ଭୁବନେଶ୍ବର: ଆକାଶଛୁଆଁ ପେଟ୍ରୋଲ ଦାମ ଏବେ ଦେଶର ଆନ୍ଦୋଳନ ପାଇଁ ଯୋଗାଉଛି ଇନ୍ଧନ । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦାମ ଶତକ ମାରିବା ପରେ ମାଲକାନାଗିରିରେ ମଧ୍ୟ 100 ଟଙ୍କା ଛୁଇଁଛି ତେଲଦର । ଆଉ ତେଲ ତାତିରେ କଣା ହେଲାଣି ସାଧାରଣ ଖାଉଟି ପକେଟ ।
ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ପେଟ୍ରୋଲ ଦାମ ଲିଟର ପ୍ରତି ରେକର୍ଡ ସ୍ତର 100.29 ଟଙ୍କା (ପ୍ରିମିୟମ) ଓ 97.14 ଟଙ୍କା (ସାଧାରଣ ପେଟ୍ରୋଲ) ହେଲାଣି । ଏପରିକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଦାମ 100 ଟଙ୍କା ନିକଟତର ରହିଛି ।
ରାଜ୍ୟର ବିଭିନ୍ନ ସହରରେ ପେଟ୍ରୋଲ ଦାମ
ବ୍ରହ୍ମପୁର (ଗଞ୍ଜାମ) | 92.89 ଟଙ୍କା |
ଯୋଡା (କେନ୍ଦୁଝର) | 93.45 ଟଙ୍କା |
ବଲାଙ୍ଗୀର | 93.19 ଟଙ୍କା |
ନବରଙ୍ଗପୁର | 95.51ଟଙ୍କା |
ଫୁଲବାଣୀ (କନ୍ଧମାଳ ) | 93.07 ଟଙ୍କା |
ପଦ୍ମପୁର (ବରଗଡ ) | 93.14 ଟଙ୍କା |
ସମ୍ବଲପୁର | 92.21ଟଙ୍କା |
ରାଉରକେଲା (ସୁନ୍ଦରଗଡ ) | 92.58ଟଙ୍କା |
ଯାଜପୁର | 91.82ଟଙ୍କା |
ଝାରସୁଗୁଡା | 91.68 ଟଙ୍କା |
ବାଲେଶ୍ବର | 91.65 ଟଙ୍କା |