ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟକୁ ନଜରରେ ରଖି ଆୟକର ବିଭାଗ ପାନ-ଆଧାର ଲିଙ୍କ ଅବଧିକୁ ବଢାଇଛି । 2021 ମାର୍ଚ୍ଚ 31 ଯାଏଁ ପାନ-ଆଧାର ଲିଙ୍କ କରାଯାଇପାରିବ । ସୋମବାର ବିଭାଗ ପକ୍ଷରୁ ଏ ନେଇ ଟ୍ବିଟ କରି ସୂଚନା ଦିଆଯାଇଛି ।
ବଢିଲା ପାନ୍-ଆଧାର ଲିଙ୍କ ଅବଧି - PAN AADHAAR linking4
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର କାର୍ଡ ସହ ପାନ ଲିଙ୍କ କରିବା ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି । ଏହି ଅବଧି ଆସନ୍ତା ମାର୍ଚ୍ଚ 31 ତାରିଖ ଯାଏଁ ବଢିବ । ଅଧିକ ପଢନ୍ତୁ..
![ବଢିଲା ପାନ୍-ଆଧାର ଲିଙ୍କ ଅବଧି ବଢିଲା ପାନ୍-ଆଧାର ଲିଙ୍କ ଅବଧି](https://etvbharatimages.akamaized.net/etvbharat/prod-images/768-512-7913384-thumbnail-3x2-kk.jpg)
ତେବେ ପୂର୍ବରୁ ଲକଡାଉନ ଯୋଗୁଁ ସରକାର ପାନ ଓ ଆଧାର ଲିଙ୍କ ସଂଯୋଗ ଶେଷ ତାରିଖ 2020 ଜୁନ 30 ଯାଏଁ ବୃଦ୍ଧି କରିଥିଲେ। ବର୍ତ୍ତମାନ ହିତାଧିକାରୀ ଆୟକର ବିଭାଗର ଅଫିସିଆଲ e-filing websiteକୁ ଯାଇ ପାନ-ଆଧାରକୁ ଲିଙ୍କ କରିପାରିବେ । ଏଥିସହ ବିଭାଗ ପକ୍ଷରୁ ଏବେ ଲିଙ୍କ ପାଇଁ ଏସଏମଏସ ସୁବିଧା ମଧ୍ୟ ପ୍ରଦାନ ହେଉଛି ।
ପ୍ରକାଶ ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାନକୁ ଆଧାର ସହ ଲିଙ୍କ କରିବେ ନାହିଁ ତେବେ ଏହା ଅମାନ୍ୟ ହୋଇଯିବ । ଏହି ସର୍ତ୍ତ ସହ ଟିକସ ରିଟର୍ଣ୍ଣ ଦାଖଲେ ସମସ୍ୟା ଭୋଗିବାକୁ ପଡିପାରେ । 50 ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ । କାରଣ ଏଥିପାଇଁ ପାନ କାର୍ଡର ଆବଶ୍ୟକ । ପାନ କାର୍ଡର ଇନକମ ଟ୍ୟାକ୍ସ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ମଧ୍ୟ ଲିଙ୍କ ଥାଏ।