ଓଡିଶା

odisha

By

Published : Dec 22, 2020, 4:38 PM IST

ETV Bharat / business

ବିଶ୍ବ ଅର୍ଥନୀତିର ହଟସ୍ପଟ ପାଇଁ ଓଡିଶା ତୟାର: ଧର୍ମେନ୍ଦ୍ର

ବିଶ୍ବ ଅର୍ଥନୀତିରେ ପ୍ରମୁଖ ଯୋଗଦାନ ରଖିବାକୁ ଓଡିଶାରେ ରହିଛି ଭରପୂର ସୁଯୋଗ । ଓଡିଶାର ଶିଳ୍ପକୁ ଆଗକୁ ବଢିବାକୁ ପଡିବ । ଏ ନେଇ ସିଏଙ୍କ ୱେବନାରୀକୁ ସମ୍ବୋଧନ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବିଶ୍ବ ଅର୍ଥନୀତିର ହଟସ୍ପଟ ପାଇଁ  ଓଡିଶା ତୟାର: ଧର୍ମେନ୍ଦ୍ର
ବିଶ୍ବ ଅର୍ଥନୀତିର ହଟସ୍ପଟ ପାଇଁ ଓଡିଶା ତୟାର: ଧର୍ମେନ୍ଦ୍ର

ଭୁବନେଶ୍ବର: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମୂହଙ୍କ ୱେବିନାରକୁ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶ୍ବ ଅର୍ଥନୀତିର ପେଣ୍ଠସ୍ଥଳୀ ହେବା ପାଇଁ ଓଡ଼ିଶା ପ୍ରସ୍ତୁତ । ବିଶ୍ବ ବଜାରରେ ଆଗାମୀ ସମ୍ଭାବନାର ଉପଯୋଗ ପାଇଁ ଓଡ଼ିଶାରେ ଭରପୂର ବ୍ୟବସ୍ଥା ଅଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଦେଶରେ ନିବେଶ ବୃଦ୍ଧିର ଲାଭ ପାଇବାରେ ଓଡ଼ିଶା ଆଗରେ ରହିବ । କୃଷି କ୍ଷେତ୍ରକୁ ନୂଆ ବଜାର ସହ ଯୋଡ଼ିବା ସହ ଖଣିଜ ସମ୍ପଦକୁ ବିଶ୍ବ ଶୃଙ୍ଖଳରେ ସାମିଲ ପାଇଁ ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି । କୁଚିଣ୍ଡାର ଲଙ୍କାକୁ ବିଶ୍ବ ବଜାରରେ ସୁଦୃଢ଼ କରିବାକୁ ହେବ । ଏହି କ୍ରମରେ ସୁନ୍ଦରଗଡ଼ର ଜୈବିକ କୃଷିକୁ ଆଗେଇ ନେବାକୁ ପଡ଼ିବ। ଓଡ଼ିଶାରେ ଥିବା ସମ୍ଭାବନାକୁ ବଜାର ସହ ଯୋଡ଼ିବା ଲାଗି ଉଦ୍ୟମ ଲୋଡ଼ା । ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

‘‘ଦେଶ କୋଭିଡ -19 ସଙ୍କଟରୁ ମୁକୁଳୁଛି । ଧୀରେ ଧୀରେ ସଙ୍କଟ ପରବର୍ତ୍ତୀ ଅବସ୍ଥାରେ ପ୍ରବେଶ କରୁଛି । ଗତ ତିନିମାସ ମଧ୍ୟରେ, ଆମେ ପୁନରୁଦ୍ଧାରର ପ୍ରମୁଖ ଲକ୍ଷଣ ଦେଖାଉଥିବା ସମସ୍ତ ପ୍ରମୁଖ ଅର୍ଥନୈତିକ ସୂଚକ ଦେଖିପାରୁଛୁ । ଏହା ବିଦ୍ୟୁତ୍ କଞ୍ଜମ୍ପସନ, ତୈଳ ଏବଂ ଗ୍ୟାସ୍ ବ୍ୟବହାର, ଜିଏସଟି ସଂଗ୍ରହ ପୁନରୁଦ୍ଧାରର ଚିତ୍ର ଦେଖାଦେଇଛି । ’’

ABOUT THE AUTHOR

...view details