ଓଡିଶା

odisha

ETV Bharat / business

10 ହଜାର କର୍ମଚାରୀଙ୍କୁ ବିଦା କରିବ ନୋକିଆ

10 ହଜାର କର୍ମଚାରୀଙ୍କୁ ଛଟେଇ କରିବ ନୋକିଆ , 5G, କ୍ଲାଉଡ୍ ରେ ନିବେଶ କରିବାକୁ ରଖିଛି ଯୋଜନା । ଅଧିକ ପଢନ୍ତୁ..

By

Published : Mar 17, 2021, 7:54 PM IST

10 ହଜାର କର୍ମଚାରୀଙ୍କୁ ବିଦା କରିବ ନୋକିଆ
10 ହଜାର କର୍ମଚାରୀଙ୍କୁ ବିଦା କରିବ ନୋକିଆ

ନୂଆଦିଲ୍ଲୀ: 10 ହଜାର ନିଯୁକ୍ତି ବା ମୋଟ କର୍ମଚାରୀଙ୍କ 10 ପ୍ରତିଶତ ଅଂଶ ହ୍ରାସ କରିବ । ୱାଇରଲେସ ନେଟୱର୍କ ସେକ୍ଟରର କମ୍ପାନୀ ନୋକିଆ । ଯାହା ଫଳରେ କମ୍ପାନୀର ଖର୍ଚ୍ଚ କାଟ କରାଯାଇପାରିବ ।

ତଥ୍ୟ ଅନୁସାରେ କମ୍ପାନୀ 5ଜି ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଯୋଗାଣକାରୀ ଭାବେ ନିଜ ଭୂମିକାକୁ ମଜବୁତ କରିବା ଓ ଅନୁସନ୍ଧାନ ତଥା ବିକାଶ (R&D) କାର୍ଯ୍ୟ ପାଇଁ ବହୁତ ନିବେଶ କରିଛି । ନୋକିଆ କହିଛି କି ପୁର୍ନଗଠନର ଅର୍ଥ ଆସନ୍ତା 2 ବର୍ଷ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ହୋଇ 80-85 ହଜାର ପର୍ଯ୍ୟନ୍ତ ରହିପାରେ ।

ଏହା ଦ୍ବାରା 2023 ଯାଏଁ ଖର୍ଚ୍ଚ ପ୍ରାୟ 71.5 ଅରବ ଡଲାର କମିପାରେ । ତେବେ କମ୍ପାନୀ ସ୍ପଷ୍ଟ କରିନାହିଁ କି ଏହି କାଟ କେଉଁ ଦେଶ ବା ଭୌଗୋଳିକ କ୍ଷେତ୍ରରେ କରାଯିବ । କିନ୍ତୁ କୁହାଯାଇଛି କି ଏହି ହ୍ରାସ ସେମାନଙ୍କ ମୁଖ୍ୟ ବ୍ୟବସାୟିତ ୟୁନିଟରେ କରାଯିବ । ନୋକିଆର ସିଇଓ ପେକ୍କା ଲୁଣ୍ଡମାର୍କ ଏକ ବିବୃତ୍ତିରେ କହିଛନ୍ତି ଯେ, ‘‘ ଏହି ନିଷ୍ପତ୍ତି ତରତର ହୋଇ ନିଆଯାଇନି । ସ୍ଥିରତା ରୂପରୁ ଦୀର୍ଘକାଳୀନ ପ୍ରଦର୍ଶନ ପାଇଁ ସଠିକ ସେଟଅପ ଓ କ୍ଷମତା ସୁନିଶ୍ଚିତ କରିବା ଜରୁରୀ । କମ୍ପାନୀ କହିଛି କି ପର୍ଯ୍ୟାପ୍ତ ସଞ୍ଚୟ ଦ୍ବାରା ଆରଏଣ୍ଡଡିରେ ନିବେଶ ବଢାଯିବ । ଏହା ଦ୍ବାରା ଭବିଷ୍ୟର କ୍ଷମତା ଓ ଦରମା ସମ୍ବନ୍ଧୀତ ବ୍ୟୟରେ ବୃଦ୍ଧି ହେବ ।

ABOUT THE AUTHOR

...view details