ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଉପରେ କୋଭିଡ-19ର ପ୍ରଭାବ । ଭାରତୀୟ ରେଳବାଇ 1800 ଟ୍ରେନ ତୁଳନାରେ ବର୍ତ୍ତମାନ 900ରୁ ଅଧିକ ମେଲ୍ ଓ ଏକ୍ସପ୍ରେସ ଟ୍ରେନର ପରିଚାଳନା କରୁଛି ।
ଏକ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ରେଳୱେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭି.କେ ଯାଦନ କହିଛନ୍ତି ଯେ, ‘‘ ଲକଡାଉନ ପୂର୍ବରୁ 1800 ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ ତୁଳନାରେ ରେଲୱେ ବର୍ତ୍ତମାନ 908 ଟ୍ରେନ ପରିଚାଳିତ କରୁଛି । ଯାହାକି ମୋଟ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନର 50 ପ୍ରତିଶତ । ’’
ସିଇଓ ଆହୁରୀ ମଧ୍ୟ ଜଣାଛନ୍ତି କି, 20 ସ୍ପେଶାଲ ଯୋଡା ଟ୍ରେନ ବିଭିନ୍ନ ମାର୍ଗରେ ଚାଲୁଛି । ଏହା ବ୍ୟତିତ 566 ଟ୍ରେନ ସେବାକୁ ଅକ୍ଟୋବର 20 ରୁ ନଭେମ୍ବର 30 ମଧ୍ୟରେ ଫେଷ୍ଟିବଲ ସ୍ପେଶାଲ ଟ୍ରେନ ଭାବେ ସଞ୍ଚାଳିତ କରାଯାଉଛି ।