ଓଡିଶା

odisha

ETV Bharat / business

ଏଜିଆର ମାମଲା: ଟେଲିକମ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ତାଗିଦ - AGR

ଟେଲିକମ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ। ଏଜିଆର ବକେୟା ମାମଲାରେ କହିଲେ ‘‘ଯଦି ଆମେ ଚାହୁଁ, କମ୍ପାନୀଗୁଡିକର ପରିଚାଳନା ନିର୍ଦ୍ଦେଶକଙ୍କୁ ଜେଲକୁ ପଠାଇ ପାରିବୁ ।"

No more extension, says Supreme Court on AGR dues
ଏଜିଆର ମାମଲା: ଟେଲିକମ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ତାଗିଦ

By

Published : Mar 18, 2020, 1:30 PM IST

ନୂଆଦିଲ୍ଲୀ: ଏଜିଆର (ମୋଟ ସନ୍ତୁଳିତ ରାଜସ୍ବ) ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଟେଲିକମ୍ କମ୍ପାନୀମାନଙ୍କୁ ତାଗିଦ କରଛନ୍ତି । କହିଛନ୍ତି ଯେ ‘କମ୍ପାନୀଗୁଡିକ ଏଜିଆର ଦେୟ ପାଇଁ ନିଜକୁ ଆକଳନ କରିବା ଉଚିତ ନୁହେଁ । ଯଦି ସେ ଏପରି କରନ୍ତି, ତେବେ ଏହା କୋର୍ଟର ଅବମାନନା ବୋଲି ବିବେଚନା କରାଯିବ |’

ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି କି, "ଟେଲିକମ କମ୍ପାନୀଗୁଡିକ ବହୁତ ଶକ୍ତିଶାଳୀ ଏବଂ ସେଥିପାଇଁ ସେମାନେ ପ୍ରତିଦିନ କାହାଣୀ ଲେଖିବା ପାଇଁ ଖବରକାଗଜକୁ ପ୍ରଭାବିତ କରୁଛନ୍ତି । ଯଦି ଆମେ ଚାହୁଁ, ତେବେ କମ୍ପାନୀଗୁଡିକର ପରିଚାଳନା ନିର୍ଦ୍ଦେଶକଙ୍କୁ ଜେଲକୁ ପଠାଇ ପାରିବୁ ।"

ସଲିସିଟର ଜେନେରାଲ ଉପଯୁକ୍ତ ସମୟ ଦାବି କରି ଏକ ପିଟିସନ ଦାଖଲ କରିଛନ୍ତି । ତେବେ ଆମେ ଏହି ଆବେଦନ ଉପରେ ଆସନ୍ତା ତାରିଖରେ ବିଚାର କରିବୁ ବୋଲି ସୁପ୍ରିମକୋର୍ଟ ଜଷ୍ଟିସ କହିଛନ୍ତି । ପ୍ରକାଶ ଯେ, କମ୍ପାନୀଗୁଡିକ ଯେପରି ଏକ ଆଇନଗତ ଦେୟ ଦେବେ ସେଥିପାଇଁ କେନ୍ଦ୍ର ସରକାର ନୂତନ ଯୋଜନା ଉପରେ ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ଲୋଡିଛନ୍ତି । ଏଥିପାଇଁ ଅର୍ଥନୀତି ଏବଂ ଟେଲିକମ କ୍ଷେତ୍ର ଉପରେ ଏହାର ପ୍ରଭାବକୁ ଆଧାର ମାନାଯାଇଛି ।

ସୁପ୍ରିମକୋର୍ଟଙ୍କ 2019 ଅକ୍ଟୋବର 24 ର ଶୁଣାଣୀ ଅନୁଯାୟୀ, .ସରକାର ଏହି ଯୋଜନାରେ ଟେଲିକମ କମ୍ପାନୀଙ୍କ ଠାରୁ ଟେଲିକମ ବିଭାଗର ଆକଳନ ଅନୁଯାୟୀ ଏଜିଆର ବକେୟା ଆଦାୟକୁ 20 ବର୍ଷ (କିମ୍ବା କମ୍ପାନୀ ରାଜି ହେଲେ କମ ଅବଧି)ରେ ବାର୍ଷିକ କିସ୍ତିରେ ପରିଶୋଧ ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି | ସରକାରଙ୍କ ଫର୍ମୁଲା ମୁତାବକ କମ୍ପାନୀଙ୍କ ବକେୟାରେ , ବକେୟା ଉପରେ ସୁଧ, ଜୋରିମାନା ଓ ତା ଉପରେ ସୁଧକୁ ପରବର୍ତ୍ତି ଅବଧିରେ (ଏହି ମାମଲାରେ କୋର୍ଟ ଦେଇଥିବା ଡେଡଲାଇନ)ଲଗାଯିବ ନାହିଁ ।

ABOUT THE AUTHOR

...view details