ଓଡିଶା

odisha

ETV Bharat / business

ଚିନ୍ତା କରନ୍ତୁ ନାହିଁ, ବଢିଲା ପାନ-ଆଧାର ଲିଙ୍କ ଅବଧି - pan aadhaar linking deadline extended

ବଢିଲା ପାନ୍‌-ଆଧାର ସଂଯୋଗ ଅବଧି । 2020 ମାର୍ଚ୍ଚ 31 ଯାଏ ହେବ ପାନ-ଆଧାର ଲିଙ୍କ। ପୂର୍ବରୁ ଏହାର ଶେଷ ତାରିଖ 2019 ଡିସେମ୍ବର 31 ଯାଏଁ ରହିଥିଲା।

pan aadhaar linking deadline extended till march 2020 cbdt
ଚିନ୍ତା କରନ୍ତୁ ନାହିଁ, ବଢିଲା ପାନ-ଆଧାର ଲିଙ୍କ ଅବଧି

By

Published : Dec 31, 2019, 7:23 PM IST

ନୂଆଦିଲ୍ଲୀ: ବଢିଲା ପାନ୍‌-ଆଧାର ସଂଯୋଗ ଅବଧି । 2020 ମାର୍ଚ୍ଚ 31 ଯାଏ ହେବ ପାନ-ଆଧାର ଲିଙ୍କ । ପୂର୍ବରୁ ଏହାର ଶେଷ ତାରିଖ 2019 ଡିସେମ୍ବର 31 ଯାଏଁ ରହିଥିଲା। ସୋମବାର ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।


ଟ୍ବିଟ କରି ସିବିଡିଟି କହିଛି ଯେ, ଆୟକର ଅଧିନିୟମ 1961ର ଧାରା 139(A) (A)ର ଉପ-ଧାରା 2 ଅଧିନରେ ପାନକୁ ଆଧାର ସହ ଯୋଡିବାର ଶେଷ ସମୟ ସୀମାକୁ ବଢାଇ ଦିଆଯାଇଛି। ଏହାକୁ ମିଶାଇ ଲଗାତାର 8 ଥର ଧରି ସିବିଡିଟି ଆଧାର-ପାନ ଲିଙ୍କ ଅବଧି ବୃଦ୍ଧି କରିଛି।

ଗତ ବର୍ଷ ସେପ୍ଟେମ୍ବରରେ ଉଚ୍ଚତମ ନ୍ୟାୟଳୟ କେନ୍ଦ୍ର ସରକାରଙ୍କ ଆଧାର ଯୋଜନାକୁ ସମ୍ବିଧାନିକ ରୂପେ ଆଇନ ସମ୍ମତ କରିବାକୁ କହିଥିଲେ। ଆୟକର ରିଟର୍ଣ୍ଣସ ବେଳେ ଏହାକୁ ବାଧ୍ୟତାମୂଳକ କରିଥିଲେ।

ଆୟକର ଆଇନ ଧାରା 139 ଏଏ(2) ରେ କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ପାଖରେ 2017 ଜୁଲାଇ ପହିଲାରୁ ପାନ କାର୍ଡ ରହିଛି ଓ ଆଧାର ପାଇଁ ଯୋଗ୍ୟ, ସେମାନଙ୍କୁ ନିଜର ଆଧାର ନମ୍ବର ଅଧିକାରୀ ଦେବା ଅନିବାର୍ଯ୍ୟ।

ABOUT THE AUTHOR

...view details