ନୂଆଦିଲ୍ଲୀ: ପ୍ୟାନ୍ ସହ ଆଧାର ଲିଙ୍କ ପାଇଁ ପାଖେଇ ଆସୁଛି ଡେଡଲାଇନ । ହାତରେ ଆଉ ମାତ୍ର 28 ଦିନ । ଯଦି ଏ ଭିତରେ ପ୍ୟାନ୍ -ଆଧାର ଲିଙ୍କ ନ କରନ୍ତି ତେବେ ଆପଣଙ୍କ ପ୍ୟାନ୍ କାର୍ଡକୁ ଆୟକର ବିଭାଗ ରଦ୍ଦ କରିଦେବ । ଯଦି ଏହା ପରେ ବି ପାନ କାର୍ଡକୁ ବ୍ୟବହାର କରନ୍ତି ତେବେ 10,000 ଟଙ୍କା ଜୋରିମାନା ଗଣିବାକୁ ପଡିବ ।
ପ୍ୟାନ୍ ସହ ଆଧାର ଲିଙ୍କ ନ କଲେ ଗଣିବେ 10 ହଜାର ତଣ୍ଡ - ମାର୍ଚ୍ଚ 31ପରେ ପାନ ବ୍ୟବହାର
ପ୍ୟାନ୍ ସହ ଆଧାର ଲିଙ୍କ ପାଇଁ ପାଖେଇ ଆସୁଛି ଡେଡଲାଇନ । ନଚେତ ପରେ ବ୍ୟବହାର କଲେ ଗଣିବେ 10,000 ଟଙ୍କା ଜୋରିମାନା ।

ପାନ ସହ ଆଧାର ଲିଙ୍କ ନ କଲେ ଗଣିବେ 10 ହଜାର ତଣ୍ଡ
ଆୟକର ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ 31 ତାରିଖ ସୁଦ୍ଧା ଆଧାର ସହ ପ୍ୟାନ୍ କାର୍ଡକୁ ଲିଙ୍କ କରିବା ବାଧ୍ୟତାମୂଳକ । ଆଉ ନ କଲେ ପ୍ୟାନ୍ କାର୍ଡ କାର୍ଯ୍ୟକାରୀ ନ ହେବା ସହ ବ୍ୟବହାରକାରୀଙ୍କ ଉପରେ ଆୟକର ଆଇନ ଧାରା 272 ବି ଅନୁସାରେ 10,000 ଟଙ୍କାର ଜୋରିମାନା ଲାଗୁ ହେବ ।
ତେବେ ଯଦି ଆପଣଙ୍କ ପ୍ୟାନ୍ କାର୍ଡ ରଦ୍ଦ ହୁଏ, ତାହା ହେଲେ ବହୁତ ସମସ୍ୟା ଭୋଗିବାକୁ ପଡିବ । ସମ୍ପତ୍ତି ରେଜିଷ୍ଟ୍ରେଶନ ଠାରୁ, ଅଫିସ କାମ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆଦି ବିଭିନ୍ନ କ୍ଷେତ୍ରରେ, ଯେଉଁଠି ପାନ କାର୍ଯ୍ୟ ଅନିବାର୍ଯ୍ୟ ସେ ସ୍ଥିତିରେ ଆପଣ ନାନା ସମସ୍ୟାର ସାମ୍ନା କରିବେ ।