ଓଡିଶା

odisha

By

Published : Feb 11, 2021, 7:38 PM IST

ETV Bharat / business

ଜାନୁଆରୀରେ 11 ପ୍ରତିଶତ ବଢିଛି ପାସେଞ୍ଜର ଯାନ ବିକ୍ରି

ପାସେଞ୍ଜର ଯାନର ହୋଲସେଲ ବିକ୍ରି 2021 ଜାନୁଆରୀରେ 11.14 ପ୍ରତିଶତ ବଢି 2,76,554 ୟୁନିଟ ହୋଇଛି । ସିଆମ ଏ ନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

ଜାନୁଆରୀରେ 11 ପ୍ରତିଶତ ବଢିଛି ପାସେଞ୍ଜର ଯାନ ବିକ୍ରି
ଜାନୁଆରୀରେ 11 ପ୍ରତିଶତ ବଢିଛି ପାସେଞ୍ଜର ଯାନ ବିକ୍ରି

ନୂଆଦିଲ୍ଲୀ: ଭାରତରେ ପାସେଞ୍ଜର ଯାନର ହୋଲସେଲ ବିକ୍ରି 2021 ଜାନୁଆରୀରେ 11.14 ପ୍ରତିଶତ ବଢି 2,76,554 ୟୁନିଟ ହୋଇଛି । ଯେତେବେଳେ କି 2020 ଜାନୁଆରୀ ଏହି ସଂଖ୍ୟା 2,48,840 ୟୁନିଟ ଥିଲା । ଅଟୋ ଉଦ୍ୟୋଗ ସଂସ୍ଥାନ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟୁନୁପ୍ୟାକ୍ଚର୍ସ (ସିଆମ) ଏ ନେଇ ଗୁରୁବାର ସୂଚନା ଦେଇଛି ।

ସିଆମ ମୁତାବକ 2020 ରେ ଡିଲରଙ୍କ ଦୁଇଚକିଆ ଯାନର ଯୋଗାଣ 6.63 ପ୍ରତିଶତ ବଢି 14,29,928 ୟୁନିଟ ହୋଇଛି । ଯାହାକି ଗତ ବର୍ଷ ସମାନ ଅବଧିରେ 13,41,005 ୟୁନିଟ ଥିଲା । ଏହି ତଥ୍ୟ ମୁତାବକ 2021 ଜାନୁଆରୀରେ ମୋଟରସାଇକେଲ ବିକ୍ରି 5.1 ପ୍ରତିଶତ ବୃଦ୍ଧି ହୋଇ 9,16,365 ୟୁନିଟ ହୋଇଛି ।

ଏହି ଅବଧିରେ ସ୍କୁଟର ବିକ୍ରି 9.06 ପ୍ରତିଶତ ବଢିଛି । ଯଦିଓ ତିନିଚକିଆ ଯାନର ବିକ୍ରିରେ 56.76 ପ୍ରତିଶତ ହ୍ରାସ ହୋଇଛି ।

ABOUT THE AUTHOR

...view details