ଓଡିଶା

odisha

By

Published : Apr 2, 2021, 4:29 PM IST

ETV Bharat / business

ବଢିବ ତେଲ ଉତ୍ପାଦନ, ରାଜି ହେଲେ ଓପେକ ସହଯୋଗୀ ଦେଶ

ବଢିବ ଅଶୋଧିତ ତୈଳ ଉତ୍ପାଦନ । ମେ’ ମାସରୁ ଜୁଲାଇ ମଧ୍ୟରେ ପ୍ରତିଦିନ 20 ଲକ୍ଷ ବ୍ୟାରେଲ ପର୍ଯ୍ୟନ୍ତ ତେଲ ଉତ୍ପାଦନ ବଢାଯିବ ବୋଲି ଉତ୍ପାଦନକାରୀ ରାଷ୍ଟ୍ର କହିଛନ୍ତି । ଅଧିକ ପଢନ୍ତୁ...

ବଢିବ ତେଲ ଉତ୍ପାଦନ , ରାଜି ହେଲେ ଓପେକ ସହଯୋଗୀ ଦେଶ
ବଢିବ ତେଲ ଉତ୍ପାଦନ , ରାଜି ହେଲେ ଓପେକ ସହଯୋଗୀ ଦେଶ

ନୂଆଦିଲ୍ଲୀ: ଭାରତର ରୋକଠୋକ ଜବାବ ପରେ ତେଲ ରପ୍ତାନୀ ଦେଶର ସଙ୍ଗଠନ (ଓପେକ) ଓ ସହଯୋଗୀ ଦେଶ ଉତ୍ପାଦନ ଧୀରେ ଧୀରେ ବଢାଇବାକୁ ସହମତ ପ୍ରକାଶ କରିଛନ୍ତି । ମେ’ ମାସରୁ ଜୁଲାଇ ମଧ୍ୟରେ ପ୍ରତିଦିନ 20 ଲକ୍ଷ ବ୍ୟାରେଲ ପର୍ଯ୍ୟନ୍ତ ତେଲ ଉତ୍ପାଦନ ବଢାଯିବ ବୋଲି ଉତ୍ପାଦନକାରୀ ରାଷ୍ଟ୍ର କହିଛନ୍ତି ।

ସତର୍କତା ଆପଣାଇ ସେମାନେ କୋଭିଡ-19 ମହାମାରୀରୁ ବୈଶ୍ବିକ ଅର୍ଥବ୍ୟବସ୍ଥାରେ ପୁନରୁଦ୍ଧାର ସହ ପଦକ୍ଷେପ ନେଉଛନ୍ତି । ମହାମାରୀ ସମୟରେ ଚାହିଦା ହ୍ରାସ ଯୋଗୁ ଅଶୋଧିତ ତୈଳ ଦାମ ଚାହିଦା ହ୍ରାସ ଲକ୍ଷ୍ୟରେ ଓପେକ ଓ ସହଯୋଗୀ ଦେଶ ଗତ ବର୍ଷ ଉତ୍ପାଦନ ହ୍ରାସ ନେଇ ନିର୍ଣ୍ଣୟ ନେଇଥିଲେ ।

ହେଲେ ଏବେ ପୂରା ଗୋଷ୍ଠୀ ମେ ମାସରୁ ଜୁଲାଇ ମଧ୍ୟରେ ପ୍ରତିଦିନ 20 ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ ବଢାଇବାକୁ ନିର୍ଣ୍ଣୟ ନେଇଛନ୍ତି । ଏମାନେ ମେ ମାସରେ ସାଢେ 2 ଲକ୍ଷ, ଜୁନ ମାସରେ ଦୈନିକ ସାଢେ 3 ଲକ୍ଷ ଓ ଜୁଲାଇରେ 4 ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ ବଢାଇବେ ।

ଏଥିମଧ୍ୟରେ ସାଉଦି ଆରବ କହିଛି କି ଏହା ସ୍ବଂୟ ଦୈନିକ 10 ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଅତିରିକ୍ତ ଉତ୍ପାଦନ କରିବ ।

ଗତ ଓପେକ ବୈଠକରେ ଭାରତର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓପେକ ଏବଂ ଏହାର ସହଯୋଗୀ ତେଲ ଉତ୍ପାଦନକାରୀ ରାଷ୍ଟ୍ରକୁ ଅଶୋଧିତ ତୈଳ ଉପରେ ଲଗାଯାଇଥିବା ପ୍ରତିବନ୍ଧକୁ ହଟାଇବା ପାଇଁ ଅନୁରୋଧ କରି ଦରକୁ ନିୟନ୍ତ୍ରଣ ପାଇଁ କହିଥିଲେ । ହେଲେ ଭାରତର ଏହି ଦାବିକୁ ପ୍ରତ୍ୟାଖାନ କରି ସାଉଦି ଆରବର ଶକ୍ତି ମନ୍ତ୍ରୀ କହିଥିଲେ କି, କୋରୋନା ସମୟରେ ଭାରତ କିଣିଥିବା ଶସ୍ତା ତେଲକୁ ଏବେ ବ୍ୟବହାର କରୁ । ଆଉ ଏ ନେଇ କ୍ଷୋଭ ପ୍ରକାଶ କରି ଧର୍ମେନ୍ଦ୍ର କହିଥିଲେ କି ‘‘ଯେଉଁ ମଧ୍ୟ ଦେଶ ଆମକୁ ଶସ୍ତାରେ ତେଲ ସହଜ ସର୍ତ୍ତ ସହ ଦେବ , ଆମେ ତାହାକୁ କିଣିବୁ । କୌଣସି ଦେଶ ଦ୍ବାରା ଶସ୍ତାରେ ଯୋଗାଣ ଆମର ପ୍ରାଥମିକତା । ଏହା କୌଣସି ବି ଦେଶ ହୋଇପାରିବ ।’’

ABOUT THE AUTHOR

...view details