ଓଡିଶା

odisha

ETV Bharat / business

କୋରୋନା ସଙ୍କଟ, 2ରୁ 4 ଗୁଣା ବଢିବ ବ୍ୟାଙ୍କ ଏନପିଏ ! - lockdown impact on bank

ଆୟ ନଥିବାରୁ କମ୍ପାନୀଗୁଡିକ ସେମାନଙ୍କ ଋଣ କିପରି ସୁଝିବେ, ଘାରିଛି ଚିନ୍ତା । ଏପରି ସମୟରେ ବ୍ୟାଙ୍କ ଏନପିଏ ଭାର ବଢିବା ଆଶଙ୍କା ଦେଖାଦେଲାଣି । ବଢିବ ଚିନ୍ତା । ଅଧିକ ପଢନ୍ତୁ..

NPAs of banks may increase by 2-4 percent government may have to give back capita
କୋରୋନା ସଙ୍କଟ, 2ରୁ 4 ଗୁଣା ବଢିବ ବ୍ୟାଙ୍କ ଏନପିଏ !

By

Published : May 5, 2020, 7:50 PM IST

ମୁମ୍ବାଇ: ଅର୍ଥନୀତିକୁ ସ୍ଥାଣୁ କରିଦେଇଛି କୋରୋନା । ବ୍ୟବସାୟ ଠପ, କାମଧନ୍ଦା ବନ୍ଦ । ଛଟେଇ ଆରମ୍ଭ , ନିଯୁକ୍ତି ଶେଷ । ଏଭଳି ସ୍ଥିତିରେ ମୁଣ୍ଡରେ ହାତ ଦେଲାଣି ବ୍ୟାଙ୍କ । ଆୟ ନଥିବାରୁ କମ୍ପାନୀଗୁଡିକ ସେମାନଙ୍କ ଋଣ କିପରି ସୁଝିବେ, ଘାରିଛି ଚିନ୍ତା । ଏପରି ସମୟରେ ବ୍ୟାଙ୍କ ଅନାଦେୟ ଋଣ (ଏନପିଏ) ଭାର ବଢିବା ଆଶଙ୍କା ଦେଖାଦେଲାଣି ।

କୋରୋନା ସଙ୍କଟ ମଧ୍ୟରେ ବ୍ୟାଙ୍କ ଗୁଡିକର ଅନାଦେୟ ଋଣ ପରିସମ୍ପତ୍ତି ବା ଏନପିଏ 2ରୁ 4 ଗୁଣା ବଢିପାରେ । ଯଦି ଏଭଳି ହୁଏ ତେବେ ବ୍ୟାଙ୍କ ପୁନଃପୁଞ୍ଜିକରଣ ପାଇଁ 20220-21ରେ ସରକାରଙ୍କ ଉପରେ 15 ଅରବ ଡଲାର (1,125 ଅରବ ଟଙ୍କା) ଚାପ ବଢିପାରେ । ମଙ୍ଗଳବାର ଏକ ବିଦେଶୀ ବ୍ରୋକରେଜ କମ୍ପାନୀ ଏନେଇ ଅନୁମାନ କରିଛି ।

ବ୍ୟାଙ୍କ ଅଫ ଆମେରିକା ବିଶ୍ଲେଷକଙ୍କ କହିବା ଅନୁଯାୟୀ, ପ୍ରୋତ୍ସାହନ ଉପାୟରେ ହେବାକୁ ଥିବା ଖର୍ଚ୍ଚ, ନିମ୍ନ କର ପ୍ରାପ୍ତି ଓ ବିନିବେଶ ଆଦାୟରେ ହ୍ରାସ ଦ୍ବାରା ସରକାରଙ୍କ ଏକିକୃତ ରାଜକୋଷୀୟ ଘାଟା ଲକ୍ଷ୍ୟ 2 ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ । ଏଥିପାଇଁ ବ୍ୟାଙ୍କକୁ ପୁଞ୍ଜି ଯୋଗାଇବା ପାଇଁ ସରକାରଙ୍କୁ ଅନ୍ୟ ବାଟ ଦେଖିବାକୁ ପଡିବ ।

ସରକାର ଏଥିପାଇଁ ଏକ ପୁନଃପୁଞ୍ଜିକରଣ ବଣ୍ଡ ଜାରି କରିପାରିବେ । କିମ୍ବା ଏଥିପାଇଁ ଆରବିଆଇର 127 ଅରବ ଡଲାର ରିଜର୍ଭ ସାହାରା ନେଇପାରିବେ । ତେବେ ସରକାରୀ ବ୍ୟାଙ୍କର ଆବଶ୍ୟତାକୁ ପୂରଣ ପାଇଁ ଏହି ପୁଞ୍ଜି ବି କମ ପଡିପାରେ ।

ABOUT THE AUTHOR

...view details