ନୂଆଦିଲ୍ଲୀ: ଦେଶରେ ପାସେଞ୍ଜର ଯାନ ବିକ୍ରି ଅଗଷ୍ଟରେ 14.16 ପ୍ରତିଶତ ବୃଦ୍ଧି ହୋଇ 2,15,916 ୟୁନିଟ ରହିଛି । ଗତ ବର୍ଷ ଏହି ଅବଧିରେ ଏହି ସଂଖ୍ୟା 1,89,129 ରହିଥିଲା । ଘରୋଇ ଗାଡି ନିର୍ମାତା ସଙ୍ଗଠନ ସୋସାଇଟି ଅଫ୍ ଇଣ୍ଡିଆନ ଅଟୋ ମୋବାଇଲ ମାନୁଫାକସର୍ସ(ସିଆମ) ପକ୍ଷରୁ ଏ ନେଇ ଶୁକ୍ରବାର ରିପୋର୍ଟ ପ୍ରକାଶ ପାଇଛି ।
ଦେଶରେ 14 ପ୍ରତିଶତ ବଢିଛି ପାସେଞ୍ଜର ଯାନ ବିକ୍ରି - Passenger vehicle sales in India increase
ଅଟୋମୋବାଇଲ ପାଇଁ ଆଶ୍ବସ୍ତିକର ଖବର । ବଢିଲା ପାସେଞ୍ଜର ଯାନ ବିକ୍ରି । ଏ ନେଇ ସିଆମ ପକ୍ଷରୁ ଶୁକ୍ରବାର ରିପୋର୍ଟ ପ୍ରକାଶ ହୋଇଛି । ଅଧିକ ପଢନ୍ତୁ..
ରିପୋର୍ଟ ଅନୁସାରେ ସମୀକ୍ଷା ମସରେ ଦୁଇଚକିଆ ଯାନର ବିକ୍ରି 3 ପ୍ରତିଶତ ବଢି 15,59,665 ୟୁନିଟ ରହିଛି । ଯାହାକି ଗତ ବର୍ଷ ଅଗଷ୍ଟରେ 15,14,196 ରହିଥିଲା । ଏଥିରେ ମୋଟରସାଇକେଲ ବିକ୍ରି 10.13 ପ୍ରତିଶତ ବଢି 10,32,476 ୟୁନିଟ ଓ ସ୍କୁଟର ବିକ୍ରି 12.3 ପ୍ରତିଶତ ହ୍ରାସ ହୋଇ 4,56,848 ୟୁନିଟ ରହିଛି । ଗତ ବର୍ଷ ଏହି ସଂଖ୍ୟା କ୍ରମଶଃ 9,37,486 ଓ 5,20,898 ୟୁନିଟ ରହିଥିଲା ।
ଲକଡାଉନ ଯୋଗୁଁ ପୂର୍ବରୁ ସଙ୍କଟଗ୍ରସ୍ଥ ଅଟୋମୋବାଇଲ ସେକ୍ଟର ଆହୁରୀ ଦୟନୀୟ ସ୍ଥିତିକୁ ଗତି କରିଥିଲା । ଉତ୍ପାଦନ ଠପ ସହ ବିକ୍ରି ବନ୍ଦ ଯୋଗୁଁ ଆୟ ଗୁରୁତର ହୋଇପଡିଥିଲା । ହେଲେ ଅନଲକ ପର୍ଯ୍ୟାୟ ବଢିବା ସହ ଗାଡି ଉତ୍ପାଦନ ଓ ବିକ୍ରିରେ ବୃଦ୍ଧି ଦେଖାଦେଇଛି ।