ଓଡିଶା

odisha

By

Published : May 28, 2021, 9:35 PM IST

ETV Bharat / business

GST ବୈଠକରେ ଏସବୁ ଦାବି ରଖିଲା ଓଡିଶା

୪୩ ତମ ଜିଏସଟି କାଉନସିଲ ବୈଠକରେ ରାଜ୍ୟ ରଖିଛି ଅନେକ ଗୁରୁତ୍ବ ପୂର୍ଣ୍ଣ ଦାବି । ମୁଖ୍ୟତଃ ଭ୍ୟାକ୍ସିନ ଉପରେ ଟିକସ କମେଇବା ପାଇଁ ଦାବି କରିଛି ରାଜ୍ୟ । ଅଧିକ ପଢନ୍ତୁ..

ଜିଏସଟି ବୈଠକରେ ଏସବୁ ଦାବି ରଖିଲା ଓଡିଶା
ଜିଏସଟି ବୈଠକରେ ଏସବୁ ଦାବି ରଖିଲା ଓଡିଶା

ଭୁବନେଶ୍ବର:ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ୪୩ ତମ ଜିଏସଟି କାଉନସିଲ ବୈଠକରେ ରାଜ୍ୟ ରଖିଛି ଅନେକ ଗୁରୁତ୍ବ ପୂର୍ଣ୍ଣ ଦାବି । ରାଜ୍ୟର ଅର୍ଥ ସଚିବ ଅଶୋକ ମିନା ଓ ଜିଏସଟି କମିଶନର ଶୁଶୁଲି କୁମାର ଲୋହାନୀ କରିଛନ୍ତି ଦାବି ।

ଏହାସହ ଅର୍ଥମନ୍ତ୍ରୀ ମଧ୍ୟ ଜିଏସଟି ବୈଠକରେ ଯୋଗଦେଇ ବିଭିନ୍ନ ଦାବି ଉଠାଇଛନ୍ତି । ମୁଖ୍ୟତଃ ଭ୍ୟାକ୍ସିନ ଉପରେ ଟିକସ କମାଇବା ପାଇଁ ଦାବି କରିଛି ରାଜ୍ୟ । ମହାମାରୀ ସହ ରାଜ୍ୟ ଉପରେ ବାତ୍ୟାର ମାଡ ହୋଇଛି ଫଳରେ ଭ୍ୟାକ୍ସିନ ପାଇଁ ରାଜ୍ୟ ଉପରେ ଅଧିକ ବୋଝ ପଡୁଥିବାରୁ ଟିକସ କମାଇବା ପାଇଁ ଦାବି କରିଛି ଓଡିଶା ।

ଏହାସହ କୋଭିଡ ଜଡିତ ଔଷଧ ଓ ମେଡ଼ିକାଲ ଉପକରଣ ଉପରେ ଟିକସ କମାଇବା ପାଇଁ ଦାବି କରାଯାଇଛି କୋଭିଡ ଭ୍ୟାକ୍ସିନ ଓ ଅନ୍ୟ ଉପକରଣ ଉପରେ କେନ୍ଦ୍ର ସରକାର ୧୨ ପ୍ରତିଶତ ଟିକସ ନେଉଥିବା ବେଳେ ଏହାକୁ ୫ ପ୍ରତିଶତ କରିବା ପାଇଁ ରାଜ୍ୟ ଦାବି କରିଛି । ଏହାସହ ଆଲକହଲକୁ ଜିଏସଟି ଅଧିନରେ ନ ଆଣିବା ପାଇଁ ଦାବି କରିଛି ରାଜ୍ୟ । କାରଣ ରାଜ୍ୟ ଆଲକହଲ ରୁ ଅଧିକ ଭାଟ୍ ପାଇପାରିବ । ଫଳରେ ରାଜ୍ୟ ରାଜସ୍ବ ବୃଦ୍ଧି ହେବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details