ଓଡିଶା

odisha

ETV Bharat / business

ତେଲ ଦାମ କାହିଁକି ବଢୁଛି ? କହିଲେ ଧର୍ମେନ୍ଦ୍ର ପ୍ରଧାନ - ପେଟ୍ରୋଲ ଦାମ ବୃଦ୍ଧି

ପଲ୍ଲୀଠୁ ଦିଲ୍ଲୀ ସବୁଠି ଏବେ ତେଲ ଦାମ ବୃଦ୍ଧି ନେଇ ଜୋର ଧରିଛି ରାଜନୀତି, ପ୍ରତିବାଦ ଓ ଆନ୍ଦୋଳନ । ଏ ନେଇ ରାଜ୍ୟ କେନ୍ଦ୍ରକୁ ଅଙ୍ଗୁଳି ଦେଖାଉଛି ତ ପୁଣି କେନ୍ଦ୍ର ଅଭିବୃଦ୍ଧି ଓ ଟିକସ ସଂଗ୍ରହର ଦ୍ବାହୀ ଦେଉଛି । ତେବେ ତେଲ ଦାମ କାହିଁକି ଏତେ ବଢୁଛି, କହିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ..

ତେଲ ଦାମ କାହିଁକି ବଢୁଛି, କହିଲେ ଧର୍ମେନ୍ଦ୍ର ପ୍ରଧାନ
ତେଲ ଦାମ କାହିଁକି ବଢୁଛି, କହିଲେ ଧର୍ମେନ୍ଦ୍ର ପ୍ରଧାନ

By

Published : Feb 25, 2021, 10:11 PM IST

ନୂଆଦିଲ୍ଲୀ: କୁହୁଳିବାରେ ଲାଗିଛି ତେଲ ତାତି । ପଲ୍ଲୀଠୁ ଦିଲ୍ଲୀ ସବୁଠି ଏବେ ତେଲ ଦାମ ବୃଦ୍ଧି ନେଇ ଜୋର ଧରିଛି ରାଜନୀତି, ପ୍ରତିବାଦ ଓ ଆନ୍ଦୋଳନ । ଏ ନେଇ ରାଜ୍ୟ କେନ୍ଦ୍ରକୁ ଅଙ୍ଗୁଳି ଦେଖାଉଛି ତ ପୁଣି କେନ୍ଦ୍ର ଅଭିବୃଦ୍ଧି ଓ ଟିକସ ସଂଗ୍ରହର ଦ୍ବାହି ଦେଉଛି । ଆଉ ଏସବୁ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି ତେଲ ଉତ୍ପାଦନକାରୀ ଦେଶ ଅଶୋଧିତ ତୈଳ ଦାମ ବଢାଉଥିବାରୁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖାଦେଇଛି ।

ଗୁରୁବାର ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ଜଣାଇଛନ୍ତି କି, ‘‘ ଅଧିକ ଲାଭ କମାଇବା ପାଇଁ ଅଶୋଧିତ ତୈଳ ଯୋଗାଣକାରୀ ଦେଶରେ ଦାମ ବଢାଉଛନ୍ତି । ’’ ଯାହାର ପ୍ରଭାବରେ ଭାରତରେ ପେଟ୍ରୋଲିୟମ ଉତ୍ପାଦ ମହଙ୍ଗା ହେଉଛି । ସେ କହିଛନ୍ତି କି, ତୈଳ ଯୋଗାଣକାରୀ ଦେଶକୁ ଅନୁରୋଧ କରାଯାଇଛି କି ସେମାନେ ଅଶୋଧିତ ତୈଳ ଦାମରେ ବୃଦ୍ଧି କରନ୍ତୁ ନାହିଁ । କାରଣ ଏହାଦ୍ବାରା ଉପଭୋକ୍ତା ସିଧା ପ୍ରଭାବିତ ହେଉଛନ୍ତି । ଏସବୁ ଦେଶ ନିଜ ଦେଶ ହିତରେ କୃତ୍ରିମ ପ୍ରକ୍ରିୟାରେ ଦାମ ବଢାଉଛନ୍ତି । ଆଉ ଏଭଳି ମନମୁତାବକ ଦାମ ବଢାଯାଇପାରିବ ନାହିଁ , କାରଣ ଏହା ଦ୍ବାରା ଉପଭେକ୍ତା ଦେଶକୁ କ୍ଷତି ସହିବାକୁ ପଡୁଛି ବୋଲି ପ୍ରଧାନ ଜଣାଇଛନ୍ତି ।

ଖରାପ ଜଳବାୟୁ ଯୋଗୁଁ ଗତ 2 ରୁ 3 ସପ୍ତାହରେ ଆମେରିକାରେ ମଧ୍ୟ ଉତ୍ପାଦନ ହ୍ରାସ ହୋଇଛି । ଏଣୁ ଆଶା ରହିଛି କି ଶୀଘ୍ର ସୁଧାର ହେବ । ପ୍ରଧାନ କହିଛନ୍ତି କି ସରକାରଙ୍କ ସମ୍ମୁଖରେ ମୂଳ ସମସ୍ୟା ରିଲିଫ, ରୋଜଗାର , କାମ ହରାଉଥିବା ଲୋକଙ୍କ ଜୀବିକା ବଞ୍ଚାଇବା , ଲୋକଙ୍କୁ ଟଙ୍କା ଉପଲବ୍ଧ କରିବା ପ୍ରୟାସ କରିବା ସହ ସ୍ବାସ୍ଥ୍ୟ ସେବାରେ ସୁଧାର ଭଳି ଚ୍ୟାଲେଞ୍ଜ ଅଛି ।

ABOUT THE AUTHOR

...view details