ଓଡିଶା

odisha

ETV Bharat / business

ଆମାଜନ ଫେଷ୍ଟିଭ ସେଲ: 48 ଘଣ୍ଟାରେ 1.1 ବିକ୍ରେତା ପାଇଲେ ଅର୍ଡର - sellers received orders in first 48 hours of festive sale: Amazon India

ଆମାଜନ ଇଣ୍ଡିଆର ଗ୍ରେଟ ଇଣ୍ଡିଆନ ଫେଷ୍ଟିଭଲ ସେଲ ଆରମ୍ଭ ହୋଇଯାଇଛି । ଏହି ସେଲ ଆରମ୍ଭର 48 ଘଣ୍ଟା ମଧ୍ୟରେ ଏହାର 1.1 ବିକ୍ରେତାଙ୍କୁ ଅର୍ଡର ମିଳିଛି । ଅଧିକ ପଢନ୍ତୁ..

ଆମାଜନ ଫେଷ୍ଟିଭ ସେଲ: 48 ଘଣ୍ଟାରେ 1.1 ବିକ୍ରେତା ପାଇଲେ ଅର୍ଡର
ଆମାଜନ ଫେଷ୍ଟିଭ ସେଲ: 48 ଘଣ୍ଟାରେ 1.1 ବିକ୍ରେତା ପାଇଲେ ଅର୍ଡର

By

Published : Oct 19, 2020, 7:06 PM IST

ନୂଆଦିଲ୍ଲୀ: ଇ-କମର୍ସ କ୍ଷେତ୍ରର ପ୍ରମୁଖ କମ୍ପାନୀ ଆମାଜନ ଇଣ୍ଡିଆର ଗ୍ରେଟ ଇଣ୍ଡିଆନ ଫେଷ୍ଟିଭଲ ସେଲ ଆରମ୍ଭରୁ ଉତ୍ସାହଜନ ରହିଛି । କମ୍ପାନୀ କହିଛି ଯେ, ଏହି ସେଲ ଆରମ୍ଭର 48 ଘଣ୍ଟା ମଧ୍ୟରେ ଏହାର ପ୍ଲାର୍ଟଫର୍ମରେ 1.1 ଲକ୍ଷ ବିକ୍ରେତାଙ୍କ ଅର୍ଡର ମିଳିଛି । ବଡ କଥା କି ଅଧିକାଂଶ ଅର୍ଡର ଦେଶର ଛୋଟ ସହରରୁ ଆସିଛି ।

ଆମାଜନର ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଅକ୍ଟୋବର 17ରେ ଆରମ୍ଭ ହୋଇଛି । ଏହା ପାଖାପାଖି 1 ମାସ ଅର୍ଥାତ ପାର୍ବଣ ସିଜନ ଯାଏଁ ଚାଲିବ । ଆମାଜନ ପ୍ରାଇମର ସଦସ୍ୟଙ୍କ ପାଇଁ ସେଲ ଅକ୍ଟୋବର 16ରୁ ଆରମ୍ଭ ହୋଇଛି ।

ଆମାଜନ ଇଣ୍ଡିଆର ଉପସଭାପତି ମନୀଷ ତିୱାରୀ କହିଛନ୍ତି କି , ‘‘ ଆମାଜନନର 7 ବର୍ଷର ଇତିହାସରେ ଏହି 48 ଘଣ୍ଟା ସବୁଠୁ ବଡ । ଆମେ ଆମାଜନ ବିକ୍ରେତାଙ୍କ ପାଇଁ ବଡ ପ୍ରସ୍ତୁତି କରିଛୁ । ଏଥି ମଧ୍ୟରେ ପାଖାପାଖୀ 1.1 ଲକ୍ଷ ବିକ୍ରେତାଙ୍କୁ ଅର୍ଡର ମିଳିଛି । ଏଥିମଧ୍ୟରୁ 66 ପ୍ରତିଶତ ଅର୍ଡର ଛୋଟ ସହରରୁ ଆସିଛି ।’’ ଆମାଜନ ପ୍ଲାର୍ଟଫର୍ମରେ 6.5 ଲକ୍ଷ ବିକ୍ରେତା ଅଛନ୍ତି । ପ୍ଲାର୍ଟଫର୍ମରେ ନୂଆ ଗ୍ରାହକ ସଂଖ୍ୟାରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି । ଏହି ନୂଆ ଗ୍ରାହକଙ୍କ ମଧ୍ୟରୁ 91 ପ୍ରତିଶତ ମହାନଗର ଓ ଶୀର୍ଷ 40 ସହରରର ଛୋଟ ସ୍ଥାନରୁ ଆସିଛି ବୋଲି ତିୱାରୀ ଜଣାଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି କି ପାଖାପାଖୀ 66 ପ୍ରତିଶତ ନୂଆ ପ୍ରାଇମ ସାଇନ ଅପ୍ସ ମଧ୍ୟ ଛୋଟ ସହର ଯେପରି ଅରୁଣାଞ୍ଚଳ ପ୍ରଦେଶର ତୱାଙ୍ଗ, ଓ ଚାଙ୍ଗଲାଙ୍ଗ , ମୋକୋକଚୁଙ୍ଗ ( ନାଗାଲାଣ୍ଡ ), ବରନ ( ରାଜସ୍ଥାନ), ପୁଦୁକୋଟ୍ଟଈ (ତାମିଲନାଡୁ), ଉନା ( ହିମାଞ୍ଚଳ ପ୍ରଦେଶ ) ଓ ଜୌନପୁର (ୟୁପି)ରୁ ହୋଇଛି ।

ଆମାଜନ ପ୍ଲାର୍ଟଫର୍ମରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଛି । ଯେଭଳି ଫ୍ଲିପକାର୍ଟରେ ଦେଖିବାକୁ ମିଳିଥିଲା । ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପକାର୍ଟର ବିଲିୟନ ଡେଜ ସେଲ ଅକ୍ଟୋବର 16ରୁ ଆରମ୍ଭ ହୋଇଥିଲା । ଫ୍ଲିପକାର୍ଟ କହିଛି କି ପ୍ରଥମ ଦିନରେ ଏହାର ପ୍ଲାର୍ଟଫର କିଣାକିଣି କରୁଥିବା ପ୍ରା. 50 ପ୍ରତିଶତ ନୂଆ ଗ୍ରାହକ ତୃତୀୟ ଶ୍ରେଣୀ ସହରରୁ ଥିଲେ । ଏଭଳି ଭାବେ ଏକ ଅନ୍ୟ ଇ-କମର୍ସ କମ୍ପାନୀ ସ୍ନାପଡିଲ କହିଛି କି ଏହାର ସେଲ ପ୍ରଥମ ଦିନ ଅର୍ଥାତ 16 ରେ 30 ପ୍ରତିଶତ ଅର୍ଡର ନୂଆ ଗ୍ରାହକଙ୍କୁ ମିଳିଛି । ଏଥିରୁ 90 ପ୍ରତିଶତ ଅର୍ଡର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରରୁ ଆସିଛି । ତେବେ କୌଣସି କମ୍ପାନୀ ଏବେ ସୁଦ୍ଧା ମିଳିଥିବା ଅର୍ଡର ସଂଖ୍ୟା ପ୍ରକାଶ କରିନି ।

ABOUT THE AUTHOR

...view details