ନୂଆଦିଲ୍ଲୀ: ଏଣିକି ସାମାନ୍ୟ ତଥା ମଧ୍ୟମ ଦୃଷ୍ଟିହୀନ ବ୍ୟକ୍ତି ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ । ଏହି ପରିପ୍ରେକ୍ଷୀରେ ମୋଟର ଯାନ ନିୟମରେ ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଶୁକ୍ରବାର ବିଜ୍ଞପ୍ତି ଜାରି କରିଛି।
ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ (CMV) ନିୟମ -1989 ର ଫର୍ମ -1 ଏବଂ ଫର୍ମ -1 ଏ ରେ ସଂଶୋଧନ ପାଇଁ ଅଧିସୂଚନା ଜାରି କରିଛି । ଏହାଦ୍ବାରା ସାମାନ୍ୟ ତଥା ମଧ୍ୟମ ଦୃଷ୍ଟିହୀନ ନାଗରିକ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ।