ଓଡିଶା

odisha

ETV Bharat / business

ଭାରତ ବଜାରରେ Nokia 110, ଦାମ 1599 : ଜାଣନ୍ତୁ ଫିଚର

ଏଚଏମଡି ଗ୍ଲୋବାଲ ଭାରତରେ ଲଞ୍ଚ କଲା Nokia 110 । ଜାଣନ୍ତୁ ଏହାର ଦାମ ଓ ଆକର୍ଷଣୀୟ ଫିଚର ସମ୍ପର୍କରେ..

By

Published : Oct 17, 2019, 5:03 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା Nokia 110 । ବହୁ ଖାସ ଫିଚର ସହ ଶସ୍ତାରେ ଆସନ୍ତାକାଲି(ଅକ୍ଟୋବର 18)ଠାରୁ ଏହି ଫୋନ ବଜାରରେ ଉପଲବ୍ଧ ହେବ । ମନୋରଞ୍ଜନ ପାଇଁ କ୍ଲାସିକ ସ୍ନେକ ଗେମ ସହ ଏଫଏମ ରେଡିଓ , ଏମପି 3 ପ୍ଲେୟର ଭଳି ସୁବିଧା ଏଥିରେ ରହିଛି ।


ଗୁରୁବାର ଏଚଏମଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାରରେ Nokia 110 ଫୋନକୁ ଲଞ୍ଚ କରାଯାଇଛି । ନିକଟରେ କମ୍ପାନୀ Nokia 7.2 ଓ Nokia 6.2 ସ୍ମାର୍ଟଫୋନ ଆଣିଛି । ତେବେ ବର୍ଲିନରେ IFA 2019 ସମୟରେ କମ୍ପାନୀ Nokia 110କୁ ପ୍ରଥମ କରି ଆଣିଥିଲା । ଏହାର ଦାମ 1599 ଟଙ୍କା ରହିଛି । Ocean Blue, Black ଓ ପିଙ୍କ ଆଦି ଆକର୍ଷଣୀୟ ରଙ୍ଗରେ ଏହି ଫୋନ ମିଳିବ । ଆସନ୍ତା କାଲି ଠାରୁ ରିଟେଲ ଷ୍ଟୋର କିମ୍ବା ନୋକିଆ ମୋବାଇଲ ୱେବସାଇଟରେ ଏହାର ବିକ୍ରି ଆରମ୍ଭ ହେବ ।


Nokia 110 ବିଶେଷତ୍ବ


ଏହି ମୋବାଇଲରେ 1.77 ଇଞ୍ଚର QVGA ଡିସପ୍ଲେ ରହିଛି । ଏହି ଫିଚର ଫୋନ ପ୍ଲାଷ୍ଟିକ ବୋର୍ଡର । ଏହା ପ୍ରାୟତଃ ମନୋରଞ୍ଜନ ସେଣ୍ଟ୍ରିକ ଫିଚର ଫୋନ । ଏଥିରେ ଏଫଏମ ରେଡିଓ ରହିଛି । ଷ୍ଟୋରେଜ ପାଇଁ ମେମୋରୀ କାର୍ଡ ସପୋର୍ଟ ଦିଆଯାଇଛି । 32 ଜିବିର ଏକ ଏକ୍ସର୍ଟନାଲ ଷ୍ଟୋରେଜ ଦିଆଯାଇଛି । ଏଥିରେ ଲୋକପ୍ରିୟ ସ୍ନେକ ଗେମ ମଧ୍ୟ ରହିଛି । 10 ବର୍ଷ ପୂର୍ବେ ଏହି ଗେମ ନୋକିଆ ଫୋନକୁ ଲୋକପ୍ରିୟ କରାଇଥିଲା ।

Nokia 110ରେ କ୍ୟାମେରା ମଧ୍ୟ ରହିଛି । QVGA ରିଅଲ କ୍ୟାମେରା ଓ ଏକ ଏଲଇଡି ଟର୍ଚ୍ଚଲାଇଟ ମଧ୍ୟ ଅଛି । ଏହି ଫୋନରେ 800mAhର ବ୍ୟାଟେରୀ , ଯାହାକୁ ବାହାର ମଧ୍ୟ କରାଯାଇପାରିବ । 18.5 ଦିନ ପାଇଁ ଏହି ଫୋନ ବିକଳ୍ପ ବ୍ୟାକଅପ ଦେବ । ସେହିପରି ମ୍ୟୁଜିକ ପ୍ଲେବ୍ୟାକ ଟାଇମ 27 ଘଣ୍ଟାର ରହିଛି ।

ABOUT THE AUTHOR

...view details