ଓଡିଶା

odisha

ETV Bharat / business

ତାଳ ତେଲ: ମୋଦିଙ୍କ ବିଦେଶ ନୀତିରେ ନୂଆ ଅସ୍ତ୍ର - ମୋଦିଙ୍କ ବିଦେଶ ନୀତିରେ ନୂଆ ଅସ୍ତ୍ର

ଶେଖର ଆୟରପାମ୍‌ ଅଏଲ୍‌ ( ତାଳ ତୈଳ) ଓ ପାମୋଲିନ୍‌ ଆମଦାନୀ ଉପରେ ଭାରତ ଜାରି କରିଥିବା ପ୍ରତିବନ୍ଧକ ଏକ ନୂଆ କୂଟନୈତିକ ସମୀକରଣକୁ ପ୍ରତିପାଦନ କରୁଛି। ପ୍ରଥମଥର ପାଇଁ ଦେଶର ବାଣିଜ୍ୟ କାରବାରରେ ଏପରି ଏକ ପ୍ରତିବନ୍ଧକ ନୂଆଦିଲ୍ଲୀର ତୀକ୍ଷ୍ଣ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ବୈଦେଶିକ ନୀତି ଭିତ୍ତିକ ଅସ୍ତ୍ର ବୋଲି କୁହାଯାଉଛି।

Palm oil is new weapon on Modi's foreign policy arsenal?
ତାଳ ତେଲ: ମୋଦିଙ୍କ ବିଦେଶ ନୀତିରେ ନୂଆ ଅସ୍ତ୍ର

By

Published : Jan 11, 2020, 1:02 PM IST

ହାଇଦ୍ରାବାଦ: ଶେଖର ଆୟରପାମ୍‌ ଅଏଲ୍‌ ( ତାଳ ତୈଳ) ଓ ପାମୋଲିନ୍‌ ଆମଦାନୀ ଉପରେ ଭାରତ ଜାରି କରିଥିବା ପ୍ରତିବନ୍ଧକ ଏକ ନୂଆ କୂଟନୈତିକ ସମୀକରଣକୁ ପ୍ରତିପାଦନ କରୁଛି। ପ୍ରଥମଥର ପାଇଁ ଦେଶର ବାଣିଜ୍ୟ କାରବାରରେ ଏପରି ଏକ ପ୍ରତିବନ୍ଧକ ନୂଆଦିଲ୍ଲୀର ତୀକ୍ଷ୍ଣ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ବୈଦେଶିକ ନୀତି ଭିତ୍ତିକ ଅସ୍ତ୍ର ବୋଲି କୁହାଯାଉଛି ।


ଏହା ଦ୍ଵାରା ପ୍ରଧାନମନ୍ତ୍ରୀ ମୋଦି ମାଲେସୀୟ ପ୍ରଧାନମନ୍ତ୍ରୀ ମହାଥିର୍‌ ବିନ୍‌ ମହମ୍ମଦଙ୍କୁ ସିଧା ସିଧା ତାଙ୍କ ବୟାନ ପାଇଁ ଚେତାଇବାକୁ ଚେଷ୍ଟା କରିଛନ୍ତି। ମହାଥିର ପୂର୍ବରୁ ଜମ୍ମୁ ଓ କଶ୍ମୀରବାବଦରେ ଭାରତର ନୀତି ବିରୋଧରେ ସମାଲୋଚନା କରିଥିଲେ। ଏହାସହ ନୂଆ ନାଗରିକତ୍ଵ ଆଇନକୁ ମଧ୍ୟ ସମାଲୋଚନା କରିଥିଲେ। ଏସବୁ ବୟାନ ଏବେ ଭାରତର ଏହି ତୈଳ ନୀତି ଯୋଗୁ ତାଙ୍କ ପାଇଁ ଭାରି ପଡ଼ିପାରେ।

ଇଣ୍ଡୋନେସିଆ ପରେ ବିଶ୍ଵର ଦ୍ଵିତୀୟ ପାମ୍‌ ଅଏଲ୍‌ ଉତ୍ପାଦନକାରୀ ରାଷ୍ଟ୍ର ହେଉଛି ମାଲେସିୟା। ପୁଣି ଦେଶର ସମୁଦାୟ ରପ୍ତାନୀରୁ ସର୍ବାଧିକ ରପ୍ତାନୀ ଭାରତକୁ ହୋଇଥାଏ। ଏବେ ଭାରତର ପ୍ରତିବନ୍ଧକ ପରେ ମାଲେସିୟା ବ୍ୟାପକ ଆର୍ଥିକ କ୍ଷତି ସ୍ଵୀକାର କରିବାକୁ ଯାଉଛି। ଏହା ଫଳରେ କୋଟି କୋଟି ଟଙ୍କାର ରାଜସ୍ଵ ହରାଇବ ମାଲେସିଆ। ମୋଦିଙ୍କ ଏହି ନୀତି ଦ୍ଵାରା ଇଣ୍ଡୋନେସିଆ ଲାଭବାନ ହୋଇପାରେ। କାରଣ ଏବେ ଭାରତକୁ ସର୍ବାଧିକ ରପ୍ତାନୀ କରିବାର ସୁଯୋଗ ଏହି ରାଷ୍ଟ୍ରକୁ ମିଳିବ।

ଏଥିରେ ଅଶୋଧିକ ପାମୋଲିନ୍‌ ଓ ପାମ୍‌ ଅଏଲ୍‌ ସାମିଲ୍‌। କିଛିବର୍ଷ ପୂର୍ବରୁ ଇଣ୍ଡୋନେସିଆ ଭାରତକୁ ତୈଳ ରପ୍ତାନୀ କରୁଥିଲା। କିନ୍ତୁ ପାମୋଲିନ୍‌ ଉପରୁ ଆମଦାନୀ ଶୁଳ୍କ ଉଠିଯିବା ହେତୁ ମାଲେସିୟା ତାହାର ଫାଇଦା ନେଇଥିଲା, ଯଦିଓ ଇଣ୍ଡୋନେସିଆ ବିଶ୍ଵର ସର୍ବାଧିକ ମୁସ୍‌ଲିମ୍‌ ବହୁଳ ରାଷ୍ଟ୍ର କିନ୍ତୁ ଭାରତର ଆଭ୍ୟନ୍ତରୀଣ ତଥା କଶ୍ମୀର ବ୍ୟାପରରେ କେବେ କିଛି ମନ୍ତବ୍ୟ ନଦେଇ ଏହା ଏକ ବୁଦ୍ଧିମାନ୍‌ ନିଷ୍ପତ୍ତି ଗ୍ରହଣ କରିଥିଲା ବୋଲି ଏବେ ଜଣାପଡିଛି।

ପାମ୍‌ ଅଏଲ୍‌ ଆମଦାନୀ ନେଇ ଯେଉଁ ବିଜ୍ଞପ୍ତି ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଜାରି କରିଛନ୍ତି,ସେଥିରେ ଯଦିଓ ମାଲେସିୟାର ନାଁ ନାହିଁ କିନ୍ତୁ ବିଜ୍ଞପ୍ତିର ପ୍ରତିଟି ଶବ୍ଦ ଅତ୍ୟନ୍ତ ସ୍ପଷ୍ଟ ଭାବେ ମାଲେସିୟା ଉପରେ ପ୍ରତିବନ୍ଧକକୁ ବୟାନ କରୁଛି। ଏଥିରେ ଦର୍ଶାଯାଇଛି ଯେ, ପାମ୍‌ ଅଏଲ୍‌ ଆମଦାନୀ ଏଣିକି ଆଉ ମାଗଣା ନହୋଇ ଶୁଳ୍କ ଭିତ୍ତିକ ହେବ। ଅର୍ଥାତ୍‌ ଏହାକୁ ‘ମୁକ୍ତ’ ବର୍ଗରୁ ‘ପ୍ରତିବନ୍ଧକ’ ବର୍ଗକୁ ଅଣାଯାଇଛି। ଏଯାଏ ଭାରତ, ମାଲେସିୟାରୁ ଆମଦାନୀ କରୁଥିବା ବ୍ଲିଚ୍‌ଡ୍‌ ତଥା ସୁଗନ୍ଧିତ ପାମ୍‌ ଅଏଲ୍‌ ପାଇଁ କୌଣସି ଲାଇସେନ୍ସ ବ୍ୟବସ୍ଥା କରି ନଥିଲା।

ଏଠି ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ, ମହାଥିର୍‌ କାହିଁକି ମୋଦିଙ୍କୁ ଦୁଃଖିତ କଲେ? ୯୪ ବର୍ଷୀୟ ମହାଥିର ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବା ପରଠୁ ମୁସଲ୍‌ମାନଙ୍କ ସ୍ଵର ଭାବେ ବିଶ୍ଵରେ ନିଜକୁ ଆବିର୍ଭାବ କରିବାକୁ ଚାହିଁଛନ୍ତି। ଗତବର୍ଷ ମହାଥିର କଶ୍ମୀର ପ୍ରସଙ୍ଗରେ ଭାରତକୁ ସମାଲୋଚନା କରିଥିଲେ। ସେ ତାଙ୍କ ବୟାନରେ କହିଥିଲେ, ‘ଭାରତ କଶ୍ମୀରକୁ ଲୁଣ୍ଠନ ଓ ଅଧିଗ୍ରହଣ କରିଛି।’ ଜମ୍ମୁ ଓ କଶ୍ମୀର ରାଜ୍ୟକୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ମହାଥିର ଏକଥା କହିଥିଲେ। ଏହା ପରେ ମୋଦି ସରକାରଙ୍କ ନାଗରିକତ୍ଵ ସଂଶୋଧନ ଆଇନକୁ ମଧ୍ୟ ସେ ସମାଲୋଚନା କରିଥିଲେ।

ତାଙ୍କର ଏପରି ବୟାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଅସନ୍ତୋଷ ପ୍ରକାଶ କରିବା ପରେ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ଏହାର ସମାଲୋଚନା କରିଥିଲା। ସେବେଠାରୁ ଏହି ଅସନ୍ତୋଷ ଜାରି ରହିଛି। ଏହାସହ ମାଲେସୀୟ ସରକାର ଭାରତରୁ ପଳାୟନ କରି ସେଠାରେ ଅବସ୍ଥାନ କରୁଥିବା ବିବାଦୀୟ ଇସ୍‌ଲାମ୍‌ ପ୍ରବକ୍ତା ଜାକୀର ହୁସେନ୍‌କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ମନା କରୁଛି। ମହାଥିରଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ଦାୟିତ୍ଵ ତୁଲାଉଥିବା ନଜୀବ ରଜାକ୍‌ ମୋଦିଙ୍କ ‘ଲୁକ୍‌ ଇଷ୍ଟ’ନୀତିରେ ଅନେକ ଧ୍ୟାନ ଆକର୍ଷଣ କରୁଥିଲେ। ହେଲେ ୨୦୧୮ ନିର୍ବାଚନରେ ଯେତେବେଳେ ପକାତନହରପାନ୍‌ ସରକାର କ୍ଷମତାକୁ ଆସିଲେ ସେତେବେଳ ଏହି ସମ୍ପର୍କ ବିଗିଡ଼ିବାରେ ଲାଗିଲା।

ମହାଥିର ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ କ୍ଷମତାକୁ ଫେରିଛନ୍ତି। ତାଙ୍କର ନୀତି ରହିଛି ସେମାଲେସିୟାର ବିଦେଶ ନୀତିରେ ପରିବର୍ତ୍ତନ ଆଣି ତାଙ୍କ ଦେଶର ଗୁରୁତ୍ଵ ବଢ଼ାଇବେ। ଏହିଧାରାରରେସେ ବିଶ୍ଵରେ ଅନ୍ୟ ମୁସଲ୍‌ମାନ ଦେଶର ନେତୃତ୍ଵ ନେବାକୁ ଆଶା ପ୍ରକାଶ କରିଛନ୍ତି। ପୁଣି ପାକିସ୍ତାନରେ ତାଙ୍କର ଅତ୍ୟଧିକ ପ୍ରବେଶ ନୂଆଦିଲ୍ଲୀକୁ ଦୁଃଖିତ କରିଛି।ଏଠି ପ୍ରଶ୍ନ ଉଠୁଛି ଭାରତର ଏହି ପଦକ୍ଷେପ ଦ୍ଵାରା ମାଲେସିୟା ସହିବାକୁ ଥିବା ଅର୍ଥନୀତିକ କ୍ଷତି ଭରଣା କରିବା ତଥା ଏହାର ପାମ୍‌ ଅଏଲ୍‌ ବ୍ୟବସାୟୀଙ୍କ ସ୍ଵାର୍ଥ ରକ୍ଷା ପାଇଁ ମୋଦିଙ୍କ ଆଗରେ ମୁଣ୍ଡ ନୁଆଁଇବେ? ଏଅପରି ଲାଗୁ ନାହିଁ। କାରଣ ମାଲେସିୟା ଭାରତରେ ଥିବା ମୁସଲ୍‌ମାନଙ୍କ ପକ୍ଷ ଜିତିବାକୁ ଚାହୁଁଛି।

ହେଲେ ଯେତେବେଳେ ଇଣ୍ଡୋନେସିଆ ଏତେ ବ୍ୟବସାୟ ଅକ୍ତିଆର କରିବାକୁ ଯାଉଛି ସେତେବେଳେ ମାଲେସିୟା କ’ଣ ଏହାକୁ ଚାହିଁ ଜଳକା ହୋଇପାରିବ? ସମ୍ପ୍ରତି ପାମ୍‌ ଅଏଲ୍‌ ବ୍ୟବସାୟକୁ ଭିତ୍ତିକରି ମାଲେସିୟା ବ୍ୟାପକ ଭାବେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଚାପରେ ରହିଛି। ଏହାର କାରଣ ହେଉଛି ପାମ୍‌ ଅଏଲ୍‌ ପାଇଁ ପରିବେଶ ନଷ୍ଟ ହେଉଛି। ସେଠାରେ କାମ କରୁଥିବା ଶ୍ରମିକ ଶେଷଣର ଶିକାର ହେବା ଯଥେଷ୍ଟ ପରିଲକ୍ଷିତ ହୋଇଛି। ଏହାବାଦ୍‌ ଏଠାରେ ମାନବାଧିକାର କ୍ଷୁଣ୍ଣ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ମାଲେସିୟା ଉପରେ ଏହିଭଳି ଚାପ ପ୍ରୟୋଗ କରିବାକୁ ଯାଇ ଯେଉଁ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି, ତା’ ଦ୍ଵାରା ଭାରତର ଆଭ୍ୟନ୍ତରୀଣ ଖାଇବା ତେଲ ବଜାର ପ୍ରଭାବିତ ହେବା ଆଶଙ୍କା ରହିଛି। ଅର୍ଥାତ୍‌ ଏଥିନେଇ ସୃଷ୍ଟି ହେବାକୁ ଥିବା ପରିସ୍ଥିତି ବାବଦରେ ଭାରତ ଅଚିନ୍ତା ରହିଛି। ଅପରପକ୍ଷେ ଭାରତର ଆଭ୍ୟନ୍ତରୀଣ ପାମ୍‌ ଅଏଲ୍‌ ଶୋଧ କରୁଥିବା କମ୍ପାନୀ ଏହି ନିଷ୍ପତ୍ତିକୁ ନେଇ ଯଥେଷ୍ଟ ଖୁସି ଅଛନ୍ତି। କାରଣ ଗତବର୍ଷ ଆମଦାନୀ ଶୁଳ୍କ ଉଠିଯିବା ଦ୍ଵାରା ସେମାନେ ପ୍ରଭାବିତ ହେଉଥିଲେ। କାରଣ କମ୍‌ ପଇସାରେ ମାଲେସିୟାରୁ ବିଶୋଧିକ ପାମ୍‌ ଅଏଲ୍‌ ମିଳିପାରୁଥିଲା। ଏବେ ସେସବୁ ଆଉ ରହିବ ନାହିଁ।

ABOUT THE AUTHOR

...view details