ଓଡିଶା

odisha

ETV Bharat / business

କାହିଁକି କନ୍ଦାଉଛି ପିଆଜ, କ’ଣ ରହିଛି ସରକାରଙ୍କ ଭୂମିକା ? - କାହିଁକି କନ୍ଦାଉଛି ପିଆଜ

କାହିଁକି ଦେଶରେ ଉପୁଜିଛି ପିଆଜ ସଙ୍କଟ ? କଣ ରହିଛି ଏହା ପଛର କାରଣ ? ଏଥିରୁ ମୁକୁଳିବା ପାଇଁ କଣ ରହିଛି ସରକାରଙ୍କ ପଦକ୍ଷେପ ପଢନ୍ତୁ...

People get tears as Onion prices soar high
କାହିଁକି କନ୍ଦାଉଛି ପିଆଜ, କେତେ କ୍ଷତିଗ୍ରସ୍ଥ ପଡୋଶୀ

By

Published : Dec 4, 2019, 7:41 PM IST


ହାଇଦ୍ରାବାଦ: ପିଆଜ ଦାମ ଶୁଣିଲେ ଆଖିରୁ ପାଣି ବୋହୁଛି । ଏଇ କିଛି ଦିନ ହେବ ବେଲଗାମ ପିଆଜ ଦର ପାଇଁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି । ବଡ କଥା ହେଉଛି ହୁହୁ ହୋଇ ପିଆଜ କିଲୋ ଏବେ 100 ଟଙ୍କା ପାରେଇଲାଣି । ଏହି ସମସ୍ୟା କେବଳ ଗୋଟିଏ ରାଜ୍ୟର ନୁହେଁ ସମଗ୍ର ଦେଶ ସହ ପଡୋଶୀ ରାଷ୍ଟ୍ରରେ ମଧ୍ୟ ପିଆଜ ଅଭାବ ଲାଗିରହିଛି ।

ଆଉ ଏସବୁ ଭିତରେ ମନରେ ପ୍ରଶ୍ନ ଆସୁଛି, କାହିଁକି ପିଆଜ ବଢାଉଛି ଭୟ ? ଆଜି ପିଆଜ ସଙ୍କଟ ଏତେ କିପରି ବଢିଲା ? ଏହି ସମସ୍ୟାରୁ ମୁକୁଳିବା ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି ? ସେନେଇ ଉପୁଜିଛି ଦ୍ବନ୍ଦ ।

ଆମ ଦେଶରେ ପିଆଜର କ୍ଷେତ ରହିଛି । ଗୋଟିଏ ବର୍ଷରେ 1.20 ମିଲିୟନ ହେକ୍ଟର ଅଞ୍ଚଳରେ ପିଆଜ ଉତ୍ପାଦନ କରାଯାଏ । ପ୍ରତିବର୍ଷ ହେକ୍ଟର ପିଛା 16 ଟନ ପିଆଜ ଉତ୍ପାଦନ ହେଉଛି ।

ବିଶେଷ କରି ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଓ ତେଲେଙ୍ଗାନାରେ ସର୍ବାଧିକ ପିଆଜ ଉତ୍ପାଦନ ହୁଏ । କେବଳ ମହାରାଷ୍ଟ୍ରରେ ଖରିଫ ଋତୁ ବେଲେ 76,279 ହେକ୍ଟର ପିଆଜ ବୁଣାଯାଏ । ଯେତେବେଳେ କି ସୋମବାର କୁର୍ନୁଲ ବଜାରରେ କ୍ବିଣ୍ଟାଲ ପିଛା ପିଆଜ ଦାମ 10,150 ଟଙ୍କା ରହିଥିଲା ।

କଣ ରହିଛି ସମସ୍ୟା?

ଯେଉଁ ସବୁ ରାଜ୍ୟରେ ପିଆଜ ଉତ୍ପାଦନ ହୁଏ, ସେଠାରେ ପ୍ରାୟତଃ ମଧ୍ୟମ ଧରଣର ବର୍ଷା ହୋଇଥାଏ । ହେଲେ ଚଳିତଥର ମହାରାଷ୍ଟ୍ରରେ ସାମାନ୍ୟ ବଦଳରେ ଦେଢଗୁଣା ବର୍ଷା ହୋଇଛି । ସେହିପରି ଗୁଜୁରାଟରେ ମଧ୍ୟପ୍ରଦେଶ 2ଗୁଣା ଅର୍ଥାତ 70 ପ୍ରତିଶତ ଓ ତେଲେଙ୍ଗାନାରେ 65 ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

ପରିମାଣ ସ୍ବରୁପ, ବ୍ୟାପକ ପରିମାଣରେ ଫସଲ ନଷ୍ଟ ହୋଇଛି । ଚଳିତବର୍ଷ ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ର ଚାଷୀଙ୍କୁ 2-2 ଥର ପିଆଜ ବୁଣିବାକୁ ପଡିଛି । ତେବେ ଫସଲକୁ ସୁରକ୍ଷିତ ରଖିବା ପାଇଁ କିଛି ସ୍ଥାନରେ ଉତ୍ପାଦନ ଭଲ ରହିଲା ନାହିଁ । ସାଧାରଣତଃ, ଅକ୍ଟୋବର ପ୍ରଥମ ସପ୍ତାହରୁ ବଜାରରେ ପିଆଜ ଉତ୍ପାଦନ ହେବା ନେଇ ଆଶା ରହିଥିଲା । ହେଲେ ବି ସେତେଟା ହେଲେନାହିଁ । ଫଳରେ ଚାହିଦା ଅନୁଯାୟୀ ଯୋଗାଣ କମିଲା । ଯେଉଁଥିପାଇଁ ଦାମ ବଢିଲା ।


ତେବେ କଣ ରହିଛି ସରକାରଙ୍କ ଭୂମିକା ?

ନଭେମ୍ବରୁ ପ୍ରଥମ ସପ୍ତାହରେ ପିଆଜ ଦାମ କ୍ବିଣ୍ଟାଲ ପିଛା 3,467ଟଙ୍କା ଥିଲା । ହେଲେ ପରେ ଅଭାବକୁ ନଜରରେ ରଖି କେନ୍ଦ୍ର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିବା ଓ ଦାମ ବୃଦ୍ଧିରେ ନିୟନ୍ତ୍ରଣ ପାଇଁ ସରକାର ଜାନୁଆରୀ ପର୍ଯ୍ୟନ୍ତ ରପ୍ତାନୀ ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ଆମ ପିଆଜ ଉପରେ ନିର୍ଭର ରାଷ୍ଟ୍ର ପାଇଁ ସମସ୍ୟା ଉପୁଜିଛି । ବରଂ ରପ୍ତାନୀ ବଦଳରେ ଆମ ଦେଶର ଏବେ ଆଫଗାନିସ୍ତାନ, ତୁର୍କୀ, ଇରାନ ଭଳି ରାଷ୍ଟ୍ରରୁ ଲକ୍ଷାଧିକ ଟନ ପିଆଜ ଆମଦାନୀ ପାଇଁ ପ୍ରସ୍ତୁତି ଚଲାଇଛି ।

କଣ ରହିଛି ପଡୋଶୀ ଦେଶର ସ୍ଥିତି ?


ବାଂଲାଦେଶ ପ୍ରଧାନମନ୍ତ୍ରୀ ପିଆଜ ଫସଲ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । କିଲୋ ପିଛା 25 ଟଙ୍କାରୁ ବୃଦ୍ଧି କରି 218 ଟଙ୍କା କରିଦେଲେଣି । ମିଆମାରରେ ଗୋଟିଏ ଭିସା(1.6 କିଲୋ) Kat ମୁଲ୍ୟ 850 ଟଙ୍କା ରହିଛି । ଯାହାକି ଗତ ଥର 450 ରହିଥିଲା । ଗୋଟିଏ Kat ଭାରତୀୟ ଟଙ୍କାରେ 0.47 ସମାନ ।

ନେପାଳରେ ବି ନଭେମ୍ବରରେ 100ଏନଆର ତୁଳନାରେ ଏକ କିଲୋ ପିଆଜ ମୁଲ୍ୟ 150 ଏନଆର ହୋଇଛି । ସେହିଭଳି ପାକିସ୍ତାନ ଓ ଶ୍ରୀଲଙ୍କାରେ ମଧ୍ୟ ପିଆଜ ଆକାଶଛୁଆଁ ହେଲାଣି । ଏହା ଦ୍ବାରା ପଡୋଶୀ ଦେଶ ଭାରତୀୟ ସୀମା ଜରିଆରେ ବାହାରୁ ପିଆଜ ତସ୍କରୀ କଲେଣି । ତେବେ ଭାରତରେ ପ୍ରତି ଲୋକ ପିଛା ହାରାହାରି 19 କିଲୋ ପିଆଜ ବ୍ୟବହାର କରାଯାଏ ।

ABOUT THE AUTHOR

...view details