ଓଡିଶା

odisha

ETV Bharat / business

ଅଟୋଶିଳ୍ପକୁ ଚଡକ, ଲଗାତାର 11 ମାସ ଧରି କମୁଛି ବିକ୍ରି - passenger vehicle sales decline

ମାନ୍ଦାବସ୍ଥାରୁ ମୁକୁଳିବାର ନାଁ ଧରୁନି ଅଟୋ ଶିଳ୍ପ । ଲଗାତାର 11 ମାସ ହେଲା ଗାଡି ବିକ୍ରି ହ୍ରାସ ପାଇବାରେ ଲାଗିଛି। ସେପ୍ଟମ୍ବରରେ ପାସେଞ୍ଜର ଯାନ ବିକ୍ରି 23.69 ପ୍ରତିଶତ ହ୍ରାସ ପାଇ 2,23,317 ୟୁନିଟ ରହିଛି ।

ପ୍ରତିକାତ୍ମକ ଫଟୋ

By

Published : Oct 11, 2019, 2:28 PM IST

ନୂଆଦିଲ୍ଲୀ: ଅଟୋମୋବାଇଲ ଉଦ୍ୟୋଗକୁ ଚଡକ । ଲଗାତାର 11 ମାସ ଧରି କମିଲା ଘରୋଇ ଗାଡି ବିକ୍ରି । ଚଳିତ ବର୍ଷ ସେପ୍ଟମ୍ବରରେ ପାସେଞ୍ଜର ଯାନ ବିକ୍ରି 23.69 ପ୍ରତିଶତ ହ୍ରାସ ପାଇ 2,23,317 ୟୁନିଟରେ ରହିଛି । ଏହା ଗତ ବର୍ଷ ସମାନ ମାସରେ 2,92,660 ୟୁନିଟ ରହିଥିଲା ।

ଶୁକ୍ରବାର ଭାରତୀୟ ଅଟୋମୋବାଇଲ ନିର୍ମାତା ସଂଘ (ସିଆମ) ପକ୍ଷରୁ ଜାରି ରିପୋର୍ଟ ଅନୁଯାୟ 2019ସେପ୍ଟମ୍ବରରେରେ ଘରୋଇ କାର ବିକ୍ରି 33.4 ପ୍ରତିଶତ ହ୍ରାସ ପାଇ 1,31,284 ୟୁନିଟ ରହିଥିଲା । ଯାହାକି 2018 ସେପ୍ଟମ୍ବରରେ 1,97,124 ୟୁନିଟ ଥିଲା ।

ସେହିପରି ଗତ ମାସରେ ମୋଟରସାଇକେଲ ବିକ୍ରି 23.29 ପ୍ରତିଶତ ଖସି 10,43,624 ଥିଲା । ଯାହା ଗୋଟିଏ ବର୍ଷ ତଳେ 13,60,415 ୟୁନିଟ ଥିଲା । ଏହା ସହ 2 ଚକିଆ ଯାନ ବିକ୍ରି ମଧ୍ୟ ସେପ୍ଟମ୍ବରରେ 22.09 ପ୍ରତିଶତ ହ୍ରାସ ପାଇ 16,56,774 ୟୁନିଟ ରହିଛି।

ସିଆମର କହିବା ଅନୁଯାୟୀ ଗତବର୍ଷ ସମାନ ଅବଧିରେ 95,870 ୟୁନିଟ ତୁଳନାରେ ସେପ୍ଟମ୍ବରରେ କମର୍ସିଆଲ ଗାଡି ବିକ୍ରି 39.06 ପ୍ରତିଶତ ଖସି 58,419 ପ୍ରତିଶତ ଅଛି।

ABOUT THE AUTHOR

...view details