ଓଡିଶା

odisha

By

Published : May 10, 2021, 10:21 PM IST

ETV Bharat / business

ଉପଭୋକ୍ତାଙ୍କ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବ ଓଲା

କୋଭିଡ ଲଢେଇ ପାଇଁ ଆଗେଇ ଆସିଲା ଅନଲାଇନ କ୍ୟାବ ସେବା ପ୍ରଦାନକାରୀ କମ୍ପାନୀ ଓଲା । ଆକ୍ରାନ୍ତଙ୍କୁ ସେମାନଙ୍କ କଠିନ ସମୟରେ ସହଯୋଗ ପାଇଁ ଘରେ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବ ଓଲା । ଅଧିକ ପଢନ୍ତୁ..

ଉପଭୋକ୍ତାଙ୍କ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବ  ଓଲା
ଉପଭୋକ୍ତାଙ୍କ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବ ଓଲା

ନୂଆଦିଲ୍ଲୀ: ଅନଲାଇନ କ୍ୟାବ ସେବା ପ୍ରଦାନକାରୀ କମ୍ପାନୀ ଓଲା ଏଣିକି ଭପଭୋକ୍ତାଙ୍କ ଘରେ ଘରେ ପହଞ୍ଚାଇବ ଅକ୍ସିଜେନ କନସେନଟ୍ରେଟର । ଓଲା ଫାଉଣ୍ଡେସନ ସୋମବାର କହିଛି ଯେ ଉପଭୋକ୍ତାଙ୍କୁ ଅକ୍ସିଜେନ କନସେନଟ୍ରେଟର ଯୋଗାଇବା ପାଇଁ ଡୋନେସନ ପ୍ଲାଟଫର୍ମ ଗିଭଇଣ୍ଡିଆ ସହ ହାତ ମିଳାଇଛି ।

ଏଥିସହ ଓଲା ଦେଶରେ କୋଭିଡ-19 ମହାମାରୀର ଦ୍ବିତୀୟ ଲହର ମଧ୍ୟରେ ରିଲିଫ କାର୍ଯ୍ୟରେ ଯୋଗଦାନ ଦେଉଥିବା କମ୍ପାନୀଙ୍କ ଲିଷ୍ଟରେ ମଧ୍ୟ ସାମିଲ ହୋଇଛି । ଓଲା ଆପ ଜରିଆରେ ଏହି ସେବା ନିଶୁଳ୍କ ଉପଲବ୍ଧ କରାଯୁବ । ଆଉ ଚଳିତ ସପ୍ତାହରେ ବେଙ୍ଗାଲୁରୁରରେ ଏହାର ଶୁଭାରମ୍ଭ ହେବ । ପ୍ରଥମରେ 500 ଅକ୍ସିଜେନ କନସେନଟ୍ରେଟର ସହ ସେବା ଆରମ୍ଭ କରାଯିବ ।

ଓଲା ଫାଉଣ୍ଡେସନ ଏକ ବିବୃତ୍ତିରେ କହିଛି କି , ଓଲା ଏବଂ ଗିଭ ଇଣ୍ଡିଆ ଆଗାମୀ ସପ୍ତାହରେ 10,000 କନସେନଟ୍ରେଟର ସହ ସମଗ୍ର ଦେଶରେ ଏହି ସେବାର ବିସ୍ତାର କରିବ । ଉପଭୋକ୍ତା କିଛି ମୌଳିକ ସୂଚନା ଦେଇ ଓଲା ଆପ୍ ମାଧ୍ୟମରେ ଅକ୍ସିଜେନ କନସେନଟ୍ରେଟର ପାଇଁ ଅନୁରୋଧ ଦାଖଲ କରିପାରିବେ । ଥରେ ଅନୁରୋଧ ଦାଖଲ ପରେ ଏହା ଯାଞ୍ଚ ହୋଇଯିବ ଏବଂ ଓଲା ଏହାକୁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଡ୍ରାଇଭର ସହିତ ଏହାର ଏକ କ୍ୟାବରେ ଗ୍ରାହକଙ୍କ ଘରକୁ ପଠାଇବ ।

ତେବେ ରୋଗୀର ଅବସ୍ଥା ସୁଧାରିବା ପରେ ଏବଂ କନସେନଟ୍ରେଟର ଆବଶ୍ୟକତା ଶେଷ ହୋଇଗଲେ, ଓଲା ଉପକରଣ ପ୍ରତ୍ୟାହାର କରି ଅନ୍ୟ ରୋଗୀଙ୍କ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହାକୁ ଗିଭ ଇଣ୍ଡିଆକୁ ଫେରାଇଦେବେ ।

ଓଲା ସେୟାରମ୍ୟାନ ଓ ଗ୍ରୁପ ସିଇଓ କହିଛନ୍ତି କି , ‘‘ଏହି ଅଦୃଶ୍ୟ ସମୟରେ, ଆମେ ଏକତ୍ରିତ ହୋଇ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍ | ଆମେ ଆଶା କରୁଛୁ ଯେ ଆମର ଏହି ପଦକ୍ଷେପ ଏହି କଠିନ ସମୟରେ ବହୁତ ଜରୁରୀ ସହାୟତା ଯୋଗାଇବ ଏବଂ ଏହା ପ୍ରଭାବିତ ଲୋକଙ୍କ ଯନ୍ତ୍ରଣା ଏବଂ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ। ’’

ABOUT THE AUTHOR

...view details