ଓଡିଶା

odisha

ETV Bharat / business

ବର୍ଷେ ପରେ ପ୍ରଥମ ଥର କମିଲା ପେଟ୍ରୋଲ ଓ ଡିଜେଲ ଦାମ - ପେଟ୍ରୋଲ ଦାମ

ପ୍ରାୟ ବର୍ଷେ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଶେଷଥର 2020 ମାର୍ଚ୍ଚ 16ରେ ଦେଶରେ ତେଲଦର କମିଥିଲା । ଅଧିକ ପଢନ୍ତୁ..

Petrol, diesel price reduced for first time in 2021
Petrol, diesel price reduced for first time in 2021

By

Published : Mar 24, 2021, 10:33 PM IST

ନୂଆଦିଲ୍ଲୀ: ଆଶ୍ବସ୍ତି ! 2021 ରେ ପ୍ରଥମ ଥର ଦେଶରେ ହ୍ରାସ ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ । ଦେଖିବାକୁ ଗଲେ ପ୍ରାୟ 1 ବର୍ଷ ପରେ ଖସିଛି ପେଟ୍ରୋଲ ଓ ଡିଜେଲ ଦାମ ।

ବୁଧବାର ପେଟ୍ରୋଲ ଦାମ ଲିଟର ପ୍ରତି 18 ପଇସା ଓ ଡିଜେଲ ଦାମ 17 ପଇସା ଖସିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ହ୍ରାସ ପରେ ଘରୋଇ ବଜାରର ତେଲ ଦାମ କମାଇଛନ୍ତି ତେଲ କମ୍ପାନୀ ।

ପେଟ୍ରୋଲ ଓ ଡିଜେଲ ଦାମରେ ଏ ବର୍ଷ 2021ରେ ପ୍ରଥମ ଥର ତେଲ ଦାମ ଖସିଛି । ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 91.17 ଟଙ୍କାରୁ ହ୍ରାସ ହୋଇ 90.99 ଟଙ୍କା ରହିଛି । ଯେତେବେଳେ କି ଦିଲ୍ଲୀରେ ଏବେ ଡିଜେଲ ଦାମ ଲିଟର ପିଛା 81.30 ଟଙ୍କା ରହିଛି ।

ରାଜ୍ୟରେ ଭାଟର ସ୍ଥାନୀୟ ଦର ଓ ପରିବହନ ବ୍ୟୟ ଆଧାରରେ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦାମରେ ପାର୍ଥକ୍ୟ ହୋଇଥାଏ । ଏହି ଉତ୍ପାଦର ଦାମରେ ଏ ବର୍ଷ ଏହା ପ୍ରଥମ ହ୍ରାସ । ଶେଷ ଥର 2020 ମାର୍ଚ୍ଚ 16 ରେ ପେଟ୍ରୋଲ ଦାମ କମିଥିଲା । ଗତ ବର୍ଷକରେ ପେଟ୍ରୋଲ ଦାମରେ ରେକର୍ଡ 21.58 ଟଙ୍କା ଓ ଡିଜେଲ ଦାମ 19.18 ଟଙ୍କା ପ୍ରତି ଲିଟର ବୃଦ୍ଧି ହୋଇଥିଲା । ଗତ ମାସରେ ରାଜସ୍ଥାନ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର କିଛି ସ୍ଥାନରେ ପେଟ୍ରୋଲ ଦାମ ଲିଟ ରିଛା 100 ଟଙ୍କା ପାର କରିଥିଲା ।

ତେବେ ଫେବୃଆରୀ ଶେଷରୁ ତେଲ ଦାମରେ କୌଣସି ବୃଦ୍ଧି ଘୋଷଣା ହୋଇନାହିଁ । ମୁମ୍ବାଇରେ ବୁଧବାର ପେଟ୍ରୋଲ ଦାମ ଲିଟର ପ୍ରତି 97.57 ଟଙ୍କାରୁ କମି 97.40 ଟଙ୍କା ରହିଛି । ଯେତେବେଳେ କି ଡିଜେଲ ଲିଟର88.60 ଟଙ୍କାରୁ ଖସି 88.42 ଟଙ୍କା ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଫେବୃଆରୀରୁ ଦାମରେ ହ୍ରାସ ଦେଖିବାକୁ ମିଳିନି ।

ABOUT THE AUTHOR

...view details