ନୂଆଦିଲ୍ଲୀ: ଆମେରିକା ବାୟୋଟେକ୍ନୋଲୋଜି କମ୍ପାନୀ ନୋଭଭାକ୍ସ ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟୟ ଟ୍ରାୟଲ ରିଜଲ୍ଟ ଆସିଛି । ଏହି ଭ୍ୟାକ୍ସିନ କୋରୋନା ସଂକ୍ରମଣ ବିରୋଧରେ 90.4 ପ୍ରତିଶତ ପ୍ରଭାବୀ ନେଇ ଜଣାପଡିଛି । ଏଭଳି ସ୍ଥିତିରେ ଏବେ ଭାରତ ସରକାର ଶୀଘ୍ର ନୋଭଭାକ୍ସର ଦୃଢ ତଥ୍ୟ ଆଧାରରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଏହାର ମ୍ୟାନୁଫେକ୍ଚରିଂ ପାର୍ଟନର ଭାବେ କାମ ଆରମ୍ଭ ପାଇଁ କହିବେ ।
ଗୋଟିଏ ବର୍ଷରେ 200 କୋଟି ଡୋଜ (ମାସରେ 5 କୋଟି) କୋରୋନା ଟିକା ଉତ୍ପାଦନ ପାଇଁ ନୋଭଭକ୍ସ ଏବଂ ସେରମ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଅଗଷ୍ଟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ସେପ୍ଟେମ୍ବର-ଡିସେମ୍ବର ସୁଦ୍ଧା ଏହାର ଡୋଜ ମିଳିବ ବୋଲି ଆଶା କରାଯାଉଛି । ଆବଶ୍ୟକତା ଅନୁଯାୟୀ ଡୋଜ ସଂଖ୍ୟା ବୃଦ୍ଧି କରାଯାଇପାରେ ।