ଓଡିଶା

odisha

By

Published : Nov 9, 2020, 5:21 PM IST

ETV Bharat / business

ଅକ୍ଟୋବରରେ ଖସିଲା ପାସେଞ୍ଜର କାରର ଖୁଚୁରା ବିକ୍ରି

ଅକ୍ଟୋବର ମାସରେ ପାସେଞ୍ଜର କାରର ଖୁଚୁରା ବିକ୍ରି 8.8 ପ୍ରତିଶତ ହ୍ରାସ ହୋଇ 2,49,860 ୟୁନିଟ ଅଛି । ଗାଡି ବିକ୍ରେତାଙ୍କ ସଙ୍ଗଠନ ଫାଡା ଏ ନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

ଅକ୍ଟୋବରରେ ଖସିଲା ପାସେଞ୍ଜର କାରର ଖୁଚୁରା ବିକ୍ରି
ଅକ୍ଟୋବରରେ ଖସିଲା ପାସେଞ୍ଜର କାରର ଖୁଚୁରା ବିକ୍ରି

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ପାସେଞ୍ଜର କାରର ଖୁଚୁରା ବିକ୍ରି ବାର୍ଷିକ ଆଧାରରେ 8.8 ପ୍ରତିଶତ ହ୍ରାସ ହୋଇ 2,49,860 ୟୁନିଟ ରହିଯାଇଛି । ଗାଡି ବିକ୍ରେତାଙ୍କ ସଙ୍ଗଠନ ଫାଡା ସୋମବାର ଏ ନେଇ ସୂଚନା ଦେଇଛି । ଯୋଗାଣ ସମ୍ବନ୍ଧୀୟ ମାମଲା ଯୋଗୁଁ ଗାଡି ପଞ୍ଜିକରଣ ଧୀମା ପଡିଛି ।

ଫେଡରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏନ (ଫାଡା) ଅନୁସାରେ ଯାତ୍ରୀ କାରର ବିକ୍ରି 1 ବର୍ଷ ପୂର୍ବରୁ ଅକ୍ଟୋବରରେ 2019ରେ 2,73,980 ୟୁନିଟ ରହିଛି । ଫାଡା ସମଗ୍ର ଦେଶର 1,464 ଆରଟିଓ ଅଫିସ ମଧ୍ୟରୁ 1,257 ଅଫିସର ତଥ୍ୟ ଯୋଗାଡ କରିଥାଏ ।

ଦୁଇଚକିଆ ଗାଡି ବିକ୍ରି ଗତ ମାସରେ 26.82 ପ୍ରତିଶତ ହ୍ରାସ ହୋଇ 10,41,682 ୟୁନିଟ ରହିଛି । 1 ବର୍ଷ ପୂର୍ବରୁ 2019 ଅକ୍ଟୋବରେ ଏହି ବିକ୍ରି 14,23,394 ଯାନ ରହିଥିଲା ।

ସେହିପରି କମର୍ସିଆଲ ଗାଡି ବିକ୍ରି ମଧ୍ୟ 30.32 ପ୍ରତିଶତ ହ୍ରାସ ହୋଇ 44,480 ୟୁନିଟ ଅଛି । ଯାହା 1 ବର୍ଷ ତଳେ ଏହି ମାସରେ ଏହା 63,837 ଗାଡି ରହିଥିଲା । ଏଭଳି ଭାବେ ଦୁଇ ଚକିଆର ଯାନର ବିକ୍ରି ବି 64.5 ପ୍ରତିଶତ କମି 22,381 ଗାଡି ରହିଛି । 1 ବର୍ଷ ପୂର୍ବରୁ ଏହି ମାସରେ ଅକ୍ଟୋବରରେ ଏହି ବିକ୍ରି 63,042 ୟୁନିଟ ରହିଛି ।

ଯଦିଓ ଏହି ସମୟରେ ଟ୍ରାକ୍ଟର ବିକ୍ରି 55 ପ୍ରତିଶତ ବୃଦ୍ଧି ହୋଇ 55,146 ୟୁନିଟ ଯାଏଁ ପହଞ୍ଚିଛି । 1 ବର୍ଷ ତଳେ ଏହି ମାସରେ ଏହି ବିକ୍ରି ସଂଖ୍ୟା 35,456 ୟୁନିଟ ରହିଥିଲା ।

ମୋଟ ମିଶାଇ ଗତ ମାସରେ ସମସ୍ତ ପ୍ରକାର ଗାଡି ବିକ୍ରି 1 ବର୍ଷ ତଳେ ଏହି ମାସ ତୁଳନାରେ 23.99 ପ୍ରତିଶତ କମି 14,13,549 ୟୁନିଟ ଅଛି । ସେହିଭଳି 1 ବର୍ଷ ପୂର୍ବରୁ ଅକ୍ଟୋବରରେ ଏହା 18,59,709 ୟୁନିଟ ଥିଲା ।

ଫାଡାର ସଭାପତି ଭିଙ୍କେଶ ଗୁଲାଟୀ ବିକ୍ରି ପରିସଂଖ୍ୟାନକୁ ନେଇ କହିଛନ୍ତି ଯେ, ନବରାତ୍ରୀ କାଳରେ ଗାଡି ବିକ୍ରି ପଞ୍ଜିକରଣରେ ବୃଦ୍ଧି ହୋଇଛି । ହେଲେ ଏହା ପରେ ବି ଅକ୍ଟୋବର ମାସେ ଗାଡି ବିକ୍ରି ଗତ ବର୍ଷ ଏହି ମାସ ତୁଳନାରେ କମ ଥିଲା ।

ABOUT THE AUTHOR

...view details