ଓଡିଶା

odisha

By

Published : Apr 28, 2021, 9:24 PM IST

ETV Bharat / business

ଅକ୍ସିଜେନ ସଙ୍କଟ ଦୂର କରିବ ପେଟିଏମ, ଯୋଗାଇବ 21 ହଜାର କନସେନଟ୍ରେଟର

ଡିଜିଟାଲ ପେମେଣ୍ଟ ଓ ଆର୍ଥିକ ସେବା କମ୍ପାନୀ କମ୍ପାନୀ ପେଟିଏମ 21,000 ଅକ୍ସିଜେନ କନସେନଟ୍ରେଟର ପାଇଁ ଅର୍ଡର ଦେଇଛି । ଏହାକୁ ମେ’ ପ୍ରଥମ ସପ୍ତାହରେ ଉପଲବ୍ଧ କରାଯିବ । ଅଧିକ ପଢନ୍ତୁ..

ଅକ୍ସିଜନେଜ ସଙ୍କଟ ଦୂର କରିବ ପେଟିଏମ , ଯୋଗାଇବ  21 ହଜାର କନସେନଟ୍ରେଟର
ଅକ୍ସିଜନେଜ ସଙ୍କଟ ଦୂର କରିବ ପେଟିଏମ , ଯୋଗାଇବ 21 ହଜାର କନସେନଟ୍ରେଟର

ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ଆଗକୁ ଆସିଛି ଶିଳ୍ପ ଜଗତ । ଅକ୍ସିଜେନ ସଙ୍କଟର ମୁକାବିଲା ପାଇଁ ସହଯୋଗର ହାତ ବଢାଉଛନ୍ତି ବିଭିନ୍ନ କମ୍ପାନୀ । ଏହି ଧାରାରେ ଡିଜିଟାଲ ପେମେଣ୍ଟ ଓ ଆର୍ଥିକ ସେବା କମ୍ପାନୀ କମ୍ପାନୀ ପେଟିଏମ 21,000 ଅକ୍ସିଜେନ କନସେନଟ୍ରେଟର ପାଇଁ ଅର୍ଡର ଦେଇଛି । ଏହାକୁ ମେ’ର ପ୍ରଥମ ସପ୍ତାହରେ ଉପଲବ୍ଧ କରାଯିବ । ଏ ନେଇ ବୁଧବାର କମ୍ପାନୀ କହିଛି ।

ପେଟିଏମ ପ୍ରବକ୍ତା କହିଛନ୍ତି କି କମ୍ପାନୀ ଜନତାଙ୍କ ଠାରୁ 5 କୋଟି ଟଙ୍କା ଏକଜୁଟ କରିଛି । ଆଉ କମ୍ପାନୀ ବି ସମାନ ପରିମାଣର ଟଙ୍କା ମିଶାଇ ମୋଟ 10 କୋଟି ଟଙ୍କାର ଅକ୍ସିନଜେନ କନସେନଟ୍ରେଟର କିଣିବା ପାଇଁ ଅର୍ଡର ଦେଇଛି ।

ଅକ୍ସିନଜେନ କନସେନଟ୍ରେଟର ବାୟୁରୁ ଅକ୍ସିଜନେକୁ ଫିଲ୍ଟର କରିଥାଏ । ଆଉ କମ ଅକ୍ସିଜନେଟ ସ୍ତରର ରୋଗୀଙ୍କୁ ସାହାଯ୍ୟ କରିଥାଏ ।

ପେଟିଏମ ଫାଉଣ୍ଡେସନ ତତ୍କାଳ ରିଲିଫ ଦେବା ପାଇଁ 21,000 ଅକ୍ସିଜେନ କନସରଟ୍ରେଟର ଆମଦାନୀ ଅର୍ଡର ଦେଇଛି । କୋଭିଡ ରିଲିଫ ଅଭିଯାନ ପାଇଁ ଏହାର ସଂସ୍ଥାପକ ବିଜୟ ଶେଖର ଶର୍ମା ଚିକିତ୍ସା ବିଶେଷଜ୍ଞର ଡେଡିକେଟଡ ଟିମର ନେତୃତ୍ବ ନେଉଛନ୍ତି ।

ତେବେ ପେଟିଏମ ଅର୍ଡର ଦେଇଥିବା ଉପକରଣ ଶୀଘ୍ର ସରକାରୀ ହସ୍ପିଟାଲ, କୋଭିଡ ରକ୍ଷାବେକ୍ଷଣା କେନ୍ଦ୍ର, ଘରୋଇ ନର୍ସିଂ ହୋମ ଏବଂ ରେଜିଷ୍ଟ୍ରେଡ ୱେଲଫେୟାର ଆସୋସିଏସନକୁ ପଠାଯିବ ।

ABOUT THE AUTHOR

...view details