ଓଡିଶା

odisha

ETV Bharat / business

ଖସିଲା ଅଭିବୃଦ୍ଧି ହାର, ବଢିଲା ମୁଣ୍ଡପିଛା ଆୟ - Odishas Growth Rate decreases

ଓଡିଶାର ମୋଟ ଘରୋଇ ଉତ୍ପାଦ(GSDP) ହ୍ରାସ ପାଇଥିବା ବେଳେ ମୁଣ୍ଡ ପିଛା ଆୟ ବୃ୍ଦ୍ଧି ପାଇଛି । ଏନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

Odishas Growth Rate decreases; Per Capita Income Increases
ଖସିଲା ଅଭିବୃଦ୍ଧି ହାର, ବଢିଲା ମୁଣ୍ଡପିଛା ଆୟ

By

Published : Feb 17, 2020, 8:14 PM IST

Updated : Feb 18, 2020, 11:47 AM IST

ଭୁବନେଶ୍ବର: ଓଡିଶାର ମୋଟ ଘରୋଇ ଉତ୍ପାଦ(GSDP) ହ୍ରାସ ପାଇଥିବା ବେଳେ ମୁଣ୍ଡ ପିଛା ଆୟ ବୃ୍ଦ୍ଧି ପାଇଛି । ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା କମ କୃଷିଭିତ୍ତିକ ଆୟ ତଥା ଖଣି ଓ ବିନିର୍ମାଣ କ୍ଷେତ୍ରରେ କ୍ଷୀଣ ପ୍ରଦର୍ଶନ ପାଇଁ ମୋଟ ଘରୋଇ ଉତ୍ପାଦ ହ୍ରାସ ପାଇଥିବା କୁହାଯାଇଛି । 2019-20 ବର୍ଷରେ 7.9 ପ୍ରତିଶତ ଅଭିବୃଦ୍ଧି ରହିଥିବା ବେଳେ ଚଳିତ ବର୍ଷ 6.16 ପ୍ରତିଶତ ରହିବା ନେଇ ଆଶା କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଦ୍ବାରା ଉପସ୍ଥାପିତ 2019-20 ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ କରାଯାଇଛି ।

ସେହିପରି ରାଜ୍ୟର ମୁଣ୍ଡପିଛା ଆୟ ପରିମାଣ 2019-20ରେ 95ହଜାର 1ଶହ 64 ଟଙ୍କା ରହିଥିବା ବେଳେ 2020-21ରେ ଏହା ବୃଦ୍ଧି ପାଇ 1ଲକ୍ଷ 15ଶହ 87 ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । 2020-21ବର୍ଷର ଆଗୁଆ ହିସାବ ଅନୁସାରେ ରାଜ୍ୟର ଚଳିତ ହାରରେ ମୁଣ୍ଡପିଛା ନିଟ ଘରୋଇ ଉତ୍ପାଦ 6.75 ପ୍ରତିଶତ ରହିଛି । ସମାନ ସମୟରେ ମୁଣ୍ଡପିଛା ନିଟ ଜାତୀୟ ଆୟ 1 ଲକ୍ଷ 35 ହଜାର 50 ଟଙ୍କା ବୋଲି କଳନା କରାଯାଇଛି । ଗତ ଆର୍ଥିକ ବର୍ଷରେ ଏହି ପରିମାଣ 1ଲକ୍ଷ 26 ହଜାର 4ଶହ 6 ଟଙ୍କା ରହିଥିବା ଜଣାପଡିଛି ।

ରିପୋର୍ଟ ଆଧାରରେ ଓଡିଶାର ଅର୍ଥନୀତିକୁ ସେବା କ୍ଷେତ୍ରର ସର୍ବାଧିକ ଅବଦାନ ରହିଛି । ଯାହା 40.51 ପ୍ରତିଶତ ସହ ଶୀର୍ଷରେ ରହିଛି । ସେହିପରି କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଅବଦାନ 19.90 ପ୍ରତିଶତ ସହ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଶିଳ୍ପ ଓ ସେବା କ୍ଷେତ୍ର 4.88 ଓ 6.84 ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି ।

ବାର୍ଷିକ ହାରାହାରି ମୁଦ୍ରାସ୍ଫୀତି କମନ ପ୍ରାଇସ ଇଣ୍ଡେକ୍ସ ଅନୁସାରେ ସ୍ଥିର ରହିଛି । 2017-18 ଓ 18-19 ଆର୍ଥିକ ବର୍ଷରେ ବାର୍ଷିକ ହାରାହାରି ମୁଦ୍ରାସ୍ଫୀତି 2ରୁ 3 ପ୍ରତିଶତ ରହିଥିବା ବେଳେ 2019-20 ଡିସେମ୍ବର ପର୍ଯ୍ୟନ୍ତ 3.8 ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଜାତୀୟ ସ୍ତରରେ ବାର୍ଷିକ ହାରାହାରି ମୁଦ୍ରାସ୍ଫୀତି 4ପ୍ରତିଶତ ରେକର୍ଡ କରାଯାଇଛି । ଗ୍ରାମାଞ୍ଚଳରେ ଖାଦ୍ୟ ସାମଗ୍ରୀ, ଇନ୍ଧନ ଓ ଆଲୋକ ଆଦିରେ ମୁଦ୍ରାସ୍ଫୀତି ରହିଥିବା ବେଳେ ସହରାଞ୍ଚଳରେ ଗୃହ, ଖାଦ୍ୟ ଆଦିରେ ମୁଦ୍ରାସ୍ଫୀତିର ପ୍ରଭାବ ଦେଖିବାକୁ ମିଳିଛି ।

ଓଡିଶାର ପ୍ରମୁଖ ଅର୍ଥନୈତିକ ମାନଦଣ୍ଡ

* କୃଷି କ୍ଷେତ୍ରରେ ଓଡିଶା ବିଶେଷ ଅଗ୍ରଗତି କରୁଛି । ଅଧିକ ଅମଳକ୍ଷମ ବିହନ ପ୍ରୟୋଗ ଦ୍ବାରା ନିଜର ଅମଳ ବୃଦ୍ଧି କରିପାରିଛି । ଫଳ, ତୈଳବୀଜ ଓ ଶସ୍ୟର ଉତ୍ପାଦନ 2014 ମସିହାରେ 42.37 ପ୍ରତିଶତ ରହିଥିବା ବେଳେ 2019-20ରେ ଏହା 43.79 ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ମତ୍ସ୍ୟ ଉତ୍ପାଦନ 2018-19ରେ 6.85 ଲକ୍ଷ ମେଟ୍ରିକ ଟନ ରହିଥିବା ବେଳେ 2019- 20ରେ 7.59 ଲକ୍ଷ ମେଟ୍ରିକ ଟନକୁ ବୃ୍ଦ୍ଧି ପାଇଛି ।

* ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ 2014-19 ମଧ୍ୟରେ ରେକର୍ଡ ସଂଖ୍ୟକ 21.76 ଲକ୍ଷ ପକ୍କା ଘର ପ୍ରଦାନ କରାଯାଇଛି ।

* 2011 ମସିହାରୁ ଶିଳ୍ପ କ୍ଷେତ୍ର 39.6 ପ୍ରତିଶତ ଅବଦାନ ରଖିଆସିଛି । ସେଥିପାଇଁ ଓଡିଶା ପୁଞ୍ଜିନିବେଶ ପାଇଁ ଏକ ପ୍ରମୁଖ ଆକର୍ଷଣ ହୋଇପାରିଛି ।

*ସରକାରଙ୍କ ପକ୍ଷରୁ 22ହଜାର ପରିବାରକୁ ପ୍ରଥମ ପର୍ଯ୍ୟାୟରେ ପାନୀୟ ଜଳ ଯୋଗାଣ

* ବାଣିଜ୍ୟ କ୍ଷେତ୍ରରୁ ସେବା କ୍ଷେତ୍ରକୁ 7.9 ପ୍ରତିଶତ ଅବଦାନ

*ଦେଶର ପ୍ରଥମ ରାଜ୍ୟ ଭାବେ ଏସଏଚଜି ଗ୍ରୁପ ଦ୍ବାରା ଅର୍ଥନୈତିକ ମଡେଲ ।

Last Updated : Feb 18, 2020, 11:47 AM IST

ABOUT THE AUTHOR

...view details