ଓଡିଶା

odisha

ETV Bharat / business

ତେଲ ଦର ବୃଦ୍ଧି ନେଇ ଚିନ୍ତା କରନ୍ତୁ ନାହିଁ, ଆଶ୍ବସ୍ତି ଦେଲେ ପେଟ୍ରୋଲିୟମ ମନ୍ତ୍ରୀ - ଆଶ୍ବସ୍ତି ଦେଲେ ପେଟ୍ରୋଲିୟମ ମନ୍ତ୍ରୀ

ଇରାନ-ଆମେରିକା ବିବାଦ ଭିତରେ ବଢିଥିବା ତେଲ ଦର ନେଇ ଚିନ୍ତା କରନ୍ତୁ ନାହିଁ । ଶନିବାର ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କହିଛନ୍ତି । ଅଧିକ ପଢନ୍ତୁ...

No need to panic about oil prices: Dharmendra Pradhan
ତେଲ ଦର ପାଇଁ ଚିନ୍ତା କରନ୍ତୁ ନାହିଁ

By

Published : Jan 11, 2020, 6:41 PM IST

ନୂଆଦିଲ୍ଲୀ: ଇରାନ-ଆମେରିକା ବିବାଦ ଭିତରେ ବଢିଥିବା ତେଲ ଦର ନେଇ ଚିନ୍ତା କରନ୍ତୁ ନାହିଁ । ଶୀଘ୍ର ପେଟ୍ରୋଲ-ଡିଜେଲ ଦର ନିୟନ୍ତ୍ରଣ ହେବ । ସରକାର ଏ ନେଇ ଚେଷ୍ଟା ଚଳାଇଛନ୍ତି । ଶନିବାର ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଆଶ୍ବସ୍ତି ଦେଇଛନ୍ତି ।

ବାଗଦାଦରେ ଆମେରିକାର ଏୟାଷ୍ଟ୍ରାଇକ ପରେ ଗଳ୍ଫ ଦେଶରେ ବିବାଦ ବଢିଯାଇଛି । ଏହି ସବ ରାଜନୈତିକ କାରଣରୁ ତେଲ ଦର ବୃଦ୍ଧ ପାଇଛି । ତେବେ ଧିରେ ଧିରେ ବିବାଦ କମିବା ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ହ୍ରାସ ପାଇଛି । ଶୀଘ୍ର ଏହାର ପ୍ରଭାବ ଭାରତ ବଜାରରେ ମଧ୍ୟ ଦେଖିବାକୁ ମିଳିବ ।

ଧର୍ମେନ୍ଦ୍ର କହିଛନ୍ତି ଯେ, ବିଶ୍ବ ବଜାରରେ ଅଶୋଧିକ ତୈଳର କୌଣସି ସଙ୍କଟ ନାହିଁ । ହଁ ତେଲ ଦାମ ସାମାନ୍ୟ ବୃଦ୍ଧି ପାଇଛି । ହେଲେ ଗତ 2 ଦିନ ଭିତରେ ଏହା କମିଛି ।


ଶୁକ୍ରବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 13 ପଇସା ଦୁର୍ବଳ ହୋଇ 4224 ଟଙ୍କାରେ କାରବାର କରୁଥିଲା । ଯାହାକି 4 ଦିନ ତଳେ 4670 ଟଙ୍କା ରହିଥିଲା । ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିଥିବାରୁ ବ୍ୟାରେଲ ପିଛା ତେଲ ପାଖାପାଖି 450 ଟଙ୍କା ହ୍ରାସ ପାଇଛି ।

ABOUT THE AUTHOR

...view details