ଓଡିଶା

odisha

ETV Bharat / business

ବର୍ଷ ଶେଷ ଯାଏଁ କନ୍ଦେଇବ ପିଆଜ, ଦେଖନ୍ତୁ କଣ କହୁଛନ୍ତି ଗ୍ରାହକ ଓ ଦୋକାନୀ - ରାଜଧାନୀରେ ପିଆଜ ହାହାକାର

ଗତ କେଇ ଦିନରେ ପିଆଜ ଦର ଯେପରି ବୃଦ୍ଧି ପାଉଛି ଖାଉଟି ପୂରା ନାକେଦମ । କିଲେ ପିଆଜ ଦାମ 80ରୁ 100 ଟଙ୍କା ହେଲାଣି । ଏ ନେଇ କଣ କହୁଛନ୍ତି, ଦୋକାନୀ ଓ ବ୍ୟବସାୟୀ ଦେଖନ୍ତୁ...

onion rate hike
ବର୍ଷ ଶେଷ ଯାଏଁ ମହଙ୍ଗା ପିଆଜ

By

Published : Nov 30, 2019, 5:36 PM IST

ଭୁବନେଶ୍ବର: ଅଣାୟତ ପରିସ୍ଥିତି । ଗତ କେଇ ଦିନରେ ପିଆଜ ଦର ଯେପରି ବୃଦ୍ଧି ପାଉଛି ଖାଉଟି ପୂରା ନାକେଦମ । କିଲେ ପିଆଜ ଦାମ 80ରୁ 100 ଟଙ୍କା ହେଲାଣି । ସମଗ୍ର ଦେଶ ଭଳି ରାଜ୍ୟ ରାଜଧାନୀରେ ପିଆଜ ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାହାକ । କେବଳ ଖାଉଟି ନୁହଁନ୍ତି ବ୍ୟବସାୟୀ ବି ହାତ ବାନ୍ଧି ଦେଲେଣି ।

ବର୍ଷ ଶେଷ ଯାଏଁ ମହଙ୍ଗା ପିଆଜ


ଏପଟେ ଗୋଦାମରେ ବି ପିଆଜ କିଲୋ ୬୦ ରୁ ୬୫ ଟଙ୍କା ରହିଛି । ଏଥିସହ ପରିବହନ ଓ ଅନ୍ୟନ ଖର୍ଚ୍ଚକୁ ମିଶାଇଲେ ଦୋକାନୀ ଚଢା ଦରରେ ବିକ୍ରି କରୁଛନ୍ତି ।

ଦୈନନ୍ଦିନ ଜୀବନରେ ପିଆଜ ଏକ ଆବଶ୍ୟକୀୟ ସାମଗ୍ରୀ ହୋଇଥିବା ବେଳେ ଏହାର ଦାମ ବୃଦ୍ଧି ଖାଉଟି ଓ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ପିଆଜ ଦର ବଢିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି ।

ଏହାକୁ ନେଇ ବ୍ୟବସାୟିକ ମହାସଂଘର ସଭାପତି କହିଛନ୍ତି, ପିଆଜ ଆମଦାନୀ କମିବାରେ ଲାଗିଛି । ଡିସେମ୍ବର ୧୦ ଭିତରେ ପିଆଜ ଦର ୪୦ ଟଙ୍କାଙ୍କୁ ଖସି ଆସିବ। ବର୍ତ୍ତମାନ ସମୟରେ ପିଆଜ ଦର ଗୋଦାମରେ ୬୦ ରୁ ୬୫ ଟଙ୍କା ରହିଥିବା ବେଳେ ବଜାରରେ ଏହାକୁ ଅଧିକ ଟଙ୍କାରେ ବିକ୍ରି କରାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details