ଓଡିଶା

odisha

ETV Bharat / business

ଟ୍ୟାକ୍ସ ଦିଅ, କଳା ଧନକୁ ଧଳା କର - black money

ଦେଶରେ ରାଜସ୍ବ ବଢେଇବାକୁ ପାକ ଆରମ୍ଭ କଲା ଏମନେଷ୍ଟ୍ରି ସ୍କିମ । କର ଦେଇ କଳା ଧନକୁ କରିନିଅ ଧଳା । ଜୁନ 30 ଏହି ସ୍କିମର ଡେଡଲାଇନ ରହିଛି ।

ପ୍ରତିକାତ୍ମକ ଫଟୋ

By

Published : May 16, 2019, 3:03 PM IST

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅଜବ ଫର୍ମୁଲା । ଟ୍ୟାକ୍ସ ଦେଇ କଳା ଧନକୁ କର ଧଳା ।ରାଜସ୍ବ ବଢାଇବାକୁ ସରକାର ଆରମ୍ଭ କରିଛନ୍ତି ଏହି ଏମନେଷ୍ଟ୍ରି ସ୍କିମ । ଜନତା ଏହି ଯୋଜନାର ଫାଇଦା ଜୁନ 30 ପର୍ଯ୍ୟନ୍ତ ଉଠାଇପାରିବେ ବୋଲି ସରକାରୀ ସୁତ୍ରରୁ ଜଣାପଡିଛି ।

ପୁଲୱାମା ଆକ୍ରମଣ ଘଟଣା ପରେ ବିଗିଡିବାରେ ଲାଗିଛି ପାସ ସମସ୍ୟା । 5 ବର୍ଷରେ ସର୍ବାଧିକ ମୁଦ୍ରାସ୍ପୀତି । ମହଙ୍ଗା ଜାଲରେ ଅଣନିଶ୍ବାସୀ ଜନତା । କରଜରେ ବୁଡି ଚାଲିଛି ଦେଶ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ । ସରୁଛି ରାଜସ୍ବ । ଗଧ ବିକି ଚଳୁଛି ଦେଶ । ଏପରି ସ୍ଥିତିରେ ଆନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ) ସହାୟତା କରିବାକୁ କରିଛି ବୁଝାମଣା । ହେଲେ ଏହି ଟଙ୍କା ଦେଶ ସ୍ଥିତି ସୁଧାରିବାକୁ ଯଥେଷ୍ଟ ନୁହେଁ । ଏଥିଯୋଗୁଁ ପାକ ସରକାର କାଢିଛନ୍ତି ବିକଳ୍ପ ।

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ହାଫିଜ ଶେଖ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପତ୍ତି ଘୋଷଣା ଯୋଜନା ନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପିଏମ ଇମରାନ ଖାନଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀମଣ୍ଡଳ ଏ ନେଇ ଗ୍ରୀନ ସିଗନାଲ ଦେଇସାରିଛନ୍ତି । ଏହା ଅନୁଯାୟୀ , ଯଦି କାହା ପାଖରେ କଳା ଧନ ଅଛି ତେବେ ତାକୁ ପାକ ବ୍ୟାଙ୍କରେ ଜମା କରି କେବଳ 4 ପ୍ରତିଶତ ଟିକସ ଦେବାକୁ ହେବ । ଏହା ପରେ ଏହା କଳା ଧନ ଧଳା ହୋଇଯିବ । ଆଉ ଯେଉଁମାନେ ବିଦେଶରେ ଧନ ରଖିବାକୁ ଚାହାନ୍ତି ସେମାନଙ୍କପ 6 ପ୍ରତିଶତ କର ଦେବାକୁ ହେବ ।

ଗୋଟିଏ ପଟେ ଦେଶରେ ନଗଦ ସଙ୍କଟ ଅନ୍ୟପଟେ କଳା ଧନର ଖଣି । ଟିକସ ଆଦାୟକୁ ବୃଦ୍ଧି କରିବାକୁ ବାଧ୍ୟ ହୋଇ ସରକାର ଏପରି ନିୟମ ପ୍ରଣୟନ କରିଥିବା କୁହାଯାଇଛି ।

ABOUT THE AUTHOR

...view details