ଭୁବନେଶ୍ବର: ରାଜ୍ୟ ବଜେଟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅନୁଦାନ ଗତ ତୁଳନାରେ ଦୁଇଗୁଣ କରାଯାଇଛି । ପୂର୍ବ ବର୍ଷ ଏହି ପରିମାଣ 70 କୋଟି ରହିଥିବା ବେଳେ ଚଳିତ ବର୍ଷ ଏହାକୁ 2ଶହ 36 କୋଟିକୁ ବୃ୍ଦ୍ଧି କରାଯାଇଛି ।
ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିର ବିକାଶ ପାଇଁ 1ଶହ 12 କୋଟି ଟଙ୍କା ଟଙ୍କା ଓ ଇଣ୍ଡିଆନ ସଫ୍ଟୱେର ଟେକ୍ନୋଲୋଜି ପାର୍କର ନୂତନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ 16 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଛଡା 59 କୋଟି ଟଙ୍କା ବ୍ୟୟରେ ରାଜଧାନୀରେ ଇନୋଭେସନ ଟାୱାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।