ନୂଆଦିଲ୍ଲୀ: ଦେଶର ବିକାଶରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସେଗୁଡିକର ଘରୋଇକରଣ କରିବା ଠିକ ନୁହେଁ , ବରଂ ସରକାର ଏଥିରେ ନିଜ ଅଂଶଧନର ବଡ ଭାଗ ସାଧାରଣ ଭାରତୀୟଙ୍କୁ ବିକ୍ରି କରି ଏହାର ଅଂଶଧନକୁ 26 ପ୍ରତିଶତକୁ ହ୍ରାସ କରିବାକୁ ଚିନ୍ତା କରିବା ଉଚିତ । ଭାରତୀୟ ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ ସତୀଶ ମରାଠେ ଏ ନେଇ କହିଛନ୍ତି ।
ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ (ପିଏସବି )କୁ ଭବିଷ୍ୟତରେ ପ୍ରାସଙ୍ଗିକ ଏବଂ ପ୍ରଭାବଶାଳୀ ହେବା ପାଇଁ ନିଜ ପ୍ରଣାଳୀ , ପ୍ରକ୍ରିୟା ଓ କର୍ମଚାରୀଙ୍କ ବ୍ୟବହାରରେ ଆମୂଳଚୂଳ ପରିବର୍ତ୍ତନ ଆଣିବା ଆବଶ୍ୟକ ଅଛି ବୋଲି ମରାଠେ କହିଛନ୍ତି । ବ୍ୟାଙ୍କର ରାଷ୍ଟ୍ରୀୟକରଣର 51 ତମ ବାର୍ଷିକୀ ପାଳନ ଆବସରରେ ଆୟୋଜିତ ଏକ ଅନଲା ସେମିନାରରେ ସେ ଏ ନେଇ ମନ୍ତବ୍ୟ ଦେଇଛନ୍ତି ।
ସେ କହିଛନ୍ତି, ‘‘ ପିଏସବି ର ମାଲିକାନା ବଡ ପରିମାଣରେ ସାଧାରଣ ଲୋକଙ୍କ ପାଖକୁ ଯିବା ଉଚିତ। ସରକାରଙ୍କ ଅଂଶଧନ ରହିପାରିବ। ମୁଁ କହିବାକୁ ଚାହେଁ ଯେ ଏହା 26 ପ୍ରତିଶତରୁ ଅଧିକ ହେବା ଉଚିତ, ଯେଉଁଠାରେ କି ସେମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥା ପ୍ରାପ୍ତ ହେବ।’’