ଓଡିଶା

odisha

By

Published : Aug 18, 2020, 8:36 PM IST

ETV Bharat / business

ମୁଣ୍ଡ ପିଛା 14,745 ଟଙ୍କା କ୍ଷତି ସହିବେ ଓଡିଆ

ରାଜ୍ୟର ଅର୍ଥନୀତି ପ୍ରାୟ 12 ପ୍ରତିଶତ ହ୍ରାସ ଆକଳନ ରହିଛି । ମୁଣ୍ଡ ପିଛା 14,745 ଟଙ୍କା କ୍ଷତି ସହିବେ ରାଜ୍ୟବାସୀ । ଅଧିକ ପଢନ୍ତୁ..

ମୁଣ୍ଡ ପିଛା 14,745 ଟଙ୍କା କ୍ଷତି ସହିବେ ଓଡିଆ
ମୁଣ୍ଡ ପିଛା 14,745 ଟଙ୍କା କ୍ଷତି ସହିବେ ଓଡିଆ

ଭୁବନେଶ୍ବର: କୋରୋନା ମାଡରେ ରାଜ୍ୟ ଅର୍ଥନୀତି ଅଣାୟତ । ଏହାର ପ୍ରଭାବରେ ଦିଲ୍ଲୀ, ତେଲେଙ୍ଗାନା, ହରିୟାଣା ଓ ଗୋଆ ବାସିନ୍ଦା ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ବେଳେ ଓଡିଶା ବି ଏହି କ୍ଷତି ଲିଷ୍ଟରୁ ବାଦ ପଡିନି । ରାଜ୍ୟର ଅର୍ଥନୀତି ପ୍ରାୟ 12 ପ୍ରତିଶତ ହ୍ରାସ ଆକଳନ ରହିଛି । ମୁଣ୍ଡ ପିଛା 14,745 ଟଙ୍କା କ୍ଷତି ସହିବେ ରାଜ୍ୟବାସୀ ।

କୋରୋନା ପ୍ରହାର, ଓ କଟକଣା କଠୋର ମଧ୍ୟରେ ରାଜ୍ୟର ଜୀବନ ଜୀବିକା ପ୍ରବଳ ଗୁରୁତର ହୋଇଛି । 2020-21ରେ ଓଡିଶାର ଜିଏସଡିପି 11.9 ପ୍ରତିଶତ କମିବ । ଏଥିସହ ରାଜ୍ୟ 68,306 କୋଟି ଟଙ୍କା କ୍ଷତି ସହିବ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଇକୋରାପ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

ଓଡିଶା ଠାରୁ ଅଧିକ କ୍ଷତି ସହିବାକୁ ଥିବା ରାଜ୍ୟ ଗୁଡିକ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ରାଜସ୍ଥାନ, ଦିଲ୍ଲୀ, କେରଳ , ହରିୟାଣା , ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ ରହିଛି ।

ସମସ୍ତ ରାଜ୍ୟଗୁଡିକୁ ହିସାବକୁ ନେଲେ ମୋଟ ଜିଏସଡିପି କ୍ଷତି 38 ଲକ୍ଷ କୋଟି ଟଙ୍କା ରହିଛି । ଯାହାକି ରାଜ୍ୟଗୁଡିକର ମୋଟ ଜିଏସଡିପିର 16.9 ପ୍ରତିଶତ ।

ପ୍ରକାଶ ଯେ, 2019-20 ରେ ଓଡିଶାର ଜିଏସଡିପି 7.6 ପ୍ରତିଶତ ବୃଦ୍ଧି ହୋଇ 5,33,822 କୋଟି ଟଙ୍କା ରହିଥିଲା । ତେବେ ଏ ବର୍ଷ ଅଭିବୃଦ୍ଧି 11 .7 ପ୍ରତିଶତକୁ ବଢିବ ବୋଲି ବଜେଟରେ ଆକଳନ କରାଯାଇଥିବା ବେଳେ ଏଥର ଏହା ହ୍ରାସ ପାଇବା ନେଇ ଜଳଜଳ ଦେଖାଦେଇଛି ।

ପୂରା ଦେଶରେ ଅର୍ଥନୀତି ହ୍ରାସ ଓ ମୁଣ୍ଡପିଛା ଆୟ 27,000 ଟଙ୍କା ହ୍ରାସ ହୋଇଥିବା ବେଳେ ଓଡିଶାର ମୁଣ୍ଡପିଛା ଆୟ 14,745 ଟଙ୍କା କମିବ । ଗତ ଆର୍ଥିକ ବର୍ଷ ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଆୟ 1,01,587 ଟଙ୍କା ରହିଥିଲା ।

ରିପୋର୍ଟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତୀୟ ଅର୍ଥନୀତି 16.5 ପ୍ରତିଶତ ହ୍ରାସ ହେବ ବୋଲି କୁହାଯାଇଛି ।

ABOUT THE AUTHOR

...view details