ଓଡିଶା

odisha

ETV Bharat / business

ଚାହିଦା ନାହିଁ, ଡିସେମ୍ବରରେ ପୁଣି ଖସିଲା ପାସେଞ୍ଜର ଯାନ ବିକ୍ରି - Passenger vehicle sales decline in December

ଗ୍ରାମାଞ୍ଚଳ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଚାହିଦା ହ୍ରାସ ଯୋଗୁଁ କମୁଛି ଗାଡି ବିକ୍ରିର ପରିମାଣ। ଲଗାତାର କମିଚାଲିଛି ପାସେଞ୍ଜର ଯାନ ବିକ୍ରି। ସ୍ଥିତି ଏପରି ଯେ, ଗତବର୍ଷ ଅପେକ୍ଷା ବହୁତ ଅଧିକ ପରିମାଣରେ ଖସୁଛି ଗାଡି ବିକ୍ରି। ଏନେଇ ଚିନ୍ତାରେ ଅଟୋ ସେକ୍ଟର।

Passenger vehicle sales decline 1.24% in December
ଚାହିଦା ନାହିଁ, ଡିସେମ୍ବରରେ ପୁଣି ଖସିଲା ପାସେଞ୍ଜର ଯାନ ବିକ୍ରି

By

Published : Jan 10, 2020, 4:45 PM IST

ନୂଆଦିଲ୍ଲୀ: ପୁଣି କମିଲା ପାସେଞ୍ଜର ଯାନ ବିକ୍ରି। ଚାହିଦା ହ୍ରାସ ଯୋଗୁଁ ଡିସେମ୍ବରରେ ପାସେଞ୍ଜର ବିକ୍ରି 1.24 ପ୍ରତିଶତ ହ୍ରାସ ପାଇ 2,35,786 ୟୁନିଟ ରହିଛି। ଅଟୋମୋବାଇଲ ମ୍ୟାନୁଫାକଚରର୍ସ(ସିଆମ)ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି।

ଗତମାସରେ ଘରୋଇ ବଜାରରେ କାର ବିକ୍ରି 12.01 କମି 6,97,819 ୟୁନିଟରେ ପହଞ୍ଚିଛି। ଯାହାକି 2018 ସମାନ ମାସରେ 12,59,007 ୟୁନିଟ ରହିଥିଲା।

ସେହିଭଳି ଡିସେମ୍ବରରେ ଦୁଇଚକିଆ ଯାନର ବିକ୍ରି 16.6 ପ୍ରତିଶତ କମି 10,50,038 ୟୁନିଟ ରହିଛି। ଯାହା ବର୍ଷେ ତଳେ ଏହି ମାସରେ 12,59,007 ୟୁନିଟ ରହିଥିଲା।

ସିଆମ ମୁତାବକ ବାଣିଜ୍ୟିକ ଯାନ ବିକ୍ରି 12.32 ପ୍ରତିଶତ ହ୍ରାସ ପାଇ 66,622 ୟୁନିଟ ରହିଛି । ଦୁଇ ଚକିଆ ଏବଂ ବାଣିଜ୍ୟକ ଯାନ ବିକ୍ରି ଲଗାତର ଭାବେ କମିଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଗ୍ରାମାଞ୍ଚଳ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଚାହିଦା ହ୍ରାସ ଯୋଗୁଁ ଏହି ବର୍ଗର ଯାନ ବିକ୍ରି ହ୍ରାସ ଘଟିଛି।

2019 ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଗାଡି ବିକ୍ରି 13.77 ପ୍ରତିଶତ କମି 2,30,73,438 ୟୁନିଟ ରହିଛି। ଯେତେବେଳେ କି 2018ରେ 2,67,58,787 ୟୁନିଟ ରହିଥିଲା।

ABOUT THE AUTHOR

...view details