୁଛନ୍ତି କି ? ସୁଖମୟ ଆର୍ଥିକ ସ୍ବଚ୍ଛଳ ଜୀବନ ପାଇଁ ଆପଣାନ୍ତୁ ଏସବୁ ଟିପ୍ସ .. - ବ୍ୟକ୍ତିଗତ ଅର୍ଥନୀତି

ମନେରଖନ୍ତୁ, ପରସ୍ପରକୁ ଭଲ ପାଇବା ଏବଂ ସମ୍ମାନ ବ୍ୟତୀତ, ଆର୍ଥିକ ଯୋଜନା ମଧ୍ୟ ଏକ ଦାମ୍ପତ୍ୟ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିଗ, ଯାହା ବିନା ଆପଣ ନିଜ ସାଥୀଙ୍କ ସହିତ କଦାପି ଖୁସି ରହିବେ ନାହିଁ । ଏଠାରେ କିଛି ଟିପ୍ସ ଅଛି ଯାହା ଆପଣଙ୍କୁ ଏବଂ ଆପଣଙ୍କ ସାଥୀଙ୍କୁ ସୁଖମୟ ଜୀବନ ପାଇଁ ଆର୍ଥିକ ଦୃଷ୍ଟିରୁ ମାର୍ଗଦର୍ଶନ କରିବ ...ପଢନ୍ତୁ..

ବିବାହ କରୁଛନ୍ତି କି ? ସୁଖମୟ ଆର୍ଥିକ ସ୍ବଚ୍ଛଳ  ଜୀବନ ପାଇଁ ଆପଣାନ୍ତୁ ଏସବୁ ଟିପ୍ସ ..
ବିବାହ କରୁଛନ୍ତି କି ? ସୁଖମୟ ଆର୍ଥିକ ସ୍ବଚ୍ଛଳ ଜୀବନ ପାଇଁ ଆପଣାନ୍ତୁ ଏସବୁ ଟିପ୍ସ ..

By

Published : Aug 17, 2020, 6:28 PM IST

Updated : Aug 17, 2020, 7:27 PM IST

ନୂଆଦିଲ୍ଲା: ବିବାହ ସ୍ବର୍ଗରେ ହିଁ ସ୍ଥିର ହୋଇ ଯାଇଥାଏ। ଏଠାରେ ତାକୁ କାଏମ ରଖିବାକୁ ପଡିଥାଏ । ଆଉ ବର୍ତ୍ତମାନ ପୃଥିବୀରେ କୋଭିଡ-19 ମହାମାରୀ । ଏଥିଯୋଗୁଁ ସାମାଜିକ ଦୂରତାର ନୂଆ ସ୍ବାଭାବିକତା ଏବଂ ତା ପରେ ସୀମିତ ଆର୍ଥିକ ଗତିବିଧି ଯୋଗୁଁ ସଙ୍କଟ ରହିଛି । ଯାହାର ପ୍ରଭାବ ସମସ୍ତଙ୍କ ଉପରେ ଧୀରେ ଧୀରେ ପ୍ରଭାବ ପଡିଥାଏ । ଏଇଥିପାଇଁ ସୁଖୀ ଦାମ୍ପତ୍ୟ ଜୀବନଯାପନ କରିବାକୁ, ସମସ୍ତଙ୍କୁ କିଛି ଆର୍ଥିକ ଚତୁରତା ଏବଂ କିଛି ଯୋଜନା କରିବା ଆବଶ୍ୟକ ।

ଟର୍ମ ଇନ୍ସୁରାନ୍ସ ପ୍ଲାନରେ ନିବେଶ କରନ୍ତୁ

ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଠାରୁ ସ୍ମାର୍ଟ ନିବେଶ ପର୍ଯ୍ୟନ୍ତ, ଉଭୟ ଅଂଶୀଦାରଙ୍କ ଆର୍ଥିକ ସ୍ଥିତିକୁ ଆକଳନ କରିବା ଠାରୁ ଆରମ୍ଭ କରି ଜରୁରୀକାଳୀନ ପାଣ୍ଠି ସ୍ଥାପନ ଯାଏଁ , ଏବଂ ତା’ପରେ ନିକଟ ତଥା ଭବିଷ୍ୟତ ବିଷୟରେ ଚିନ୍ତା କରିବା ଲାଗି ଯୋଜନା ଏକ ପ୍ରମୁଖ ବିଷୟ ।

ବ୍ୟାଙ୍କ ଖାତା ବିବରଣୀ

ଏଠାରେ କିଛି ଟିପ୍ସ ଅଛି ଯାହା ଆପଣଙ୍କୁ ଏବଂ ଆପଣଙ୍କ ସାଥୀଙ୍କୁ ସୁଖମୟ ଜୀବନ ପାଇଁ ଆର୍ଥିକ ଦୃଷ୍ଟିରୁ ମାର୍ଗଦର୍ଶନ କରିବ । ପଢନ୍ତୁ, ଏବଂ ଆର୍ଥିକ ଭାବେ ସୁଖୀ ବୈବାହିକ ଜୀବନ ଜାପନର ଆନନ୍ଦ ନିଅନ୍ତୁ ।

ପରସ୍ପରର ବର୍ତ୍ତମାନ ଆର୍ଥିକ ଆକଳନ କରନ୍ତୁ

ପୁଞ୍ଜି ବିନିଯୋଗ (ନିବେଶ)ର ରାସ୍ତା ସ୍ଥିର କରନ୍ତୁ

ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ସାଥୀଙ୍କ ଆର୍ଥିକ ଅଭ୍ୟାସ ବିଷୟରେ ଜାଣିବା ଏକ ଅଭଦ୍ର ବା ଖରାପ ପଦକ୍ଷେପ ନୁହେଁ । ଟଙ୍କା ବିଷୟରେ ଖୋଲାଖୋଲି ଭାବେ କଥାହେବା ଭଲ। ଯଦି ଆପଣଙ୍କର ସାଥୀ ବର୍ତ୍ତମାନ କୌଣସି ଋଣ କିମ୍ବା କ୍ରେଡିଟ୍ କାର୍ଡ ବାଲାନ୍ସ ବକେୟା ରଖନ୍ତି ନାହିଁ ତେବେ ଏହା ଆପଣଙ୍କୁ ବୁଝିବାରେ ସାହାଯ୍ୟ କରିବ । ଏଥିସବ ଆପଣଙ୍କୁ ବର୍ତ୍ତମାନର ନିବେଶ ବିଷୟରେ ଏକ ଆକଳନ କରିବାରେ ମଧ୍ୟ ଏହା ସହାୟକ ହେବ । ଯଦି ଆପଣଙ୍କ ପାର୍ଟନର ଋଣ ସ୍ଥିତିରେ ଅଛନ୍ତି, ତେବେ ସେ କିପରି ଭାବରେ ଋଣ ପରିଶୋଧ କରିବାକୁ ଯୋଜନା କରିଛନ୍ତି ସେ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରନ୍ତୁ । ଆଦର୍ଶ ଭାବେ ଋଣ ପରିଶୋଧ ଓ କ୍ରେଡିଟ କାର୍ଡ ଋଣ ପ୍ରତ୍ୟାହାର ଆପଣଙ୍କର ପ୍ରାଥମିକତା ହେବା ଉଚିତ ।

ଏକ ଜରୁରୀ କାଳୀନ ପାଣ୍ଠି (ଏମର୍ଜେନ୍ସି ଫଣ୍ଡ) କରନ୍ତୁ

ବ୍ୟାଙ୍କ ଖାତା ବିବରଣୀ

ବିବାହ କରିବା ଅର୍ଥ ନୁହେଁ ଯେ ଆପଣ ଏକା ନିଜର ଆଉ ଆର୍ଥିକ ପରିଚାଳନା କରିବାର ଅଧିକାର ନାହିଁ । ଆପଣଙ୍କ ପାଖରେ ଥିବା ଅର୍ଥର ଏକମାତ୍ର ମାଲିକ ହୋଇପାରନ୍ତି ଏବଂ ଦୈନନ୍ଦିନ ଖର୍ଚ୍ଚର ଧ୍ୟାନ ରଖିବା କିମ୍ବା ସମ୍ପତ୍ତିରେ ମିଳିତ ନିବେଶ କରିବା ପାଇଁ ଆପଣଙ୍କ ସାଥୀ ସହିତ ଏକ ମିଳିତ ( ଜଏଣ୍ଟ )ଆକାଉଣ୍ଟ ଖୋଲିପାରିବେ । ଏକ ମିଳିତ ଆକାଉଣ୍ଟ ଖୋଲିବା ଦ୍ବାରା ପରସ୍ପରର ଅର୍ଥ ଉପରେ ନଜର ରଖିବାରେ ସାହାଯ୍ୟ ମିଳିବ ଏବଂ ଘରର ଦାୟିତ୍ବକୁ ଏକାଠି ମିଳିତ ଭାବରେ ବାଣ୍ଟିବା ଆପଣଙ୍କ ପାଇଁ ସହଜ ହେବ । ଭବିଷ୍ୟତରେ ଆର୍ଥିକ ସଂଘର୍ଷକୁ ଏଡାଇବା ପାଇଁ, ବିବାହ ପୂର୍ବରୁ ଏକ ଜଏଣ୍ଟ ଆକାଉଣ୍ଟ ଖୋଲିବାକୁ ନିଷ୍ପତ୍ତି ନିଅନ୍ତୁ ।

ପରସ୍ପରର ଆର୍ଥିକ ଲକ୍ଷ୍ୟ ବିଷୟରେ ଜାଣନ୍ତୁ..

ସ୍ବାସ୍ଥ୍ୟ ବୀମା କିଣନ୍ତୁ..

ଆପଣ ଏକ ସମ୍ପର୍କ ଗଣ୍ଠିରେ ବାନ୍ଧିହେବା ପୂର୍ବରୁ ଆପଣ ଏବଂ ଆପଣଙ୍କ ସାଥୀ ପରସ୍ପରର ଆର୍ଥିକ ଲକ୍ଷ୍ୟ ବିଷୟରେ ଜାଣିବା ଉଚିତ । ଏହା ଗୁରୁତ୍ବପୂର୍ଣ, କାରଣ ଏହା ଆପଣଙ୍କ ଅର୍ଥ କେଉଁ ଦିଗରେ ବଢୁଛି ଏବଂ ଯଦି ଆପଣ ଏଥିରେ ଯୋଗଦାନ କରିପାରିବେ କିମ୍ବା ନାହିଁ , ତାହା ବୁଝିବାରେ ସାହାଯ୍ୟ କରିବ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ସାଥୀ ଆଗାମୀ 5 ବର୍ଷରେ ଏକ ଘର କିଣିବାକୁ ଯୋଜନା କରନ୍ତି ଏବଂ ଆପଣ ଆଗାମୀ 7 ବର୍ଷରେ ୟୁରୋପ ଯାତ୍ରା କରିବାକୁ ଇଚ୍ଛା ରଖିଛନ୍ତି , ତେବେ ପରସ୍ପରକୁ ସୂଚନା ଦିଅନ୍ତୁ ଯେ ଆପଣ ଦୁହେଁ ସମାନ ପୃଷ୍ଠାରେ ଅଛନ୍ତି । ଫଳରେ ସେହି ଅନୁଯାୟୀ ଆପଣ ଟଙ୍କା ବଣ୍ଟନ କରିପାରିବେ ।

ଏକ ଜରୁରୀ କାଳୀନ ପାଣ୍ଠି (ଏମର୍ଜେନ୍ସି ଫଣ୍ଡ) କରନ୍ତୁ

ବିବାହ ଯୋଜନା କରିବା ପୂର୍ବରୁ ଆଉ ଏକ ସର୍ତ୍ତ ହେଉଛି ଆପଣଙ୍କ ଏକ ଜରୁରୀକାଳୀନ ପାଣ୍ଠି ରହିଥିବ । ଫଳରେ ବିଭିନ୍ନ ଆର୍ଥିକ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପାଣ୍ଠି ବ୍ୟବହାର କରାଯାଇପାରିବ , ଯେପରିକି ବେକାରୀ, ଡାକ୍ତରଖାନା ବିଲ୍, ଦୁର୍ଘଟଣା ଏବଂ ଅନ୍ୟାନ୍ୟ ଘଟଣା, ଯାହା ଆପଣଙ୍କୁ ଆର୍ଥିକ ଅସୁବିଧାରେ ପକାଇପାରେ । ଏସବୁ ସମୟରେ ଧୌର୍ଯ୍ୟହରା ନହୋଇ କାମ କରିବା ପାଇଁ ଆପଣଙ୍କ ପାଖରେ ଅତି କମରେ 6 ମାସ ସଞ୍ଚୟ ରହିବା ଉଚିତ ।

ପୁଞ୍ଜି ବିନିଯୋଗ (ନିବେଶ)ର ରାସ୍ତା ସ୍ଥିର କରନ୍ତୁ

ବିବାହିତ ଦମ୍ପତିମାନଙ୍କ ପାଇଁ ଆଜି ସବୁଠାରୁ ସାଧାରଣ ହେଉଛି କେଉଁଠାରେ ସେମାନଙ୍କୁ ନିବେଶ କରିବା ଉଚିତ । ନିବେଶ ରାଶି, ବିପଦ ଏବଂ ଲକ୍ଷ୍ୟ ଉପରେ ନିର୍ଭର କରି ଯୋଡିମାନେ PPF, ମ୍ୟୁଚୁଆଲ୍ ଫଣ୍ଡ, ବୀମା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିବେଶ କରିପାରନ୍ତି । ତଥାପି, ଉଭୟ ଭାଗୀଦାରଙ୍କ ବିପଦ ସ୍ଥିତିକୁ ଧ୍ୟାନରେ ରଖି ଏହା କରିବାକୁ ହେବ । ଉଦାହରଣ ସ୍ୱରୂପ, ଏକ ଟିଭି କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ଜିନିଷ କିଣିବା ଏକ ସ୍ୱଳ୍ପକାଳୀନ ଲକ୍ଷ୍ୟ ହୋଇପାରେ, ଏକ କାର କିମ୍ବା ଘର କିଣିବା, ଅବସର ନେବା କିମ୍ବା ପିଲାଙ୍କ ବିବାହ ପାଇଁ ଯୋଜନା କରିବା ଏକ ଦୀର୍ଘକାଳୀନ ଲକ୍ଷ୍ୟ ହୋଇପାରେ । ଏସବୁ ପାଇଁ ଆପଣଙ୍କ ଲକ୍ଷ୍ୟ , ଆପଣଙ୍କ ଆୟ, ବିପଦ ମୁଣ୍ଡାଇବା କ୍ଷମତା ଆଧାରରେ ଆପଣ ନିବେଶର ଯୋଜନା କରନ୍ତୁ । ବାରମ୍ବାର ଜମା କରିବାବେଳେ, ଟର୍ମ ଜମା ଏକ ନିରାପଦ ନିବେଶର ବିକଳ୍ପ ଭାବରେ ବିବେଚନା କରାଯାଇପାରେ । ଆପଣ ଇକ୍ୱିଟିରେ ନିବେଶ ପାଇଁ ମଧ୍ୟ ଦେଖିପାରିବେ, ଯାହା ଅନ୍ୟ ନିବେଶ ବିକଳ୍ପ ଅପେକ୍ଷା ଦୀର୍ଘ ସମୟ ମଧ୍ୟରେ ଆପଣଙ୍କୁ ଭଲ ରିଟର୍ଣ୍ଣ ଦେବ ।

ନିର୍ଦ୍ଧାରଣ କରନ୍ତୁ ବଜେଟ କିଏ ସମ୍ଭାଳିବ

ଯଦି ଆପଣ ଉଭୟ ରୋଜଗାର କରୁଛନ୍ତି, ତେବେ କିଏ କେଉଁ ଖର୍ଚ୍ଚ ନିୟନ୍ତ୍ରଣ ବା ସମ୍ଭାଳିବ ତାହା ଆପଣ ସ୍ଥିର କରିପାରିବେ । ଉଦାହରଣ ସ୍ୱରୂପ, ଆପଣ ଘରର ଖର୍ଚ୍ଚ ମ୍ୟାନେଜମେଣ୍ଟ କରିପାରିବେ ଏବଂ ଆପଣଙ୍କ ସାଥୀ ଋଣ EMI ଦେୟ କିମ୍ବା ବିପରୀତ ଭାବରେ ଅନ୍ୟାନ ପରିଚାଳନା କରିପାରିବେ । ଯଦି ଆପଣଙ୍କର ସାଥୀ ଏକମାତ୍ର ରୋଜଗାର କରୁଥିବା ସଦସ୍ୟ, ତେବେ ଆପଣ ଖର୍ଚ୍ଚ କିପରି ପରିଚାଳନା କରିବେ ତାହା ସ୍ଥିର କରିପାରିବେ । ଭବିଷ୍ୟତରେ କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଏ ବିଷୟରେ ଆଲୋଚନା କରିବା ଆବଶ୍ୟକ ।

ଟର୍ମ ଇନ୍ସୁରାନ୍ସ ପ୍ଲାନରେ ନିବେଶ କରନ୍ତୁ

ଏକ ଟର୍ମ ବୀମା ଯୋଜନା ହେଉଛି ଏକ ପ୍ରକାରର ଜୀବନ ବୀମା ଯୋଜନା । ଯାହା ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଆର୍ଥିକ କଭରେଜ ପ୍ରଦାନ କରିଥାଏ । ଏହି ପ୍ରକାର ଯୋଜନା ଆପଣଙ୍କୁ କମ ପ୍ରିମିୟମରେ ଅଧିକ କଭରେଜ ଦେଇଥାଏ । ଏହି ଯୋଜନାର କାର୍ଯ୍ୟକାଳ ସମୟରେ କେବେବି ପଲିସିଧାରୀଙ୍କ ମୃତ୍ୟୁ ହେଲେ, ବୀମା କମ୍ପାନୀ ନୋମିନିଙ୍କୁ ମୃତ୍ୟୁ ସୁବିଧା ପ୍ରଦାନ କରିଥାଏ । ଉଦାହରଣ ସ୍ୱରୂପ, ଜଣେ 25 ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ 1 କୋଟି ଟର୍ମ ବୀମା ଯୋଜନା ରହିଛି , ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ମାସକୁ ମାତ୍ର 930 /-ର ପ୍ରିମିୟମ ଦେବାକୁ ପଡିବ ।

ସ୍ବାସ୍ଥ୍ୟ ବୀମା କିଣନ୍ତୁ..

ଯଦିଓ ଆପଣଙ୍କ ଏବଂ ଆପଣଙ୍କ ସାଥୀଙ୍କର ନିଯୁକ୍ତିଦାତା ପ୍ରଦାନ କରିଥିବା ସ୍ୱାସ୍ଥ୍ୟ ବୀମା ଅଛି, ତଥାପି ଆପଣ ଏକ ଅଲଗା ସ୍ୱାସ୍ଥ୍ୟ ବୀମା ପଲିସି କିଣିବା ଉଚିତ । ଏହାର କାରଣ ହେଉଛି ଯଦି ଆପଣ କିମ୍ବା ଆପଣଙ୍କ ସାଥୀ ଚାକିରୀ ଛାଡନ୍ତି ତେବେ ସ୍ବାସ୍ଥ୍ୟ କଭରେଜ୍ ପ୍ରଦାନ କରାଯାଇନଥାଏ ଏବଂ ନିଯୁକ୍ତି କଭରେଜ୍ ଯଥେଷ୍ଟ ହେବ ନାହିଁ । ମହଙ୍ଗା ସ୍ବାସ୍ଥ୍ୟ ସେବା ଖର୍ଚ୍ଚ ଏବଂ ମୁଦ୍ରାସ୍ପୀତି ଯୋଗୁଁ ଆପଙ୍କୁ ଏକ ସ୍ବାସ୍ଥ୍ୟ ବୀମା ପଲିସି କିଣବା ଦରକାର । ଏକ ପାରିବାରିକ ଫ୍ଲୋଟର ସ୍ୱାସ୍ଥ୍ୟ ବୀମା ଯୋଜନା କିଣିବା ଦ୍ୱାରା, ଆପଣ ଆପଣଙ୍କର ପିତାମାତା, ଜୀବନସାଥୀ ଏବଂ ଆପଣଙ୍କ ପିଲାମାନଙ୍କ ପାଇଁ କଭରେଜ୍ ପାଇପାରିବେ ।

ପରସ୍ପରର ଆର୍ଥିକ ଲକ୍ଷ୍ୟ ବିଷୟରେ ଜାଣନ୍ତୁ..

ଉପରୋକ୍ତ ଟିପ୍ସ ନିଶ୍ଚିତ କରିବ ଯେ ଆର୍ଥିକ ସମସ୍ୟା ହେତୁ ଆପଣ କୌଣସି ବୈବାହିକ ବିବାଦରେ ପଡ଼ିବେ ନାହିଁ । ମନେରଖନ୍ତୁ, ପରସ୍ପରକୁ ଭଲ ପାଇବା ଏବଂ ସମ୍ମାନ ବ୍ୟତୀତ, ଆର୍ଥିକ ଯୋଜନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ, ଯାହା ବିନା ଆପଣ ନିଜ ସାଥୀଙ୍କ ସହିତ କଦାପି ଖୁସି ରହିବେ ନାହିଁ ।

(ବିରଳ ଭଟ୍ଟଙ୍କ ଲେଖା, ଲେଖକ ଜଣେ ପର୍ସନାଲ ଫାଇନାନ୍ସ ବିଶେଷଜ୍ଞ )

ପାଠକଙ୍କୁ କୌଣସି ମଧ୍ୟ ନିବେଶ କରିବା ପୂର୍ବରୁ ଜଣେ ଯୋଗ୍ୟ ପରାମର୍ଶଦାତାଙ୍କ ପରାମର୍ଷ ନେବା ପାଇଁ ଇଟିଭି ଭାରତ କହିରଖୁଛି ।

ଯଦି ଆପଣଙ୍କ ପାଖରେ ପର୍ସନାଲ ଫାଇନାନ୍ସ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ରହିଛି ତେବେ ଆମେ କୌଣସି ବିଶେଷଜ୍ଞ ଦ୍ବାରା ପ୍ରଶ୍ନର ଉତ୍ତର ଦେବାକୁ ପ୍ରୟାସ କରିବୁ । ପୂରା ସୂଚନା ସହ businessdesk@etvbharat.com ରେ ଆମକୁ ସମ୍ପର୍କ କରନ୍ତୁ ।

Last Updated : Aug 17, 2020, 7:27 PM IST

ABOUT THE AUTHOR

...view details