ଓଡିଶା

odisha

ETV Bharat / business

ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଠକୁଥିଲେ ରଦ୍ଦ ହୋଇପାରେ ଲାଇସେନ୍ସ

ନୂଆବର୍ଷରୁ ଏହି ଗ୍ରାହକ ସୁରକ୍ଷା ଆଇନ-2019କୁ ଆହୁରି କଡାକଡି ଭାବେ ଲାଗୁ କରିବା ଉପରେ ଅଧିକ ଦୃଷ୍ଟି ଦିଆଯାଉଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ନେଇ ତୈଳ କମ୍ପାନୀଙ୍କୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ଅଧିକ ପଢନ୍ତୁ...

By

Published : Jan 17, 2021, 7:50 PM IST

ଗ୍ରାହକ ସୁରକ୍ଷା ଆଇନ-2019
ଗ୍ରାହକ ସୁରକ୍ଷା ଆଇନ-2019

ନୂଆଦିଲ୍ଲୀ: ଏଣିକି ଗ୍ରାହକଙ୍କୁ କମ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବା ବି ପେଟ୍ରୋଲ ପମ୍ପ ସଞ୍ଚାଳକଙ୍କୁ ମହଙ୍ଗା ପଡିପାରେ । କାରଣ ଯଦି ଜଣେ ଗ୍ରାହକ ଏନେଇ ଭପଭୋକ୍ତା ଫୋରମରେ ଅଭିଯୋଗ କରନ୍ତି, ତେବେ ପେଟ୍ରୋଲ ପମ୍ପ ଗୁଡ଼ିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜୋରିମାନା ବି ଆଦାୟ କରାଯିବ । ଏପରିକି ଲାଇସେନ୍ସ ମଧ୍ୟ ସବୁଦିନ ପାଇଁ ରଦ୍ଦ ହୋଇଯାଇପାରେ ।

ନୂଆବର୍ଷରୁ ଏହି ଗ୍ରାହକ ସୁରକ୍ଷା ଆଇନ-2019କୁ ଆହୁରି କଡାକଡି ଭାବେ ଲାଗୁ କରିବା ଉପରେ ଅଧିକ ଦୃଷ୍ଟି ଦିଆଯାଉଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ନେଇ ତୈଳ କମ୍ପାନୀଙ୍କୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ।

ତେବେ ଜଣେ ଗ୍ରାହକର ଅଭିଯୋଗ ପରେ ଯୋଗାଣ ବିଭାଗ ପେଟ୍ରୋଲ ଏବଂ ଡିଜେଲର ବିକ୍ରି ଉପରେ କିଛିଦିନ ଯାଏଁ ପ୍ରତିବନ୍ଧକ ଲଗାଯିବା ସହ ମାମୁଲି ଜୋରିମାନା ଆଦାୟ କରାଯାଏ । ମାତ୍ର ଏବେ ଦେଶରେ ନୂଆ ଗ୍ରାହକ ସୁରକ୍ଷା ଆଇନ-2019 ଲାଗୁ ହେବା ପରେ ପେଟ୍ରୋଲ ପମ୍ପ ସଞ୍ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ ।

ସୂଚନାଯୋଗ୍ୟ ଯେ, ପେଟ୍ରୋଲ ପମ୍ପରେ ମେସିନରେ ଚିପ୍ ଲଗାଇ ପେଟ୍ରୋଲ ଏବଂ ଡିଜେଲ କମାଇବା ମାମଲାକୁ ଦୃଷ୍ଟିରେ ରଖି ମୋଦି ସରକାର ଗତବର୍ଷ କଡା ପଦକ୍ଷେପ ନେଇଥିଲେ। ମାତ୍ର ଏବେ ଦେଶର ପେଟ୍ରୋଲ ପମ୍ପ ଗୁଡିକରେ ଚିପ ଲଗାଇ ଗ୍ରାହକଙ୍କ ଠାରୁ ପେଟ୍ରୋଲ ଚୋରି କରିବା ପେଟ୍ରୋଲ ପମ୍ପ ସଞ୍ଚାଳକଙ୍କୁ ମହଙ୍ଗା ପଡିପାରେ ।

ଗତବର୍ଷ ଜୁଲାଇ 20 ରେ ନୂତନ ଗ୍ରାହକ ସୁରକ୍ଷା ଆଇନ-2019 ଲାଗୁ ହେବା ପରେ ବର୍ତ୍ତମାନ ପେଟ୍ରୋଲ ପମ୍ପ ଅପରେଟରଙ୍କ ଉପରେ କଡାକଡି କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି।

ABOUT THE AUTHOR

...view details