ହାଇଦ୍ରାବାଦ: ଯଦି ଆପଣଙ୍କୁ ଗାଡି ଚଲାଇବା ପସନ୍ଦ, ଆଉ ଆପଣ ସ୍ପିଡ ଡ୍ରାଇଭିଂର ସଉକ ରଖୁଛନ୍ତି । ତେବେ ଖବରଟି ଆପଣଙ୍କ ପାଇଁ । ଏଣିକି ଯେବେ ବି ଆପଣ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲ୍ୟାଣ୍ଡ କରିବେ, ଆପଣଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ମିଳିବ ଏକ ସ୍ବତନ୍ତ୍ର ଓ ମଜାଦାର ବିକଳ୍ପ ।
ବିମାନବନ୍ଦର ଅପରେଟର ଜିଏମଆର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଏୟାରପୋର୍ଟରେ ଥିବା ‘ଚାରି ଚକିଆ’ କାଉଣ୍ଟର ଆରମ୍ଭ କରି ଲଗ୍ଦରୀ ଟ୍ୟାକ୍ସି ଅଫର । ବିମାନ ବନ୍ଦର ଯାତ୍ରୀମାନଙ୍କୁ ଉଭୟ ବିକଳ୍ପ ଦିଆଯାଇଛି, ସେମାନେ ଲଗ୍ଜରୀ ଗାଡିରେ ବସି ଯାଇପାରିବେ (chauffeur drive) କିମ୍ବା ସେଲଫ ଡ୍ରାଇଭ କରିପାରିବେ । ସେମାନେ ଅନଲାଇନରେ ବିଳାସପୂର୍ଣ୍ଣ କାର ବୁକ୍ କରିପାରିବେ ବୋଲି ପ୍ରକାଶ କରାଯାଇଛି ।
ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ଭାରତରେ ଏଭଳି ପ୍ରଥମ ବିମାନବନ୍ଦର ହୋଇପାରିଛି, ଯେଉଁଠି ଆପଣ ଅଲ୍ଟ୍ରା-ମର୍ଡନ , ଅତ୍ୟାଧୁନିକ, ଶ୍ରେଷ୍ଠ କାରରେ ବସିପାରିବା ସହ ଏହି କାର ଚଳାଇବା ଆନନ୍ଦ ନେଇପାରିବେ ।