ନୂଆଦିଲ୍ଲୀ: ନିକଟରେ ଘୋଷଣା ହୋଇଥିବା ଭାରତ ସରକାରଙ୍କ ଯୋଜନା ମୁଖ୍ୟତଃ ମୁକ୍ତ ଋଣ ଉପଲବ୍ଧ ପାଇଁ ରହିଛି । ଯାହାକି ଆଦୌ ଭଲ ବିଚାର ନୁହେଁ । ଶନିବାର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ମାଷ୍ଟର ୟନିଅନ ମାଷ୍ଟର କାର୍ତ୍ତିକ ରମନ୍ନା କହିଛନ୍ତି ।
କୋରୋନା ପ୍ରଭାବିତ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ସରକାର 20 ଲକ୍ଷ କୋଟିର ରିଲିଫ ପ୍ୟାକେଜର ଘୋଷଣା କରିଛନ୍ତି । ଏହି ପ୍ୟାକେଜରେ ବିଭିନ୍ନ ସେକ୍ଟରକୁ ନଗଦ ଯୋଗାଇବା ପାଇଁ ଋଣ ଦେବାକୁ ଯୋଜନା ରହିଛି । ଏ ନେଇ ରମନ୍ନା ଗୁରୁଗ୍ରାମରେ ମାଷ୍ଟର ୟୁନିଅନ ସ୍କୁଲ ଅଫ ବିଜନେସର ନିଜ ମାଷ୍ଟରକ୍ଲାସରେ କହିଛନ୍ତି ଯେ, ‘‘ଏହା ଆଦୌ ଠିକ ବିଚାର ନୁହେଁ । କାରଣ ସରକାର ଏହା ପରେ ସରକାର ବିଫଳତାର ମୂଲ୍ୟ ଗ୍ରହଣ କରିବେ । କିନ୍ତୁ ଯଦି ସଫଳ ହୁଏ ତେବେ କରଦାତାଙ୍କୁ ଏଥିରୁ କୌଣସି ଲାଭ ମିଳିବ ନାହିଁ ।’’