ଓଡିଶା

odisha

ETV Bharat / business

ଲକଡାଉନ: ଗ୍ୟାସ ସିଲିଣ୍ଡର ଡେଲିଭରି କର୍ମଚାରୀଙ୍କୁ 5 ଲକ୍ଷ ଟଙ୍କାର ବୀମା - ଗ୍ୟାସ ଡେଲିଭରି ମ୍ୟାନଙ୍କୁ 5 ଲକ୍ଷ ଟଙ୍କାର ବୀମା

ଜୀବନକୁ ବାଜି ଲଗାଇ ଗ୍ୟାସ ସିଲିଣ୍ଡର ଡେଲିଭରି କରୁଥିବା କର୍ମଚାରୀଙ୍କ ମୃତ୍ୟୁ ଯଦି କୋରୋନା ଭାଇରସରେ ହୁଏ , ତେବେ ସେମାନଙ୍କୁ 5 ଲକ୍ଷ ଟଙ୍କାର ସହାୟତା ଦେବାକୁ ତେଲ କମ୍ପାନୀଙ୍କ ଘୋଷଣା । ଅଧିକ ପଢନ୍ତୁ..

oil companies to pay five lakh rupees for the death of gas cylinder delivery workers due to  virus
ଲକଡାଉନ, ଗ୍ୟାସ ସିଲିଣ୍ଡର ଡେଲିଭରି କର୍ମଚାରୀଙ୍କୁ 5ଲକ୍ଷ ଟଙ୍କାର ବୀମା

By

Published : Mar 31, 2020, 5:33 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଏପରି ସ୍ଥିତିରେ ମୁଣ୍ଡରେ ବିପଦ ମୁଣ୍ଡାଇ ଲୋକଙ୍କ ଜୀବନ ରକ୍ଷା ପାଇଁ ଅତ୍ୟାବଶ୍ୟକ ରନ୍ଧନ ଗ୍ୟାସ ସିଲିଣ୍ଡରକୁ ଘରେ ଘରେ ପହଞ୍ଚାଉଥିବା ବହୁ କର୍ମଚାରୀ । ଏମାନଙ୍କ ସୁରକ୍ଷା ଓ ଭରିଷ୍ୟତ ପାଇଁ ତୈଳ କମ୍ପାନୀ ପକ୍ଷରୁ 5 ଲକ୍ଷର ବୀମା ରାଶି ଘୋଷଣା କରାଯାଇଛି ।

ଜୀବନକୁ ବାଜି ଲଗାଇ ଏଲପିଜି ଗ୍ୟାସ ସିଲିଣ୍ଡର ଡେଲିଭରି କରୁଥିବା କର୍ମଚାରୀଙ୍କ ମୃତ୍ୟୁ ଯଦି କୋରୋନା ଭାଇରସରେ ହୁଏ ତେବେ ସେମାନଙ୍କୁ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଯୋଗଇଦିଆଯିବ । ସାର୍ବଜନକ କ୍ଷେତ୍ରର ତେଲ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) , ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ(ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ(ଏଚପିସିଏଲ) ଏନେଇ ଘୋଷଣା ପତ୍ର ଜାରି କରିଛନ୍ତି ।

ତେଲ କମ୍ପାନୀମାନେ ନିଜ ବିବୃତ୍ତିରେ କହିଛନ୍ତି ଯେ, ଦେଶରେ ଲକଡାଉନ ଯୋଗୁଁ ଲୋକମାନେ ଘରେ କଏଦ ଅଛନ୍ତି । ଏଭଳି ସମୟରେ ବିନା ବାଧାବିଘ୍ନରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣରେ ଗ୍ୟାସ ଏଜେନ୍ସି ଓ ସେମାନଙ୍କ ଶହସ୍ର ଡେଲିଭରି ମ୍ୟାନ ଲାଗି ପଡିଛନ୍ତି । ଦେଶରେ ପ୍ରାୟ 27.5 କୋଟି ଗ୍ୟାସ ସିଲିଣ୍ଡର ଉପଭୋକ୍ତା ରହିଛନ୍ତି ।

ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତେଲ କମ୍ପାନୀଙ୍କ ଏହି ପଦକ୍ଷେପକୁ ସ୍ବାଗତ କରି ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details