ଓଡିଶା

odisha

ETV Bharat / business

ଇରଡାର ବଡ ନିଷ୍ପତ୍ତି, ଦେଶରେ ଜାରି ହେବ ଇ-ବୀମା ପଲିସି - ଜୀବନ ବୀମା କମ୍ପାନୀ

ଜୀବନ ବୀମା କମ୍ପାନୀକୁ ଇ-ପଲିସି ଜାରି ପାଇଁ ଅନୁମତି ଦେଲା ଇରଡା । କୋରୋନା ସଂକ୍ରମଣ ଓ କାରବାର ସମ୍ମୁଖୀନ ହେଉଥିବା ସମସ୍ୟାକୁ ନଜରରେ ରଖି ଇରଡା ଏହି ନୂଆ ସୁବିଧାର ଆରମ୍ଭ କରିଛି । ଅଧିକ ପଢନ୍ତୁ..

ଇରଡାର ବଡ ନିଷ୍ପତ୍ତି , ଦେଶରେ ଜାରି ହେବ ଇ-ବୀମା ପଲିସି
ଇରଡାର ବଡ ନିଷ୍ପତ୍ତି , ଦେଶରେ ଜାରି ହେବ ଇ-ବୀମା ପଲିସି

By

Published : Aug 5, 2020, 8:07 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମାମଲା ବୃଦ୍ଧି ଓ ବ୍ୟବସାୟିକ କାର୍ଯ୍ୟକଳାପରେ ବାଧକ ସାଜିଥିବା ସମସ୍ୟକୁ ଦୃଷ୍ଟିରେ ରଖି ବୀମା ନିୟାମକ ଇରଡା ଏକ ନୂଆ ଉପାୟ ଆଣିଛି । ବୀମା କମ୍ପାନୀଙ୍କୁ ଇଲୋକ୍ଟ୍ରୋନିକ ଉପାୟରେ ବୀମା ପଲିସି ଅର୍ଥାତ ଇ-ପଲିସି ଜାରି ପାଇଁ ଅନୁମତି ଦେଇଛି ନିୟାମକ ।

ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଇରଡା) ଏକ ସର୍କୁଲାର ଜାରି କରି ଜୀବନ ବୀମା କମ୍ପାନୀଙ୍କୁ ପଲିସି ଡକ୍ୟୁମେଣ୍ଟ ପ୍ରକାଶନ କରି ବୀମାଧାରୀଙ୍କ ପାଖକୁ ପଠାଇବାକୁ କହିଛି । ଏ ନେଇ ସମସ୍ତ ପ୍ରକାର ଛାଡ ଦିଆଯାଇଛି ।

ତେବେ ଏହି ଛାଡ ସର୍ତ୍ତମୂଳକ ଭାବେ ଅନୁମୋଦନ ହୋଇଛି । ଇରଡା କହିଛି ଯେ ଏହି ଛାଡ 2020-21 ମଧ୍ୟରେ ଜାରି କରାଯିବାକୁ ଥବା ସମସ୍ତ ବୀମା ପଲିସି ପାଇଁ ବୈଧ ହେବ। ବିଭିନ୍ନ ବୀମା କମ୍ପାନୀର ଗ୍ରାହକଙ୍କୁ ପଲିସି ପଠାଇ ସମୟରେ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଇରଡା ଏହି ନିଷ୍ପତ୍ତି ନେଇଛନ୍ତି।

ଇ-ପଲିସି ଦେଖିବା ଏବଂ ବୁଝିବା ପାଇଁ କମ୍ପାନୀଗୁଡ଼ିକୁ ଗ୍ରାହକଙ୍କୁ 30 ଦିନ ସମୟ ଦେବାକୁ ପଡିବ । ଏଥିସହ ଇ-ପଲିସି ନେବା ପାଇଁ ଗ୍ରାହକଙ୍କ ଠାରୁ ସହମତି ମଧ୍ୟ ପାଇବାକୁ ପଡିବ ।

ଯଦି ଗ୍ରାହକ ତଥାପି ଏକ ହାର୍ଡ କପି କିମ୍ବା ଡକ୍ୟୁମେଣ୍ଟ ଦାବି କରନ୍ତି ତେବେ କମ୍ପାନୀଗୁଡିକ ଏହାକୁ ତାଙ୍କ ନିକଟକୁ ପଠାଇବାକୁ ପଡିବ । ଏହି ସମୟରେ, ନିୟାମକ ଜୀବନ ବୀମା କମ୍ପାନୀଗୁଡ଼ିକୁ ପ୍ରତି ତ୍ରୟମାସରେ ସେମାନଙ୍କ ନିବେଶ ରିଟର୍ଣ୍ଣ ଇଲେକ୍ଟ୍ରୋନିକ ମାଧ୍ୟମରେ ପଠାଇବାକୁ ଅନୁମତି ଦେଇଛି ।

ABOUT THE AUTHOR

...view details