ଓଡିଶା

odisha

ETV Bharat / business

ବଢିଲା ଘରୋଇ ଗ୍ୟାସ ଦର, ବିମାନ ଇନ୍ଧନ କିଲୋମିଟର ପିଛା 11 ହଜାରକୁ ବୃଦ୍ଧି - aviation fuel ups by Rs 11,000/kl

ଦିଲ୍ଲୀରେ ସବସିଡିଯୁକ୍ତ ଏଲପିଜି ଗ୍ୟାସର 14.2 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ମେ ମାସରୁ 11.50 ଟଙ୍କା ବୃଦ୍ଧି ପାଇ ସିଲିଣ୍ଡର ପିଛା 593 ଟଙ୍କାକୁ ବୃଦ୍ଧି ପାଇଛି।

ବଢିଲା ଘରୋଇ ଗ୍ୟାସ ଦର, ବିମାନ ଇନ୍ଧନ 11 ହଜାରକୁ ବୃଦ୍ଧି
ବଢିଲା ଘରୋଇ ଗ୍ୟାସ ଦର, ବିମାନ ଇନ୍ଧନ 11 ହଜାରକୁ ବୃଦ୍ଧି

By

Published : Jun 1, 2020, 2:17 PM IST

ନୂଆଦିଲ୍ଲୀ: ରୋଷେଇ ଘରକୁ ପୁଣି ମହଙ୍ଗା ମାଡ। କୋରୋନା କାଳ ସମୟରେ ଏଲପିଜି ଗ୍ୟାସ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ତେବେ ଦିଲ୍ଲୀରେ ସବସିଡିଯୁକ୍ତ ଏଲପିଜି ଗ୍ୟାସର 14.2 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ମେ ମାସରୁ 11.50 ଟଙ୍କା ବୃଦ୍ଧି ପାଇ ସିଲିଣ୍ଡର ପିଛା 593 ଟଙ୍କାକୁ ବୃଦ୍ଧି ପାଇଛି।

କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏଲପିଜିର ମୂଲ୍ୟ ଯଥାକ୍ରମେ 584.50, 579 ଏବଂ 569.50 ଟଙ୍କା ତୁଳନାରେ 616, 590.50 ଏବଂ 606.50 ଟଙ୍କାକୁ ବୃଦ୍ଧି କରାଯାଇଛି। ଚେନ୍ନାଇରେ ସର୍ବାଧିକ ମେ ମାସରେ 37 ଟଙ୍କା ବୃଦ୍ଧି ପାଇଥିଲା।

ସରକାର ବର୍ତ୍ତମାନ ଗୋଟିଏ ବର୍ଷରେ ପ୍ରତ୍ୟେକ ପରିବାର ପାଇଁ 14.2 କିଲୋଗ୍ରାମର 12ଟା ସିଲିଣ୍ଡର ସବସିଡି ଦେଉଛନ୍ତି। ଏହାକୁ ଛାଡି ବଜାର ମୂଲ୍ୟରେ ଅତିରିକ୍ତ ସିଲିଣ୍ଡର କ୍ରୟ କରିବାକୁ ପଡିବ।

ରବିବାର ଦିନ ଏକ ବିବୃତ୍ତିରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ କହିଛି ଯେ ଆନ୍ତର୍ଜାତୀୟ ମୂଲ୍ୟ ହ୍ରାସ ସହିତ ସମସ୍ତ ଗ୍ରାହକଙ୍କ ପାଇଁ ମେ ମାସ 2020 ପାଇଁ ଦିଲ୍ଲୀ ବଜାରରେ ଏଲପିଜି ର ଖୁଚୁରା ବିକ୍ରୟ ମୂଲ୍ୟ 744 ରୁ 581.50 ଟଙ୍କାକୁ ହ୍ରାସ କରାଯାଇଛି।

ଏହା ମଧ୍ୟ କହିଛି ଯେ, ଏହି ବୃଦ୍ଧି ପ୍ରଧାନ ମନ୍ତ୍ରୀ ଉଜୱାଲା (PMUY)ହିତାଧିକାରୀଙ୍କୁ ପ୍ରଭାବିତ କରିବ ନାହିଁ, କାରଣ ସେମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଦ୍ୱାରା ଅନ୍ତର୍ଭୁକ୍ତ ଏବଂ ଜୁନ୍ 30 ପର୍ଯ୍ୟନ୍ତ ମାଗଣା ସିଲିଣ୍ଡର ପାଇବାକୁ ହକଦାର ।

ଭାରତୀୟ ତୈଳ ନିଗମର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ ଜାତୀୟ ରାଜଧାନୀରେ ଏଟିଏଫ୍ ମୂଲ୍ୟ କିଲୋମିଟର ପିଛା 11,030.62 ରୁ 33,575.37 କୁ ବୃଦ୍ଧି କରାଯାଇଛି। ସେହିଭଳି କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ 38,543.48, 3,070.56 ଟଙ୍କା ଏବଂ କିଲୋଲିଟର ପିଛା 34,569.30 ଟଙ୍କାକୁ ବୃଦ୍ଧି କରାଯାଇଛି।

ABOUT THE AUTHOR

...view details